www.samajalive.in
Saturday, December 6, 2025
15.1 C
Bhubaneswar

ବିଶୃଙ୍ଖଳିତଙ୍କ ଉପରେ ପୁଲିସର ତୀକ୍ଷ୍ଣ ନଜର

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକର ୨୪ଟି ପଞ୍ଚାୟତରେ ତାଲା ବନ୍ଦ କଡାକଡ଼ି ଆରମ୍ଭ ହୋଇଯାଇଛି। ତାଲା ବନ୍ଦର ଆଜି ଦ୍ଵିତୀୟ ଦିନରେ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଥିଲେ ମଧ୍ୟ ଲୋକେ ନିୟମ ଉଲ୍ଲଙ୍ଘନ କରି ନିଜର ମନମୁଖୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ନିଜସ୍ଵ ବାଇକରେ ଦୁଇରୁ ତିନି ଜଣ ବସିବା, କାର ତଥା ଅଟୋ ଗୁଡିକରେ ଯାତାୟତ ପ୍ରାୟତଃ ସ୍ଵାଭାବିକ ରହିଥିବା ଦେଖିବାକୁ ମିଳିଥିଲା । ତେଣୁ ଛକମାନଙ୍କରେ ପୁଲିସ ଛାଉଣୀ ଦେଇ କଡାକଡି ଯାଞ୍ଚ କରିଥିଲେ। ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିଲେ ହେଁ ଲୋକେ ବୁଝି ପାରୁ ନାହାଁନ୍ତି ଯେ ସେମାନଙ୍କ ଅବହେଳା ଯୋଗୁଁ ଅନ୍ୟ ଲୋକଙ୍କ ଜୀବନ ବିପଦରେ ପଡ଼ିବ ।ଲୋକଙ୍କର ଏହି ବିଶୃଙ୍ଖଳିତ ମନୋଭାବକୁ ଜାଣି ପାରି ଅତାବିରା ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇଙ୍କ ଉପସ୍ଥିତିରେ ପୁଲିସ ଜାତୀୟ ରାଜପଥରେ ଲୋକଙ୍କୁ ଘରୁ ନ ବାହାରି ସୁରକ୍ଷିତ ରହିବା ପାଇଁ ବାରମ୍ବାର ଡାକବାଜି ଯନ୍ତ୍ରରେ ଘୋଷଣା କରିବା ସହ ଅମାନିଆ ଲୋକଙ୍କୁ ତାଗିଦ୍ କରି ସେମାନଙ୍କ ଫାଇନ ମଧ୍ୟ ଆଦାୟ କରିଥିଲେ ଦଣ୍ଡ ସ୍ୱରୂପ। ସରଣ୍ଡା, ଗୋଡ଼ଭଗା, ଅତାବିରା ରେଙ୍ଗାଲିକ୍ୟାମ୍ପ ଆଦି ଛକମାନଙ୍କରେ ପୁଲିସ ଜଗି ରହି ନିୟମ ଉଲ୍ଲଙ୍ଘନକାରୀମାନଙ୍କୁ ଜୋରିମାନା କରି ସେମାନଙ୍କୁ ନିୟମ ପାଳନ କରିବା ପାଇଁ ଚେତାଇ ଦେଇଥିଲେ। ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories