www.samajalive.in
Thursday, December 11, 2025
18.1 C
Bhubaneswar

ତାଲାବନ୍ଦ ସତ୍ୱେ ବସିଲା ସାପ୍ତାହିକ ବଡ଼ମ୍ବା ହାଟ, ଖାଉଟିଙ୍କୁ ଲୁଟିଲେ ମୁନାଫାଖୋର ବେପାରୀ

ବଡ଼ମ୍ବା: କରୋନା ଦ୍ୱିତୀୟ ଲହରୀ ଭୟାନକ ବଢୁଥିବା କାରଣରୁ ବୁଧବାରଠାରୁ ସରକାର ରାଜ୍ୟବ୍ୟାପି ତାଲାବନ୍ଦ ଘୋଷଣା କଲେ। ହେଲେ ଏହି ଆଇନ କଡ଼ାକଡ଼ି ପାଳନ ନେଇ ବଡ଼ମ୍ବାରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ତାଲାବନ୍ଦକୁ ବେଖାତିର କରି ପ୍ରଥମ ଦିନରେ ବଡ଼ମ୍ବାରେ ସାପ୍ତାହିକ ହାଟ ବସିଥିଲା। କେବଳ ସେତିକି ନୁହେଁ, ଏହାର ଫାଇଦା ଉଠାଇ ମୁନାଫାଖୋର ଆଳୁ ବେପାରୀମାନେ ଆଳୁପିଆଜ ଦର ହଠାତ୍‍ ରାତିକ ଭିତରେ ଦୁଇଗୁଣ ବଢାଇଥିବା ଅଭିଯୋଗ ହୋଇଛି। ଏତେ ସବୁ ଘଟିବା ସତ୍ୱେ ସ୍ଥାନୀୟ ପୁଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାରେ ବିଳମ୍ବ କରିବାରେ ଜନସାଧାରଣ ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ଆଳୁ ଏବଂ ପିଆଜ (୫୦ କେଜି )ପ୍ୟାକେଟ ପିଛା ବେପାରୀମାନେ ୩ଶହରୁ ୪ଶହ ଟଙ୍କା ବଢାଇଥିବା ବେଳେ ଏହି କାରଣରୁ ଖୋଲା ବଜାରରେ ପୂର୍ବରୁ ମିଳୁଥିବା କିଲୋ ପିଛା ୧୨ଟଙ୍କାର ଆଳୁ ଆଜି ହଠାତ୍‍ ୨୪ ଟଙ୍କାରେ ବିକ୍ରୟ ହୋଇଥିଲା। ଏଭଳି ଶୋଷଣର ପ୍ରତିବାଦ କରି ଶେଷରେ ଖାଉଟିମାନେ ସ୍ଥାନୀୟ ତହସିଲଦାର ଦେବଦତ୍ତ ମହାନ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ବେପାରୀଙ୍କ ଏହି ବେଆଇନ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥାନୀୟ ନେତୃବର୍ଗ ବିରୋଧ କରିବା ସହ ମୁନାଫାଖୋରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ହାଟରେ ପ୍ରତିବାଦ କରିବାରେ ଖବରପାଇ ଘଟଣାସ୍ଥଳରେ ସହକାରୀ ପୁଲିସ ଅଧିକାରୀ ବ୍ରଜବିହାରୀ ସାମନ୍ତସିଂହାର ପହଞ୍ଚି ବୁଝାସୁଝା କରିଥିଲେ।

- Advertisement -

ପୁଲିସ ପ୍ରଥମେ ସାପ୍ତାହିକ ହାଟ ବନ୍ଦ କରିବାସହ ଆଳୁ ପିଆଜ ଦର ବୃଦ୍ଧି ନେଇ ତଦନ୍ତ କରିଥିଲେ। ପରେପରେ ବଡ଼ମ୍ବାର ଭାରପ୍ରାପ୍ତ ଯୋଗାଣ ନିରୀକ୍ଷକ ରବିନ୍ଦ୍ରକୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ବଣିକ ସଂଘର କର୍ମକର୍ତ୍ତା, ସ୍ଥାନୀୟ ନେତୃବର୍ଗ ଏବଂ ବେପାରୀଙ୍କ ସହିତ ଆଲୋଚନା କରିଥିଲେ। ହେଲେ ମିଳିଥିବା ସୂଚନାନୁଯାଇ ବେଆଇନ ଭାବେ ଆଳୁ ପିଆଜ ଦର ବୃଦ୍ଧି ହୋଇଥିବା ସ୍ପଷ୍ଟ ହୋଇଥିଲେ ସୁଦ୍ଧା ସଂପୃକ୍ତ ମୁନାଫାଖୋର ବେପାରୀଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାଯାଇଛି। ଅପରପକ୍ଷରେ ବିନା ଚାଲାଣରେ ଚଢା ଦରରେ ଆଳୁପିଆଜ କିଣିଥିବା ଏବଂ ସେଥିଯୋଗୁଁ ଏହି ସମସ୍ୟା ଉପୁଜିଥିବା ନେଇ ବେପାରୀମାନେ ଅଧିକାରୀଙ୍କୁ ସଫେଇ ଦେଇଥିଲେ। ପ୍ରଶ୍ନ ଉଠୁଛି ରାସ୍ତାସାରା କଡ଼ା ପୁଲିସ ପହରା ରହୁଥିବା ବେଳେ ବିନା ଚାଲାଣରେ ଟ୍ରକଟ୍ରକ ଆଳୁ ବେପାରୀମାନେ ବଡ଼ମ୍ବା ପର୍ଯ୍ୟନ୍ତ ଆଣିଲେ କିପରି।

ଏଭଳି ସନ୍ଦିହାନ ସ୍ଥିତିରେ ଖାଉଟିମାନଙ୍କୁ ଲୁଟିବାକୁ ବେପାରୀମାନେ ସକ୍ଷମ ହୋଇଥିବା ବେଳେ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତି ଘଟିଲେ ଜୋରଦାର ଆନ୍ଦୋଳନ ହେବ ବୋଲି ହାଟ ବଣିକ ସଂଘର ସଭାପତି ଶିବନାରାୟଣ ମିଶ୍ର, ପୂର୍ବତନ ଜିଲାପରିଷଦ ସୂର୍ଯ୍ୟକିଶୋର ମହାନ୍ତି, ସାଂସଦ ପ୍ରତିନିଧି ଦିପକ କୁମାର ସାହୁ, ନାଗରିକ ମଞ୍ଚ ଉପଦେଷ୍ଟା ସନ୍ତୋଷ କୁମାର ଦେବତା, ଖାଉଟି ସୁରକ୍ଷା ମଞ୍ଚର ସଦସ୍ୟ ପ୍ରଦୀପୁ କୁମାର ମହାପାତ୍ର, ପ୍ରମୋଦ କୁମାର ପଣ୍ଡା, ମାନସ ରଞ୍ଜନ ମହାନ୍ତି, ରମେଶ ଚନ୍ଦ୍ର ବେହେରା, ଗିରିଜା ପ୍ରସାଦ ମିଶ୍ର ପ୍ରମୁଖ ଦାବି କରିଛନ୍ତି। ଅପରପକ୍ଷରେ ଘଟଣା ଉପରେ କଡ଼ା ନଜର ରଖାଯାଇଛି ଏବଂ ବେଆଇନ ଗଛିତ ରଖୁଥିବା ଆଳୁ ପିଆଜ ତଥା ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଜାଣିଶୁଣି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କରୁଥିବା ମୁନାଫାଖୋର ବ୍ୟବସାୟୀଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ ଶ୍ରୀ ସେଠୀ କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories