bjd gruha runa banner

କରୋନା ସମୟରେ ବିବାହ ; ବାଡି ଦ୍ୱାରା ପରସ୍ପରକୁ ଫୁଲମାଳା ପିନ୍ଧାଇଲେ ବର-କନ୍ୟା

bjd  ek lkhya koti banner

ବିହାରର ବେଗୁସରାୟରେ କରୋନା ମହାମାରୀ ସମୟରେ ହୋଇଥିବା ଏକ ବିବାହ ଏବେ ଖୁବ ଚର୍ଚ୍ଚାରେ ବିଷୟ ପାଲଟିଛି। ଏହି ବିବାହରେ ବର-କନ୍ୟା ସାମାଜିକ ଦୂରତା ପାଳନ କରିବାର ନିୟମକୁ ଦୃଷ୍ଟିରେ ରଖି ବାଡି ଦ୍ୱାରା ଫୁଲମାଳା ପରସ୍ପରକୁ ପିନ୍ଧାଇଛନ୍ତି।
ବର୍ତ୍ତମାନ କରୋନା ସମୟରେ ତୁଣ୍ଡୀ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ନିତ୍ୟାନ୍ତ ଆବଶ୍ୟକ। ତେଣୁ ଏଭଳି ବିବାହ ସମୟରେ କରୋନା ନିୟମ ପାଳନ କରି ଲୋକଙ୍କୁ ଅଧିକ ଜାଗୃତ କରିବା ପାଇଁ ପ୍ରୟାସ କରିଛନ୍ତି। ବରଙ୍କ କହିବା ଅନୁଯାୟୀ, ଏଭଳି ବିବାହ ତାଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ। ବାଡି ଦ୍ୱାରା ଫୁଲମାଳା ପିନ୍ଧାଇବା ତାଙ୍କ ପାଇଁ ଭିନ୍ନ ଅନୁଭୂତି।
ଏହି ବିବାହରେ ନିୟମ ଅନୁଯାୟୀ ୫୦ ଜଣ ହିଁ ଯୋଗ ଦେଇଥିଲେ। ସମସ୍ତ ପ୍ରକାର ନିୟମାବଳୀ ମଧ୍ୟ ପାଳନ କରାଯାଇଛି। ବିବାହରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଏହାକୁ ବେଶ ପ୍ରଶଂସା କରିଛନ୍ତି।
ଏବେ କରୋନା ସମୟରେ ହେଉଥିବା ବିବାହରେ ବହୁ ପରିବର୍ତ୍ତନ ଦେଖାଯାଉଛି। ବିଭିନ୍ନ କଟକଣା ମଧ୍ୟରେ ଲୋକେ ନିଜର ଖୁସି ଓ ପୂଜାପର୍ବ, ବିବାହର ପାଳନ କରୁଛନ୍ତି। ଅତିଥିମାନଙ୍କୁ ଫୁଲ ବଦଳରେ ତୁଣ୍ଡୀ ଓ ସାନିଟାଇଜର ପ୍ରଦାନ କରାଯାଉଛି।

 

Comments are closed.