www.samajalive.in
Sunday, December 14, 2025
26.1 C
Bhubaneswar

ଇଲିଶି ଯୋଡ଼ା ୨୦୦ ଟଙ୍କା

ପାରାଦ୍ୱୀପ: ପାରାଦ୍ୱୀପରେ ଦୁଇଦିନ ହେବ ଇଲିଶି ମାଛ ଶସ୍ତା ହୋଇଛି। ଯୋଡା (୬୦୦ଗ୍ରାମ) ୨୦୦ଟଙ୍କାରେ ମିଳୁଛି। ପୂର୍ବରୁ ଏହାର ଦାମ୍‌ ୫୦୦ଟଙ୍କାରୁ ଅଧିକ ଥିଲା। ଇଲିଶି ଶସ୍ତା ହୋଇଥିବାରୁ ପାରାଦ୍ୱୀପ ବାଲିପ୍ଲଟ ମାଛ ମାର୍କେଟ ଓ ମାଛଧରା ବନ୍ଦରରେ ଗ୍ରାହକଙ୍କ ଭିଡ଼ ଜମିଛି। ମାଛକୁ ସଂରକ୍ଷିତ କରିବାକୁ ପର୍ଯ୍ୟାପ୍ତ ପରିମାଣର ବରଫ ମିଳୁନଥିବାରୁ ମାଛ ଅଧିକ ଶସ୍ତା ହୋଇଥିବା ବ୍ୟବସାୟୀମାନେ କହିଛନ୍ତି।
ବନ୍ଦର ଓ ଶିଳ୍ପକୁ ନେଇ ପାରାଦ୍ୱୀପ ଯେତିକି ଚର୍ଚ୍ଚାରେ, ଲୁଣି ମାଛ ଓ ଶୁଖୁଆକୁ ନେଇ ଏହା ମଧ୍ୟ ସେତିକି ଚର୍ଚ୍ଚାରେ ଥାଏ। ହେଲେ କିଛିଦିନ ହେବ ବିଭିନ୍ନ କାରଣରୁ ପାରାଦ୍ୱୀପରେ ମାଛ ଅଭାବ ପରିଲକ୍ଷିତ ହୋଇଛି। ଉତ୍ପାଦନ କମିଥିବାରୁ ମାଛ ଶିଳ୍ପ ବି କ୍ଷତିରେ ଚାଲିଛି। ବର୍ଷାଦିନେ ନିୟମିତ ଭାବେ ମିଳୁଥିବା ଇଲିଶି ଏବେ ସାତ ସପନ । କେତେବେଳେ କାଁଭାଁ ଇଲିଶି ମାଛ ଏଠାରେ ଉପଲବ୍ଧ ହେଉଛି। ଏଣୁ ସାଧାରଣ ଲୋକେ ଇଲିଶି ଖାଇବା ପ୍ରାୟ ଭୁଲି ଯାଇଛନ୍ତି। ନିକଟରେ ଧାମରାରେ ଇଲିଶି ଶସ୍ତା ହୋଇଥିବା ବେଳେ ପାରାଦ୍ୱୀପରେ ଏହି ମାଛ ଦେଖିବାକୁ ମିଳିନଥିଲା। ତେବେ ବୁଧବାର ସଂଧ୍ୟାରୁ ପାରାଦ୍ୱୀପରେ ପ୍ରଚୁର ପରିମାଣର ଇଲିଶି ମାଛ ଉତ୍ପାଦନ ହେଉଛି। ଅଧିକ ମାଛ ଉତ୍ପାଦନ ଓ ବାର ଅବାର ଯୋଗୁଁ ମାଛ ବି ଶସ୍ତା ହୋଇଛି।
ଯଦିଓ ବଜାରରେ ଅନ୍ୟ ଛୋଟ ଓ ବଡ ମାଛ ମିଳୁଛି ତଥାପି ଶସ୍ତାରେ ଇଲିଶି ମାଛ ନେବାକୁ ଗ୍ରାହକ ଭିଡ଼ ଜମାଉଛନ୍ତି। ଆମିଷ ପାଇଁ ଗୁରୁବାର ଅବାର ହୋଇଥିବା ବେଳେ ଶୁକ୍ରବାର ସଂକ୍ରାନ୍ତି ଥିଲା। ସେମିତି ବି ରାତି ପାହିଲେ ଶନିବାର। ଏଣୁ ମାଛ କିଣିବାକୁ ସ୍ଥାନୀୟ ଲୋକଙ୍କ ମନରେ ବିଶେଷ ଆଗ୍ରହ ନାହିଁ। ଏବେଠାରୁ ମାଛ କିଣି ରବିବାର ଖାଇବାକୁ ସେମାନେ ପସନ୍ଦ କରୁନାହାନ୍ତି।
ନଗଦ ମାଛ ଓ ଫ୍ରିଜରେ ଥିବା ମାଛର ସ୍ୱାଦରେ ଫରକ ଥିବାରୁ ଲୋକେ ରବିବାର ସକାଳକୁ ଅପେକ୍ଷା କରିଛନ୍ତି। ଏହା ବାଦ୍‌ ବି ଅନେକ ଗରାଖ ଏହାକୁ ମନଇଚ୍ଛା କିଣି ସମ୍ପର୍କୀୟ ଓ ବନ୍ଧୁ ପରିଜନଙ୍କ ନିକଟକୁ ପଠାଉଛନ୍ତି । ତେବେ ରବିବାର ପାଇଁ ଶନିବାର ଅପରାହ୍ଣରୁ ମାଛ ବଜାରରେ ଭିଡ଼ ଜମିବ ବୋଲି ବ୍ୟବସାୟୀ ଆଶା କରିଛନ୍ତି। ଆଜି ମାଛ ବଜାରରେ (ଗୋଟା ୩୦୦ଗ୍ରାମର) ଦୁଇଟି ମାଛ ୨୦୦ଟଙ୍କାରେ ବିକ୍ରି ହୋଇଛି। ଯେ ପର୍ଯ୍ୟନ୍ତ ଇଲିଶି ଉତ୍ପାଦନ ହେଉଥିବ ସେ ପର୍ଯ୍ୟନ୍ତ ଏହା ଶସ୍ତା ହେବ ବୋଲି ବ୍ୟବସାୟୀ କହୁଥିବା ବେଳେ ପର୍ଯ୍ୟାପ୍ତ ପରିମାଣର ବରଫ ମିଳୁନଥିବାରୁ ମାଛ ଶସ୍ତାରେ ବିକୁଛୁ ବୋଲି ସେମାନେ କହିଛନ୍ତି। ଛୋଟ ହେଉ ପଛେ ଇଲିଶି ମାଛର ସ୍ୱାଦ ନିଆରା। ଏବେ ଦାମ କମ୍‌ ଥିବାରୁ ମାଛ କିଣୁଛୁ ବୋଲି ପାରାଦ୍ୱୀପ ବନ୍ଦରରେ କାମ କରୁଥିବା ଜଣେ ଶ୍ରମିକ ସୂର୍ଯ୍ୟକାନ୍ତ କହିଛନ୍ତି। ଶସ୍ତାରେ ଇଲିଶି ମିଳୁଥିବାରୁ କାଳେ ପୁଣି ଦର ବଢିଯିବ ସେଥିପାଇଁ ବହୁ ଗରାଖ ମାଛ ବଜାରରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories