www.samajalive.in
Thursday, December 11, 2025
26.1 C
Bhubaneswar

ଆନ୍ତର୍ଜାତିକ କ୍ରିକେଟ୍‌ରୁ ତିସାରା ପରେରାଙ୍କ ଅବସର

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍‌ ଦଳର ଅଭିଜ୍ଞ ଅଲ୍‌ରାଉଣ୍ଡର ତିସାରା ପରେରା ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ତେବେ ୩୨ ବର୍ଷ ବୟସ୍କ ତିସାରା ସାରାବିଶ୍ବରେ ଟ୍ବେଣ୍ଟି୨୦ ଲିଗ୍ କିମ୍ବା ଫ୍ରାଞ୍ଚାଇଜି କ୍ରିକେଟ୍‌ ଖେଳିବା ଜାରିରଖିବେ ବୋଲି କହିଛନ୍ତି। ପେସ୍ ବୋଲର ତଥା ତଳଅର୍ଡରର ବିସ୍ଫୋରକ ବାମହାତି ବ୍ୟାଟ୍‌ସମ୍ୟାନ୍ ତିସାରା ପରେରା ଧଳା ବଲ୍‌ କ୍ରିକେଟ୍‌ରେ ଜଣେ ଚମ୍ପିଆନ୍। ୨୦୦୦ରୁ ଅଧିକ ଦିନିକିଅା ରନ୍ ସ୍କୋର୍ କରିଥିବା ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରୁ ତିସାରା ୪ର୍ଥ ସର୍ବାଧିକ ୧୧୨.୦୮ ଷ୍ଟ୍ରାଇକ୍‌ରେଟ୍‌ରେ ସ୍କୋର୍ କରିଛନ୍ତି।
ସୋମବାର ସକାଳୁ ତିସାରା ପରେରା ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବା କଥା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଜଣାଇ ଦେଇଥିଲେ। ଜାଣିବାକୁ ମିଳିଛି ଯେ ପରେରା ଓ ଆଉ କିଛି ବରିଷ୍ଠ ଖେଳାଳିଙ୍କୁ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ପରିଚାଳକ ଜଣାଇ ଦେଇଥିଲେ ଯେ ବାଂଲାଦେଶ ବିପକ୍ଷ​‌ ଦିନିକିଆ ସିରିଜ୍‌ରେ ସେମାନଙ୍କୁ ଖେଳାଯିବ ନାହିଁ। ଯୁବ ଖେଳାଳିଙ୍କୁ ସୁଯୋଗଦେବା ଉ‌େ‌ଦ୍ଦଶ୍ୟରେ ଏପରି କୁହା ଯାଇଥିଲା। ଅବଶ୍ୟ ପରେରାଙ୍କୁ ଶ୍ରୀଲଙ୍କା ଟ୍ବେଣ୍ଟି୨୦ ଦଳରେ ସୁଯୋଗ ମିଳିଥାଆନ୍ତା। ଚଳିତବର୍ଷ ଭାରତରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବ। ହେଲେ ଏହା ପୂର୍ବରୁ ପରେରା ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ତିସାରା ପରେରା ଶ୍ରୀଲଙ୍କା ପାଇଁ ୬ଟି ଟେଷ୍ଟମ୍ୟାଚ୍‌ ଖେଳି ୨୦୩ ରନ୍ କରିବା ସହ ୧୧ଟି ୱିକେଟ ନେଇଛନ୍ତି। ଦିନିକିଆରେ ସେ ଜଣେ ମ୍ୟାଚ୍ ବିଜେତା। ପରେରା ୧୬୬ଟି ଦିନିକିଆ ମ୍ୟାଚ୍ ଖେଳି ଗୋଟିଏ ଶତକ ଓ ୧୦ଟି ଅର୍ଦ୍ଧଶତକ ସହ ୨୩୩୮ ରନ୍ ସ୍କୋର୍ କରିଛନ୍ତି। ଏହାସହ ସେ ୧୭୫ଟି ୱିକେଟ ମଧ୍ୟ ନେଇଛନ୍ତି। ସେ ୮୪ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୧୨୦୪ ରନ୍ କରିବା ସହ ୫୧ଟି ୱିକେଟ ନେଇଛନ୍ତି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories