www.samajalive.in
Tuesday, December 9, 2025
17.1 C
Bhubaneswar

କରୋନାରେ ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍‌ ସିଂହଙ୍କ ପରଲୋକ

କରୋନା ମହାମାରୀରେ ପ୍ରାଣ ହରାଇଛନ୍ତି ଜଣେ ପୂର୍ବତନ ହକି ଖେଳାଳି। ଭାରତୀୟ ହକି ଦଳର ପୂର୍ବତନ ସଦସ୍ୟ ତଥା ୧୯୮୦ ଅଲିମ୍ପିକର ସ୍ବର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍‌ ସିଂହ କରୋନାରେ ଆକ୍ରାନ୍ତ ହୋଇ ଗତ ୧୫ ଦିନ ଧରି ଚିକିତ୍ସାଧୀନ ଥିବାବେଳେ ଆଜି ଲକ୍ଷ୍ନୌରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୦ ବର୍ଷ ହୋଇଥିଲା।

ରବିନ୍ଦର କରୋନାରେ ସଂକ୍ରମିତ ହେବା ପରେ ଗତ ଏପ୍ରିଲ ୨୪ ତାରିଖରେ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ସେ କରୋନାରୁ ସୁସ୍ଥ ହୋଇଯାଇଥିଲେ। ତାଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା। ତେଣୁ ତାଙ୍କୁ କରୋନା ୱାର୍ଡ ବାହାରେ ରଖାଯାଇଥିଲା। କିନ୍ତୁ ଶୁକ୍ରବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଚାନକ ଖରାପ ହୋଇଯାଇଥିଲା ଏବଂ ତୁରନ୍ତ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରବିନ୍ଦର ୧୯୮୦ ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ୧୯୮୪ ଅଲିମ୍ପିକରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ଅବିବାହିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories