www.samajalive.in
Sunday, December 14, 2025
23.1 C
Bhubaneswar

ଆସାମରେ ଭିଡ଼ ହିଂସା, ୧ ମୃତ, ୧୧ ଗିରଫ

ଗୌହାଟୀ: କିଛି ଦିନର ନିରବତା ପରେ ପୁଣି ଭିଡ଼ ହିଂସା ଦେଖିବାକୁ ମିଳିଛି। ଆସାମର ବିଶ୍ୱନାଥ ଜିଲାରେ ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁବାର ଦିନ ଘଟିଥିବା ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ଗୋଚାଲାଣ ବେଳେ ଏହି ହିଂସା ଘଟିଛି। ଉଭୟ ପୀଡ଼ିତ ଓ ଗିରଫ ବ୍ୟକ୍ତିମାନେ ଆଦିବାସୀ ସମ୍ପ୍ରଦାୟର ବୋଲି କୁହାଯାଉଛି। ମୃତକଙ୍କ ନାମ ଦେବେନ ରାଜବୋଂଶୀ ଏବଂ ଆହତମାନେ ହେଲେ ଫୁଲଚାନ୍ଦ ସାହୁ, ବିଜୟ ନାୟକ ଓ ପୁଜେନ ରାଜବୋଂଶୀ।
ବରିଷ୍ଠ ପୁଲିସ ଅଧିକାରୀ ଦିଗନ୍ତ କୁମାର ଚୌଧୁରୀଙ୍କ ସୂଚନା ଅନୁଯାୟୀ, ଗୁରୁବାର ଭୋର ୪.୩୦ରେ ଏକ ଫୋନ୍‍ କଲ୍‍ ଆସିଥିଲା। ଗ୍ରାମର କିଛି ଲୋକ ଏକ ପିକ୍‍ଅପ୍‍ ଭ୍ୟାନ୍‍ ଓ ଗାଈ ଚାଲାଣକାରୀଙ୍କୁ ଅଟକାଇ ମାଡ଼ ମାରୁଥିବା ଫୋନ୍‍ ଯୋଗେ ସୂଚନା ଦିଆଯାଇଥିଲା। ଏହାର ପ୍ରାୟ ୨୦ ମିନିଟ ପରେ ପୁଲିସ ସେଠାରେ ପହଞ୍ଚି ପୀଡ଼ିତଙ୍କୁ ଉଦ୍ଧାର କରିଥିଲା। ଭ୍ୟାନ୍‍ ମଧ୍ୟରେ ଥିବା ପପୁ ନାୟକ ନାମକ ଜଣେ ବ୍ୟକ୍ତି ଖସି ଚାଲିଯାଇଥିବା ଅନୁମାନ କରାଯାଉଛି। ସେଠାରୁ ଦୁଇଟି ଗାଈକୁ ଉଦ୍ଧାର କରାଯାଇଛି। ସେହି ଗାଈ ଦୁଇଟି ସ୍ଥାନୀୟ ବାସିନ୍ଦା ଶଙ୍କର ତନ୍ତିଙ୍କର ବୋଲି ଜଣାପଡ଼ିଛି। ଉପରୋକ୍ତ ୫ ଜଣ ତାଙ୍କ ଗାଈ ଚୋରାଇ ନେଇଥିବା ଶଙ୍କର ଏକ ଏତଲା ମଧ୍ୟ ଦେଇଛନ୍ତି। ହିଂସା ପାଇଁ ଶଙ୍କର ଲୋକଙ୍କୁ ଉସ୍‍କାଇଥିବା ପୁଲିସ ଅନୁମାନ କରୁଛି। ଏହାପୂର୍ବରୁ ପିଲା ଚୋରି ସନ୍ଦେହରେ ଆସାମର କାରବି ଆଙ୍ଗଲଙ୍ଗ ଜିଲାରେ ଦୁଇ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories