www.samajalive.in
Sunday, December 7, 2025
18.1 C
Bhubaneswar

ମେ ୧୦ରେ ଆସ୍ଥାଭୋଟ ଲୋଡିବେ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି

କାଠମାଣ୍ଡୁ: କ୍ଷମତାରେ ରହିବାକୁ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଚଳିତ ମାସ ୧୦ ତାରିଖରେ ଦେଶର ସଂସଦରେ ଆସ୍ଥାଭୋଟ ଲୋଡିବେ। ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ସଂସଦର ନିମ୍ନ ସଦନରେ ଓଲି ୧୩୬ ଭୋଟ ଆବଶ୍ୟକ କରୁଛନ୍ତି, କାରଣ ସଂସଦର ୪ ସଦସ୍ୟ ସଂପ୍ରତି ନିଲମ୍ବିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଓଲିଙ୍କ ସୁପାରିଶକ୍ରମେ ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଚଳିତ ମାସ ୧୦ ତାରିଖରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି। ଏଥିରେ ଓଲି ତାଙ୍କ ସରକାର ସପକ୍ଷରେ ଆସ୍ଥା ଭୋଟ ଲୋଡିବେ ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି। ନେପାଳ ସଂସଦରେ ନିମ୍ନ ସଦନରେ ମୋଟ ୨୭୫ ସଦସ୍ୟ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ନିଲମ୍ବିତ ହୋଇଛନ୍ତି। ସେଥିପାଇଁ ଓଲି କ୍ଷମତାରେ ତିଷ୍ଟି ରହିବା ପାଇଁ ତାଙ୍କ ସପକ୍ଷରେ ୧୩୬ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେଉଛି। ରବିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓଲି କହିଥିଲେ ଯେ ସେ ଆସ୍ଥାଭୋଟରେ ବିଜୟୀ ହେବାକୁ ପ୍ରୟାସ କରିବେ। ଗତବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଦେଶର ନିମ୍ନ ସଦନ ଭଙ୍ଗ କରିବାକୁ ସୁପାରିଶ କରିବା ପରଠାରୁ ଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।
ଇତିମଧ୍ୟରେ ଦେଶର ଆଇନ, ନ୍ୟାୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଲୀଳାନାଥ ଶ୍ରେଷ୍ଠ କହିଛନ୍ତି, ଏହି ଅଧିବେଶନ ଗୋଟିଏ ଦିନ ପାଇଁ ଆହୂତ ହୋଇଚି। ସେଥିରେ ଓଲି ଆସ୍ଥାଭୋଟ ଲୋଡିବେ। ଏଥିରେ ଓଲି ବିଜୟୀ ହେଲେ ଦେଶରେ ରାଜନୈତିକ କାର୍ଯ୍ୟକଳାପ ଆଗକୁ ବଢିପାରିବ, ଯାହା ଗତ କିଛିମାସ ଧରି ବସ୍ତୁତଃ ଅଚଳ ହୋଇପଡିଛି। ଯଦି ଓଲି ପରାଜିତ ହୁଅନ୍ତି ତେବେ ଦେଶରେ ଏକ ମେଣ୍ଟ ସରକାର ଗଠନ ପାଇଁ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହା ଅନ୍ୟ ରାଜନୈତିକ ଦଳଗୁଡିକ ସକାଶେ ସରକାର ଗଠନ କରିବା ସୁଯୋଗ ଆଣିଛି। ତାହା ନହେଲେ ଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେବ। ଓଲି ନିମ୍ନ ସଦନକୁ ଭଙ୍ଗ କରିବା ନେଇ ତାଙ୍କ ବିରୋଧୀ ପୁଷ୍ପକମଳ ଦହଲଙ୍କ ନେତୃତ୍ୱରେ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ବହୁ ନେତା ଅସନ୍ତୋଷ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ଦହଲ ମଧ୍ୟ ଶାସକ ଦଳର ଅନ୍ୟତମ ପ୍ରମୁଖ ନେତା। ଓଲି ଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଫେବ୍ରୁଆରୀ ମାସରେ ଦେଶର ସର୍ବୋଚ୍ଚ ଅଦାଲତ ଓଲିଙ୍କ ଏହି ନିଷ୍ପତ୍ତିକୁ ଖାରଜ କରିଦେବା ସହିତ ନିମ୍ନ ସଦନକୁ ପୁନଃ ବାହାଲ କରିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories