www.samajalive.in
Tuesday, December 9, 2025
26.1 C
Bhubaneswar

ଦିନ ୧୨ଟା ସୁଦ୍ଧା ମୁଖ୍ୟ ସମ୍ବାଦ(୬ ମେ’ ୨୦୨୧)

ଦେଶ ଖବର

ନୂଆଦିଲ୍ଲୀ: ତାଲାବନ୍ଦ ବିରୋଧରେ କୃଷକ ସଂଗଠନର ଆନ୍ଦୋଳନ ଡାକରା, ୮ରେ ଖୋଲିବେ ଦୋକାନବଜାର

ମୁମ୍ବଇ: କରୋନରେ ଆକ୍ରାନ୍ତ ହୋଇ ବୁଧବାର ଦିନ ପ୍ରାଣ ହରାଇଛନ୍ତି ବିଗତ ଦିନର ଅଭିନେତ୍ରୀ ଶ୍ରୀପଦା। ସେ ଧର୍ମେନ୍ଦ୍ର ଏବଂ ବିନୋଦ ଖାନ୍ନାଙ୍କ ସମେତ ହିନ୍ଦୀ ଚଳଚ୍ଚିତ୍ର ଜଗତର ବହୁ ଅଭିନେତାଙ୍କ ସହିତ କାମ କରିଥିଲେ।

- Advertisement -

ହାଇଦରାବାଦ: ମହାମାରୀ କାରଣରୁ ଭାରତର ୨୩ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା କୁହାଯାଇଛି।

ନୂଆଦିଲ୍ଲୀ: ବୁଧବାର ଦେଶରେ ୪.୧୨ ଲକ୍ଷ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ ୩୯୮୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ପ୍ରାଣ ହରାଇବା ଏହା ପ୍ରଥମ ଘଟଣା। ଏହାଦ୍ୱାରା ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୩୦,୧୬୮କୁ ବୃଦ୍ଧିପାଇଛି।

ମୁମ୍ବଇ: ଦେଶରେ କରୋନା ଟିକା କୋଭିଶିଲ୍ଡ ପ୍ରସ୍ତୁତକର୍ତ୍ତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଦର ପୁନାୱାଲା ଏବଂ ତାଙ୍କ ପରିବାରକୁ ଜେଡ୍‌ ଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି। ଏଥିପାଇଁ ବମ୍ବେ ହାଇକୋର୍ଟରେ ଏକ ପିଟିଶନ ଦାୟର କରାଯାଇଛି। ବର୍ତ୍ତମାନ ପୁନାୱାଲାଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯାଇଛି। ସେ ଏବେ ବ୍ରିଟେନରେ ଅଛନ୍ତି।

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖିଆ ଚୋୖଧୁରୀ ଅଜିତ ସିଂହଙ୍କର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଚିକିତ୍ସିତ ଥିଲେ। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ଯୋଧପୁର: ଜେଲରେ ବନ୍ଦୀ ଥିବା ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ରାଜସ୍ଥାନର ଯୋଧପୁରସ୍ଥିତ ଏମଡିଏମ ଡାକ୍ତରଖାନାର ସ୍ୱତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ)ରେ ଭର୍ତ୍ତି କରାଯାଇଛି। କାରାଗାରରେ ଆଶାରାମଙ୍କ ସହିତ ଅନ୍ୟ ୧୨ଜଣ ଅନ୍ତେବାସୀ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ପ୍ରକାଶିତ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ତାଲିକାର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୩ ଜଣ ଭାରତୀୟ ରହିଛନ୍ତି। ଅଧିନାୟକ ବିରାଟ କୋହଲି ୮୧୪ ପଏଣ୍ଟ ସହ ପୂର୍ବପରି ୫ମ ସ୍ଥାନ ବଜାୟ ରଖିଥିବା ବେଳେ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଋଷଭ ପନ୍ତ୍ ଏବଂ ରୋହିତ ଶର୍ମା ଯୁଗ୍ମ ଭାବେ ୬ଷ୍ଠ ସ୍ଥାନରେ ରହିଛନ୍ତି।

ଜାମ୍ମୁ: ଜାମ୍ମୁ କାଶ୍ମୀରର ସୋପିଆନ ଜିଲା କନିଗାମ୍‍ ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁ ୩ ଆତଙ୍କୀ ନିହତ ହୋଇଛନ୍ତି।

ରାଜ୍ୟ ଖବର

ଭୁବନେଶ୍ୱର : ଭୁବନେଶ୍ୱର ସିଆରପିଏଫ ଡିଆଇଜି ସୁନୀଲ କୁମାର ପାର୍ଥ କରୋନାରେ ଆଖି ବୁଜିଛନ୍ତି। ସେ କରୋନା ସଂକ୍ରମିତ ହେବା ପରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଭୁବନେଶ୍ଵର: ରାଜଭବନରେ କରୋନା ପ୍ରବେଶ କରିଛି। ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ ମନୋଜ ମିଶ୍ରଙ୍କ ସହ ୮ ବରିଷ୍ଠ ଅଧିକାରୀ ଏହ ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେହିପରି ରାଜଭବନରେ କାର୍ଯ୍ୟରତ କେତେ ଜଣ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଆକ୍ରାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୦,୫୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୭୭ ଓ ସୁନ୍ଦରଗଡରୁ ୧୧୮୬ ଜଣଙ୍କୁ ଚିହ୍ନଟ କରାଯାଇଛି।

ଭୁବନେଶ୍ଵର: ରାଜ୍ୟରେ ଗୋଟିଏ ଦିନରେ ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ପାଇଛି।

ଭୁବନେଶ୍ୱର: ଟିକାକରଣ ପାଇଁ ଦୂରଭାଷ ଯନ୍ତ୍ରରେ ବାର୍ତ୍ତା ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର ଜନସାଧାରଣଙ୍କୁ ଅବଗତ କରାଯାଉଛି। କିନ୍ତୁ ଅନେକ କ୍ଷେତ୍ରରେ କିଛି ଲୋକ ମିଛ ବାହାନା କରିବ ବାହାରେ ବୁଲୁଛନ୍ତି। ତେଣୁ ଯେଉଁମାନଙ୍କ ନିକଟକୁ ଦୂରଭାଷ ଯନ୍ତ୍ର ଜରିଆରେ ବାର୍ତ୍ତା ଯିବ ସେମାନେ ହିଁ ଟିକାକରଣ କେନ୍ଦ୍ର ଯାଇ ପାରିବେ ବୋଲି ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ଭୁବନେଶ୍ବର: କରୋନା ପାଇଁ ଅବସରକାଳୀନ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବାର୍ଷିକ ଜୀବନ୍ତ ପ୍ରମାଣପତ୍ର ଦାଖଲ ସମୟସୀମା ତିନିମାସ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୨୦୨୦ ନଭେମ୍ବର ମାସରୁ ମେ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା। କରୋନା ପରିସ୍ଥିତିକୁ ନଜରରେ ରଖି ଅର୍ଥ ବିଭାଗ ଏହି ସମୟସୀମା ଆସନ୍ତା ଜୁନ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories