www.samajalive.in
Sunday, December 7, 2025
14.1 C
Bhubaneswar

ହିନ୍ଦି ସିନେମାକୁ ପୂରିଲା ୧୦୮ ବର୍ଷ ; ଆଜି ରିଲିଜ ହୋଇଥିଲା ଭାରତର ପ୍ରଥମ ଚଳଚ୍ଚିତ୍ର

ନୂଆଦିଲ୍ଲୀ : ହିନ୍ଦି ଚଳଚ୍ଚିତ୍ରକୁ ଆଜି ୧୦୮ ବର୍ଷ ପୂରଣ ହୋଇଛି। ୧୯୧୩ ମସିହାର ଆଜିର ଦିନର ପ୍ରଥମ ଭାରତୀୟ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ରିଲିଜ ହୋଇଥିଲା। ସେବେ ଠାରୁ ନେଇ ଆଜି ପର୍ଯ୍ୟନ୍ତ ସିନେମା ଜଗତର ବହୁ କିଛି ପରିବର୍ତ୍ତନ ଘଟିଛି। ଦାଦା ସାହେବ ଫାଲକେ ଲଣ୍ଡନରୁ ଫେରିବା ପରେ ରାଜା ହରିଶ୍ଚଦ୍ର ନାମକ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ। ଏହାପୂର୍ବରୁ ଭାରତୀୟ ଲୋକେ ସିନେମା ସହ ଜଡିତ ନଥିଲେ ବୋଲି କୁହାଯାଏ। ଏହି ଚଳଚ୍ଚିତ୍ର ଭାରତର ପ୍ରଥମ ପୂର୍ଣ୍ଣ-ଲମ୍ବ- ବିଶିଷ୍ଟ ଚଳଚ୍ଚିତ୍ର କୁହାଯାଏ। ଜାଣନ୍ତୁ ଏହି ଚଳଚ୍ଚିତ୍ର ସହ ଜଡିତ କିଛି ରୋଚକ କଥା ….
ରାଜା ହରିଶ୍ଚନ୍ଦ୍ର ବିନା କଥିତ ( ମୁକ) ଚଳଚ୍ଚିତ୍ର ଥିଲା। ଏଥିରେ ସମ୍ପୂର୍ଣ୍ଣ କାହାଣୀକୁ କେବଳ ଅଙ୍ଗଭଙ୍ଗୀ ଅର୍ଥାତ ଇସାରା ଦ୍ୱାରା କରାଯାଇଥିଲା। ସେହି ସମୟରେ ଭାରତ ଇଂରେଜ ସରକାରଙ୍କ ଅଧୀନରେ ଥିବାରୁ ସ୍ୱାଧୀନତା ପାଇଁ ଖୁବ ଆନ୍ଦୋଳନ ଜାରି ରହିଥିଲା।
ଏହି କାରଣରୁ ଦାଦା ସାହେବ ଫାଲକେ ଏହି ଚଳଚ୍ଚିତ୍ରର କାହାଣୀରେ ମୂଳଦୁଆ ଇଂରେଜ ମାନଙ୍କ ସହ ଲଢେଇରୁ ହିଁ ଆରମ୍ଭ କରିଥିଲେ। ସେହି ସମୟରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ମାତ୍ର ଗୋଟିଏ ଇଚ୍ଛା ଥିଲା କିଭଳି ପରାଧୀନତାରୁ ଭାରତରକୁ ସ୍ୱାଧୀନତା ମିଳୁ।
ଚଳଚ୍ଚିତ୍ରରେ ରାଜା ହରିଶ୍ଚନ୍ଦ୍ରଙ୍କର ମହାନତାକୁ ଦର୍ଶାଯାଇଥିଲା। ଜଣେ ସାଧୁ ବେଶରେ କିଭଳି ରାଜାଙ୍କ ଠାରୁ ତାଙ୍କ ପଦ ନେଇ ଥିଲେ, ତାହା ଦର୍ଶାଯାଇଛି। ସେହି ସାଧୁଙ୍କୁ ଇଂରେଜଙ୍କ ସହ ତୁଳନା କରାଯାଇଛି। ସେହି ସମୟରେ ଦାଦା ସାହେବ ଫାଲକେ ରାଜା ହରିଶ୍ଚନ୍ଦ୍ରଙ୍କର ବଜେଟ ୧୫ ହଜାର ଟଙ୍କା ଥିଲା। ଚଳଚ୍ଚିତ୍ରରେ କୌଣସି ମହିଳା କାମ କରିନଥିବା ବେଳେ ଜଣେ ମାତ୍ର କାମ କରିଥିଲେ।
୩ ମେ ୧୯୧୩ ବମ୍ବେ (ବର୍ତ୍ତମାନର ମୁମ୍ବଇ) ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବେ ବିବେଚନା କରାଯାଏ। ପ୍ରଚଣ୍ଡ ଖରାରେ କଷ୍ଟ ସହି ଲୋକେ ପ୍ରଥମେ ଏହି ଚଳଚ୍ଚିତ୍ର ପାଇଁ ଟିକେଟ କିଣିବାକୁ ଥିଏଟର ବାହାରେ ଠିଆ ହୋଇଥିଲେ। ଚଳଚ୍ଚିତ୍ର ପ୍ରାୟ ୫୦ ମିନିଟ ସମୟର ଥିଲା। ଏହାର ପୋଷ୍ଟର ଗୁଡିକ ମରାଠୀ ଓ ଇଂରାଜୀ ଭାଷାରେ ତିଆରି କରାଯାଇଥିଲା।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories