www.samajalive.in
Friday, December 12, 2025
15.1 C
Bhubaneswar

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ୩୮୩ ଟ୍ୟାଙ୍କରେ ପଠାଯାଇଛି ୭୦୦୭.୪୩୬ଟନ୍‌ରୁ ଅଧିକ ଅମ୍ଳଜାନ

ଭୁବନେଶ୍ବର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୩୮୩ଟି ଟ୍ୟାଙ୍କରେ ୭୦୦୭.୪୩୬ଟନ୍‌ରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅମ୍ଳଜାନ ପଠାଯାଇଛି। ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍‌ କରିଡ଼ର୍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେନେଇ ରାଜ୍ୟପୋଲିସ୍‌ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଅନୁଗୁଳ ଜିଲ୍ଲାରୁ ୪୩ଟି ଟ୍ୟାଙ୍କର ଯୋଗେ ୭୧୨.୪୬୨ଟନ୍, ଢେଙ୍କାନାଳ ଜିଲାରୁ ୯୩ଟି ଟ୍ୟାଙ୍କର ଯୋଗେ ୧୪୫୪.୫୮ଟନ୍, ଯାଜପୁର ଜିଲାରୁ ୯୪ଟି ଟ୍ୟାଙ୍କର ଯୋଗେ ୧୯୪୫.୮୭୨ଟନ୍‌ ଏବଂ ରାଉରକେଲାରୁ ୧୫୩ଟି ଟ୍ୟାଙ୍କଯୋଗେ ୨୮୯୪.୫୨୨ଟନ୍ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି।

 

- Advertisement -


୧୧୩ଟି ଟ୍ୟାଙ୍କର୍‌ରେ ଆନ୍ଧ୍ରପ୍ରଦେଶକୁ ୨୩୦୨.୧୯୪ ଟନ୍, ୧୦୫ଟି ଟ୍ୟାଙ୍କର ଯୋଗେ ତେଲେଙ୍ଗାନାକୁ ୧୭୮୫.୪୦୯ ଟନ୍, ତାଲିମନାଡୁକୁ ୯ଟି ଟ୍ୟାଙ୍କର ଯୋଗେ ୧୭୭.୫୨ଟନ୍, ହରିୟାଣାକୁ ୪୮ଟି ଟ୍ୟାଙ୍କର ଯୋଗେ ୮୮୧.୫୯୨ଟନ୍, ମହାରାଷ୍ଟ୍ରକୁ ୧୯ଟି ଟ୍ୟାଙ୍କରରେ ୩୧୪.୧୪ଟନ୍, ଛତିଶଗଡ଼କୁ ୧୭ଟି ଟ୍ୟାଙ୍କରରେ ୨୫୮.୦୧୧ଟନ୍, ଉତ୍ତର ପ୍ରଦେଶକୁ୩୦ଟି ଟ୍ୟାଙ୍କରରେ ୫୫୦.୫୫ ଟନ, ୩୭ଟି ଟ୍ୟାଙ୍କରରେ ୬୩୮ଟନ୍୍ ମଧ୍ୟ ପ୍ରଦେଶକୁ, ୦୪ଟି ଟ୍ୟାଙ୍କରରେ ଦିଲ୍ଲୀକୁ ୭୦.୭ଟନ୍, ୦୧ଟି ଟ୍ୟାଙ୍କରରେ ପଞ୍ଜାବକୁ ୨୯.୩୨ ଟନ୍ ଅମ୍ଳଜାନ ଯୋଗାଇ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ରାଜ୍ୟ ପୁଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅମ୍ଳଜାନ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜିଲାର ସମସ୍ତ ଏସ୍‌ପି/ଡିସିପି/ରେଞ୍ଜ ଡିଆଇଜି/ଆଇଜି ଏବଂ ପୁଲିସ କମିଶନର ନିଜ ନିଜ ଅଞ୍ଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦିଆଯାଇଛି।
ଅମ୍ଳଜାନ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବାକୁ ରାଜ୍ୟ ପୁଲିସ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories