www.samajalive.in
Thursday, December 11, 2025
26.1 C
Bhubaneswar

ଦ୍ରବ୍ୟ ଓ ସେବା କର ସଂଗ୍ରହରେ ସଫଳତା ; ଏପ୍ରିଲରେ ୧୧୨୬.୬୭ କୋଟି ଟଙ୍କା ସଂଗ୍ରହ

ଭୁବନେଶ୍ବର : ରାଜ୍ୟରେ ଦ୍ରବ୍ୟ ଓ ସେବା କର ପ୍ରଚଳନ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ଏପ୍ରିଲ ମାସରେ ଓଡ଼ିଶା ୧୧୨୬.୬୭ କୋଟି ଟଙ୍କାର କର ସଂଗ୍ରହ କରି ସର୍ବକାଳୀନ ସଫଳତା ହାସଲ କରିଛି। ୨୦୧୯ ମସିହା ଏହି ସମୟରେ ରାଜ୍ୟର ଦ୍ରବ୍ୟ ଓ ସେବା କର ସଂଗ୍ରହ ପରିମାଣ ୯୨୭.୬୦ କୋଟି ଟଙ୍କା ଥିଲା। ୨୦୨୦ ମସିହା ଏପ୍ରିଲ ମାସରେ କରୋନା ସମୟରେ ଏହା ଥିଲା ମାତ୍ର ୩୬୦.୩୬ କୋଟି। ଏହା ପୂର୍ବରୁ ୨୦୨୧ ମସିହା ମାର୍ଚ୍ଚ ମାସରେ ରାଜ୍ୟ ଦ୍ରବ୍ୟ ଓ ସେବା କର ବାବଦରେ ୯୫୪.୬୨ କୋଟି ଟଙ୍କା ସଂଗୃହୀତ ହୋଇଥିଲା।
ଚଳିତ ବର୍ଷ ଏପ୍ରିଲ ମାସରେ ଅଧିକ ପରିମାଣର ରାଜ୍ୟ ଦ୍ରବ୍ୟ ଓ ସେବା କର ସଂଗ୍ରହ ପଛରେ ଟିକସ ପଇଠରେ ଉନ୍ନତି, ଲୌହ ଇସ୍ପାତ କ୍ଷେତ୍ରରୁ ଅଧିକ ଅର୍ଥ ସଂଗ୍ରହ ପ୍ରମୁଖ କାରଣ ବୋଲି ଦ୍ରବ୍ୟ ଓ ସେବା କର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାବ୍ୟତୀତ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କର, ସମନ୍ୱିତ ଦ୍ରବ୍ୟ ଓ ସେବା କର ଏବଂ ଅତିରିକ୍ତ ଟିକସ ବାବଦରେ ଯଥାକ୍ରମେ ୯୫୨.୪୩, ୧୧୫୭.୦୫ ଓ ୬୧୩.୩୩ କୋଟି ଟଙ୍କା ଏହିପରି ମୋଟ ୩୮୪୯.୪୮ କୋଟି ଟଙ୍କା ସଂଗ୍ରହ କରାଯାଇଛି। ୨୦୧୯ ମସିହା ଏପ୍ରିଲ ମାସରେ ଏହି ପରିମାଣ ୨୯୫୫.୬୦ କୋଟି ଟଙ୍କା ଥିବାବେଳେ ୨୦୨୦ ଏପ୍ରିଲରେ ଏହା ୭୭୪.୨୯ କୋଟି ଟଙ୍କା ଥିଲା।
ମୂଲ୍ୟଯୁକ୍ତ ଟିକସ ପଇଠ କରୁଥିବା ବ୍ୟବସାୟୀମାନେ ୨୦୨୧ ମସିହା ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ସେହି ମାସରେ ଟିକସ ପଇଠ କରି ସାରିଥିଲେ। ବାକି ୫ ଦିନର ଟିକସ ଗତ ଏପ୍ରିଲ ମାସରେ ସଂଗ୍ରହ କରାଯାଇଥିଲା। ଏହି ଟିକସର ପରିମାଣ ୨୧୮.୯୫ କୋଟି ଟଙ୍କା ଥିବା ସୂଚନା ଦିଆଯାଇଛି। ୨୦୨୦ ମସିହା ଏପ୍ରିଲ ମାସରେ ଏହି ପରିମାଣ ୧୩୦.୧୧ କୋଟି ଟଙ୍କା ଥିବାବେଳେ ୨୦୧୯ ମସିହା ରେ ଏହା ୧୮୩.୯୨ କୋଟି ଟଙ୍କା ଥିଲା। ଫଳରେ ଏ କ୍ଷେତ୍ରରେ ୬୮.୨୮ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ସୂଚନା ଦିଆଯାଇଛି।
ଖଣିଜ ତୈଳ(ପେଟ୍ରୋଲିୟମ) କ୍ଷେତ୍ରରୁ ହୋଇଥିବା ସଂଗ୍ରହରେ ୧୭୫.୩୧ ପ୍ରତିଶତ ଅଭିବୃଦ୍ଧି ଘଟି ଚଳିତ ବର୍ଷ ଏପ୍ରିଲ ମାସରେ ୧୬୬.୮୭ କୋଟି ଟଙ୍କା ଆଦାୟ ହୋଇଛି। ୨୦୨୦ ଏପ୍ରିଲରେ ଏହା ୬୦.୬୧ କୋଟି ଟଙ୍କା ଥିଲା। ୨୦୨୦-୨୧ ଆର୍ଥିକବର୍ଷରେ ୫୨,୨୧୦ ଜଣ ଟିକସଦାତାଙ୍କୁ ଦ୍ରବ୍ୟ ଓ ସେବା କର ପରିସରଭୁକ୍ତ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଖିଲାପିଙ୍କ ବିରୋଧରେ ୧,୨୯,୭୧୧ଟି ବିଜ୍ଞପ୍ତି(ନୋଟିସ) ଜାରି କରାଯାଇଛି।

Hot this week

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

Related Articles

Popular Categories