www.samajalive.in
Friday, December 12, 2025
16.1 C
Bhubaneswar

ହତ୍ୟାକାରୀ ଜେଲ୍‍ ଗଲା

ପିପିଲି:ବକେୟା ଦରମା ଟଙ୍କାକୁ କେନ୍ଦ୍ରକରି ଗତକାଲି ମାଲିକକୁ ହାତୁଡିରେ ପିଟି ହତ୍ୟା କରିଥିବା ଅଭିଯୁକ୍ତ ହିରଣ୍ୟ ସାହୁ (୬୪)କୁ ଆଜି ପିପିଲି ପୁଲିସ କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତକୁ ୧୪ ଦିନ ପାଇଁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ୍‍ ହାଜତକୁ ପଠାଇ ଦିଆଯାଇଛି ।
ପିପିଲି ଥାନା ଅନ୍ତର୍ଗତ ଯଶୁଆପୁର ପଞ୍ଚାୟତର ସାତଶଙ୍ଖ ବଜାର ଉପରେ ଏକ ଭଡାଘରେ କାଗଜ ଥାଳି ଓ ଧୂପକାଠି ପ୍ରସ୍ତୁତ ସଂସ୍ଥା କରିଥିବା ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ଅନ୍ତର୍ଗତ ଗୌଡପୁଟ ଅଞ୍ଚଳର ଦୀପକ ପାଟ୍ଟଶାଣୀ (୩୫)କୁ ଗୁରୁବାର ଦ୍ୱିପହର ସମୟରେ ଉକ୍ତ ଘର ମଧ୍ୟରେ ହିରଣ୍ୟ ହାତୁଡିରେ ପିଟି ହତ୍ୟା କରିଥିଲା। ହିରଣ୍ୟ ଉକ୍ତ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବକେୟା ପ୍ରାପ୍ୟକୁ ନେଇ ପୂର୍ବରାତିରେ ଗଣ୍ଡଗୋଳ ଘଟିଥିଲା। ହତ୍ୟାକାଣ୍ଡ ପରେ ରକ୍ତଲଗା ହାତୁଡିକୁ ଅଭିଯୁକ୍ତ ରାସ୍ତା କଡରେ ଥିବା ଏକ ବୁଦାମୂଳରେ ଲୁଚାଇ ରଖିଥିବା ବେଳେ ପୁଲିସ ଉକ୍ତ ହାତୁଡିକୁ ପରେ ଜବତ କରିଥିଲା। ପିପିଲି ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ଅଭିଯୁକ୍ତକୁ ଗତକାଲି ଗିରଫ କରିଥିବା ବେଳେ ଆଜି ତାକୁ ପିପିଲି କୋର୍ଟକୁ ଚାଲାଣ କରିଥିଲେ। ଅଭିଯୁକ୍ତ ହିରଣ୍ୟର ଘର କଟକ ଜିଲା ବଡମ୍ବା ଥାନା ଅନ୍ତର୍ଗତ ମାନପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଦୀର୍ଘମାସ ହେଲା ସାତଶଙ୍ଖ ସ୍ଥିତ ଉକ୍ତ ସଂସ୍ଥାରେ ମାଲିକଙ୍କ ସହ ଏକାଠି ଗୋଟିଏ ଘରେ ରହୁଥିବା ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories