www.samajalive.in
Thursday, December 11, 2025
16.1 C
Bhubaneswar

ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ବୈଠକ : ବିମାନ ବାନାର୍ଜୀ ହେଲେ ବାଚସ୍ପତି

କଲକତା : ନବଗଠିତ ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ଅଧିବେଶନ ଶନିବାରଠାରୁ ଆରମ୍ଭ ହୋଇଛି। ତୃଣମୂଳ କଂଗ୍ରେସ ବିଧାୟକ ବିମାନ ବାନାର୍ଜୀ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। କ୍ରମାଗତଭାବେ ତୃତୀୟଥର ଲାଗି ସେ ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ବିଧାନସଭା ଅଧିବେଶନର ପ୍ରଥମ ବୈଠକରେ ଶନିବାର ଶ୍ରୀ ବାନାର୍ଜୀଙ୍କୁ ମୌଖିକ ଭୋଟରେ ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି।

ଅନ୍ୟପକ୍ଷରେ ବିଜେପି ବିଧାୟକମାନେ ଅଧିବେଶନକୁ ବର୍ଜନ କରିଛନ୍ତି। ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ବନ୍ଦ ନ ହେବା ପର୍ଯ୍ୟନ୍ତ ବାଚସ୍ପତି ନିର୍ବାଚନ ଓ ନୂଆ ବିଧାନସଭା ଅଧିବେଶନରେ ଯୋଗ ନ ଦେବାକୁ ବିଜେପି ବିଧାୟକମାନେ ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେଉଁ ସ୍ଥାନମାନଙ୍କରେ ହିଂସାକାଣ୍ଡ ଘଟିଥିବା ଖବର ମିଳିଛି, ସେହିସବୁ ଅଞ୍ଚଳରେ ଏଫ୍‍ଆଇଆର୍‍ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ବିଧାୟକ ସେମାନଙ୍କର ନିଜ ନିଜ ଅଞ୍ଚଳର ଶାନ୍ତିଶୃଙ୍ଖଳା ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

- Advertisement -

ଆସନ୍ତା ସୋମବାର ଦିନ ରାଜ୍ୟ ରାଜଭବନରେ କ୍ୟାବିନେଟ୍‍ ମନ୍ତ୍ରୀମାନେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବ ପରେ ରାଜ୍ୟ ସଚିବାଳୟରେ ପ୍ରଥମ କ୍ୟାବିନେଟ୍‍ ବୈଠକ ବସିବ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories