www.samajalive.in
Monday, December 8, 2025
24.1 C
Bhubaneswar

‘ସେବିକା ସାଜିଛନ୍ତି ଯଶୋଦା’

ବ୍ରହ୍ମପୁର : ଜନ୍ମ ହେବା ମାତ୍ରେ ମା’ କୋଳରୁ ଅଲଗା ହୋଇ ଅନ୍ୟତ୍ର ଚିକିତ୍ସା ପାଇଁ ଚାଲିଗଲା । କିଛି କ୍ଷଣ ପରେ ମା’ ଆଖି ବୁଜିଦେଲା। ଏପଟେ ମୃତ ମହିଳାଙ୍କ ପରିବାରର ସବୁ ସଦସ୍ୟ କୋଭିଡରେ ଆକ୍ରାନ୍ତ ଥିବାରୁ କେହି ମଧ୍ୟ ନବଜାତକକୁ ଦେଖିବାର ସୁଯୋଗ ପାଇଲେ ନାହିଁ। ଦେବକୀ ମା’ ଆରପାରିକୁ ଚାଲିଯିବା ପରେ ୬ ଦିନ ହେବ ନବଜାତକଟି ଡାକ୍ତରଖାନାରେ ଲାଳନପାଳନ ହେଉଛି। ସେଠାକାର ସେବିକାମାନେ ତା’ ପାଇଁ ଯଶୋଦା ପାଲଟିଛନ୍ତି। ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏଭଳି ଜଣେ ଶିଶୁର ବେଦନାଦାୟକ କାହାଣୀ କରୋନା କଷଣର ଆଉ ଏକ ଉଦାହରଣ ସୃଷ୍ଟି କରିଛି।
ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର କୋଭିଡ ଆକ୍ରାନ୍ତ ଥିବା ଜଣେ ୨୮ ବର୍ଷୀୟ ଗର୍ଭବତୀ ମହିଳା ଏପ୍ରିଲ ୨୮ ତାରିଖରେ ବ୍ରହ୍ମପୁର ବଡ ଡାକ୍ତରଖାନାର ପ୍ରସୂତି ଓ ସ୍ତ୍ରୀ ରୋଗୀ ବିଭାଗରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ତାଙ୍କର ଅ‌େ‌ସ୍ତ୍ରାପଚାର କରିବାକୁ ପଡ଼ିବ ବୋଲି କହିଥିଲେ। ପ୍ରସୂତି ବିଭାଗର ଅ​‌େ​‌ସ୍ତ୍ରାପଚାର ଗୃହରେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା। କିଛି ସମୟ ପରେ ମହିଳା ଜଣଙ୍କ ଜଣେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ ା ଏକ ମାସ ପୂର୍ବରୁ ଶିଶୁଟି ଜନ୍ମ ହୋଇଥିବାରୁ ତାକୁ ପ୍ରସୂତି ବିଭାଗରୁ ତୂରନ୍ତ ସ୍ଥାନାନ୍ତର କରି ନବଜାତ ଶିଶୁ ସ୍ବତନ୍ତ୍ର ଯତ୍ନ କୋଠରୀକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଚେତା ଫେରିବା ବେଳକୁ ମହିଳାଙ୍କ ନିକଟରେ ଶିଶୁଟି ନଥିଲା ା ଏପଟେ କରୋନା ପଜିଟିଭ ସହ ଶରୀରରେ ଅନ୍ୟାନ୍ୟ ସମସ୍ୟା ଦେଖା ଦେବାରୁ ଶିଶୁକୁ ଜନ୍ମ ଦେବାର ୨ ଦିନ ପରେ ମହିଳା ଜଣଙ୍କ ଆଖି ବୁଜି ଦେଇଥିଲେ। ମୃତ ମହିଳାଙ୍କ ଶବକୁ ଘରକୁ ନେଇ ପରିବାର ଲୋକେ ସତ୍କାର କରିଥିଲେ। ତେବେ ସମସ୍ତ କାମ ସାରି ଶିଶୁ ନିକଟକୁ ଫେରିବା ପୂର୍ବରୁ ମୃତ ମହିଳାଙ୍କ ସ୍ବାମୀ, ପୁଅ,ଶାଶୂ, ଶ୍ବଶୂର ଓ ମା’ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିଲେ ା ମୃତ ମହିଳାଙ୍କ ସ୍ବାମୀ ବ୍ରହ୍ମପୁରର ଏକ ଘରେ ସଙ୍ଗରୋଧରେ ରହିଥିବା ବେଳେ ଶାଶୂ ଓ ଶ୍ବଶୂର ପୁରୁଷୋତ୍ତମପୁରରେ ଗୃହ ସଙ୍ଗରୋଧରେ ରହିଛନ୍ତି ା ସେହିପରି ମୃତ ମହିଳାଙ୍କ ମା’ କରୋନାରେ ଗୁରୁତର ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାର କୋଭିଡ-୧୯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏଭଳି ସ୍ଥିତିର ସମସ୍ତଙ୍କ ଡାକ୍ତରଖାନାକୁ ଫେରିବା ରାସ୍ତା ବନ୍ଦ ହୋଇଯାଇଛି। ଏହା ଭିତରେ ୬ ଦିନ ବିତି ଯାଇଛି। କିନ୍ତୁ ପରିବାର ଲୋକେ ଶିଶୁଟିର ମୁହଁ ମଧ୍ୟ ଦେଖିପାରି ନାହାନ୍ତି। ଶିଶୁକନ୍ୟାଟି ବଡ ଡାକ୍ତରଖାନାର ନବଜାତ ସ୍ବତନ୍ତ୍ର ଯତ୍ନ କୋଠରୀରେ ରହି ଆଜି ଯାଏଁ ଚିକିତ୍ସିତ ହେଉଛି। ସଂକ୍ରମିତ ମା’ଠାରୁ ଜନ୍ମ ହୋଇ ମଧ୍ୟ ନବଜାତକଠାରେ କରୋନାର ଲକ୍ଷଣ ନାହିଁ। ଶିଶୁଟି ରହୁଥିବା ୱାର୍ଡରେ କାର୍ଯ୍ୟରତ ସେବିକାମାନେ ତା’ ପାଇଁ ଯଶୋଦା ଭଳି ଦାୟିତ୍ବ ନିର୍ବାହ କରୁଛନ୍ତି। ଶିଶୁର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ନିୟମ ଅନୁସାରେ ତା’ର ଆବଶ୍ୟକୀୟ ଯତ୍ନ ନିଆଯାଉଛି ା ତାକୁ ବର୍ତ୍ତମାନ ଗୁଣ୍ଡ କ୍ଷୀର ଖାଇବାକୁ ଦିଆଯାଉଛି ବୋଲି ନବଜାତ ସ୍ବତନ୍ତ୍ର ଯତ୍ନ କୋଠରୀରେ କାର୍ଯ୍ୟରତ ସେବିକା ସାବିତ୍ରୀ ବେହେରାଙ୍କ ଠାରୂ ସୂଚନା ମିଳିଛି। ଯେତେବେଳେ ଯେଉଁ ସେବିକା ଏହି ଯତ୍ନ କୋଠରୀ ଦାୟିତ୍ବରେ ରହୁଛନ୍ତି ସେମାନେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆବଶ୍ୟକୀୟ ଔଷଧ ଦେବା ସହ ଏହି ଶିଶୁର ଦେଖାଶୁଣା କରୁଛନ୍ତି ବୋଲି ସେ ଜଣାଇଛନ୍ତି। ଶିଶୁଟି ଅଜଣା ହେଲେ ମଧ୍ୟ ବଡ ଡାକ୍ତରଖାନାର ସେବିକାମାନେ ତା’ର ଚିକିତ୍ସାରେ ତିଳେ ମାତ୍ର ଅବହେଳା କରୁନାହାନ୍ତି। ଦୁନିଆ ଦେଖିବା ପୂର୍ବରୁ ଶିଶୁଟି କରୋନାର କଷଣ ଭିତରେ ପେଷି ହୋଇଯାଇଛି। ମା’ କୋଳରୁ ଅଲଗା ହୋଇଥିବା ବେଳେ ପରିବାର ଲୋକେ ପାଖ ମାଡି ପାରୁନାହାନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories