www.samajalive.in
Sunday, December 14, 2025
23.1 C
Bhubaneswar

ଦେଶରେ ଦିନକରେ ୪ ଲକ୍ଷ ୧ହଜାର ୭୮ ନୂଆ ସଂକ୍ରମିତ; ୪ ହଜାର ଟପିଲା ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ବୃଦ୍ଧିପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା। ଗତକାଲି ଗୋଟିଏ ଦିନରେ ୪୧୮୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଦେଶରେ ୨୪ ଘଣ୍ଟାରେ ଏହା ସର୍ବାଧିକ କରୋନା ଜନିତ ମୃତ୍ୟୁ ବୋଲି ଜଣାଯାଇଛି। ଏଥିସହିତ ଏହି ସମୟ ମଧ୍ୟରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୨ କୋଟି ୧୮ ଲକ୍ଷ ୮୬ ହଜାର ୬୧୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୨ ଲକ୍ଷ ୩୮ ହଜାର ୨୬୫ ଜଣଙ୍କର ମୃତ୍ୟୁ ଘଟିସାରିଛି।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ୫୪,୦୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକରେ ୪୮,୭୮୧, କେରଳରେ ୩୮,୪୬୦ ଜଣ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୮୯୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେହିଭଳି କର୍ଣ୍ଣାଟକରେ ୫୯୨ ଓ ଉତ୍ତର ପ୍ରଦେଶରେ ୩୭୨ ଜଣଙ୍କର ପ୍ରାଣହାନି ଘଟିଛି। ଏଭଳି ପରିସ୍ଥିତିରେ ଦେଶରେ ଟିକାଦାନ ହାର ହ୍ରାସ ପାଇବାରେ ଲାଗିଛି। ଆବଶ୍ୟକ ପରିମାଣରେ କୋଭିଡ ଟିକା ଉତ୍ପାଦନ ହୋଇନପାରିବା କାରଣରୁ ଦେଶର ବିଭିନ୍ନ ଭାଗରେ ଟିକାଦାନ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି।
ଗତକାଲି ସୁଦ୍ଧା ଭାରତରେ ଯେତିକି ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ପ୍ରାୟ ୨୨.୭% ସଂକ୍ରମିତ ଚିହ୍ନଟ କରାଯାଇଛି। ଅର୍ଥାତ ନମୁନା ପରୀକ୍ଷା କରାଯାଉଥିବା ପ୍ରତି ପାଞ୍ଚଜଣ ମଧ୍ୟରେ ଜଣେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ୨୪ଟି ରାଜ୍ୟରେ ସଂକ୍ରମଣ ହାର ୧୫%କୁ ଟପିଯାଇଛି। ସେହିଭଳି ୯ଟି ରାଜ୍ୟରେ ଏହା ୫%ରୁ ୧୫% ଏବଂ ତିନିଟି ରାଜ୍ୟରେ ୫%ରୁ କମ୍‍ ରହିଛି। ଗୋଆରେ ସଂକ୍ରମଣ ହାର ସର୍ବାଧିକ ୪୮.୫% ରହିଥିବାବେଳେ ହରିଆଣାରେ ୩୬.୧% ଏବଂ ପୁଡୁଚେରୀରେ ୩୪.୯% ରହିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories