www.samajalive.in
Tuesday, December 9, 2025
17.1 C
Bhubaneswar

ସୋମବାର ଠାରୁ ତାମିଲନାଡୁରେ ଦୁଇ ସପ୍ତାହ ତାଲାବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ

ଚେନ୍ନଇ: ତାମିଲନାଡୁ ସରକାର କୋଭିଡ ସଂକ୍ରମଣ ରୋକିବା ସକାଶେ ରାଜ୍ୟରେ ଦୁଇ ସପ୍ତାହ ପାଇଁ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି। ଆସନ୍ତା ସୋମବାର ମଇ ୧୦ ତାରିଖ ଠାରୁ ସମଗ୍ର ରାଜ୍ୟରେ ଲାଗୁହେବ ତାଲାବନ୍ଦ। ରାଜ୍ୟରେ ଦିନକରେ ୨୬ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବାର ଦିନକ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ସେ କହିଛନ୍ତି ଯେ ଜିଲାପାଳମାନଙ୍କ ସହିତ ସେ ଶୁକ୍ରବାର ଏକ ବୈଠକରେ ମିଳିତ ହୋଇଥିଲେ। ଏଥିସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ମଧ୍ୟ ପରାମର୍ଶ କରିଥିଲେ। ସମୁଦାୟ ପରିସ୍ଥିତିକୁ ସମୀକ୍ଷା କରାଯିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ମଇ ୧୦ ତାରିଖ ଭୋର ୪ଟାରୁ ମଇ ୨୪ ପର୍ଯ୍ୟନ୍ତ ତାଲାବନ୍ଦ କଟକଣା ରହିବ। ଏହି ସମୟରେ ତେଜରାତି ସାମଗ୍ରୀ ଦୋକାନ, ରେଷ୍ଟୁରାଣ୍ଟ ଆଦି ଖୋଲା ରହିଲେ ମଧ୍ୟ ଲୋକେ କେବଳ ସାମଗ୍ରୀ କିଣି ଘରକୁ ନେଇପାରିବେ। ବ୍ୟାଙ୍କଗୁଡିକ ଅଧା କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ତାଲାବନ୍ଦ ସମୟରେ ବସ, ଅଟୋରିକ୍ସା, କାର ଆଦି ଚଳାଚଳ କରିବନାହିଁ। କେବଳ ଡାକ୍ତରଖାନା, ବିବାହ, ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସେଗୁଡିକର ଚଳାଚଳକୁ ଅନୁମତି ଦିଆଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories