www.samajalive.in
Tuesday, December 9, 2025
15.1 C
Bhubaneswar

୧୭ ରାଜ୍ୟରେ ୫୦ହଜାରରୁ କମ୍‍ ସଂକ୍ରମିତ

ନୂଆଦିଲ୍ଲୀ : ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କୋବିଡ୍‍ ସଂକ୍ରମିତମାନଙ୍କ ସଂଖ୍ୟା ଶୀଘ୍ର ହ୍ରାସ ପାଇବାର ସୂଚନା ମିଳିଛି। ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, ଚଣ୍ଡିଗଡ଼, ଗୁଜରାଟ, ଝାଡ଼ଖଣ୍ଡ ଓ ଲଦାଖ ରହିଛି। ନୂଆଦିଲ୍ଲୀରେ ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ୍‍ କହିଛନ୍ତି, କରୋନା ସଂକ୍ରମିତମାନଙ୍କ ସଂଖ୍ୟା ଦୈନିକ ୨.୪ ଭାଗ ବୃଦ୍ଧି ପାଇ ଆସୁଥିଲା ।

୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି। ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, କର୍ଣ୍ଣାଟକ,କେରଳ, ଉତ୍ତରପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜରାଟ,ତାମିଲନାଡୁ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଓ ହରିୟାଣା ରହିଛି । ଶ୍ରୀ ଅଗ୍ରୱାଲ୍‍ କହିଛନ୍ତି, ୭ଟି ରାଜ୍ୟରେ ୫୦ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ଥିବା ବେଳେ ୧୭ଟି ରାଜ୍ୟରେ ୫୦ହଜାରରୁ କମ୍‍ ସଂକ୍ରମିତ ଅଛନ୍ତି ।  ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ
ହରିୟାଣାରେ କୋବିଡ୍‍ ମୃତ୍ୟୁ ସଂଖ୍ୟା ଅଧିକ ରହିଛି  ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories