www.samajalive.in
Saturday, December 13, 2025
27.1 C
Bhubaneswar

ଭର୍ଚୁଆଲ ମୋଡରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ବିଶେଷ କରି ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଜିଲ୍ଲା ନୋଡାଲ ଅଧିକାରୀମାନେ ଜିଲ୍ଲାର ସମସ୍ତ କୋଭିଡ କେୟାର ସେଣ୍ଟର ଏବଂ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରଗୁଡିକ ପରିଦର୍ଶନ କରି କେତେ ଅକ୍ସିଜେନ ମହଜୁଦ ଅଛି, ଆମ୍ବୁଲାନ୍ସର ପରିସ୍ଥିତି, ମୃତ ବ୍ୟକ୍ତିଙ୍କ ଶରୀର ଠିକ ସମୟରେ ଅନ୍ତିମ ସତ୍କାର କିଭଳି ହେବ, ହସ୍ପିଟାଲରେ ଠିକ ସମୟରେ ରୋଗୀଙ୍କୁ ଖାଦ୍ୟ ଯୋଗାଇବା, ଖାଦ୍ୟର ଗୁଣବତ୍ତା, ହସ୍ପିଟାଲରେ ସଫାସୁତୁରା ଇତ୍ୟାଦି ବିଷୟରେ ତଦାରତ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରତ୍ୟେକ ବ୍ଲକ କାର୍ୟ୍ୟାଳୟରେ ଚବିଶ ଘଣ୍ଟା ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । କୋଭିଡ କେୟାର ସେଣ୍ଟରମାନଙ୍କରେ ହେଲ୍ପଡେସ୍କ ଖୋଲିବା ସହିତ ଲକଡାଉନ ସମୟରେ ପ୍ରବାସୀ ଓଡ଼ିଆଙ୍କ ଆଗମନକୁ ଦୃଷ୍ଟିରେ ରଖି ଟିଏମସି ସେଣ୍ଟର ଗୁଡ଼ିକରେ ସଜାଗ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ଯେଉଁ କୋଭିଡ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରି ସୁବିଧା ଅସୁବିଧା ବୁଝିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

 

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories