www.samajalive.in
Monday, December 8, 2025
24.1 C
Bhubaneswar

ଦିଲ୍ଲୀରେ ଅମ୍ଳଜାନ ପାଇଁ ଡହଳବିକଳ ରୋଗୀ, ରାଜସ୍ଥାନରେ ଅଟକିଛି ୪ ଟ୍ୟାଙ୍କର

ଦିଲ୍ଲୀ ହାଇକୋର୍ଟ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ୱେ କେତେକ ରାଜ୍ୟ ସରକାରଙ୍କ ବେପରୁଆ ମନୋଭାବ ଯୋଗୁ ଠିକ ସମୟରେ ଅମ୍ଳଜାନ ପହଂଚିବା ନେଇ ସମସ୍ତ ବ୍ୟବସ୍ଥା ବିଫଳ ହେଉଥିବା ଭଳି ଖବର ଆକ୍ରୋଶ ସୃଷ୍ଟି କରିଛି। ଆଜି ଦିଲ୍ଲୀର କେତେକ ହସ୍ପିଟାଲରେ ଅମ୍ଳଜାନ ସାରି ଆସୁଥିବା ବେଳେ, ହରିୟାଣା ନମ୍ବର ଥାଇ ଦିଲ୍ଲୀକୁ ଆସୁଥିବା ଅମ୍ଳଜାନ ବୋଝେଇ ୪ଟି ଟ୍ୟାଙ୍କରକୁ ଆସିବାକୁ ଦିଆଯାଉ ନଥିବା ଜଣାପଡିଛି।

ଆଜି ସକାଳେ ଦିଲ୍ଲୀ ହାଇକୋର୍ଟ ଅମ୍ଳଜାନ ଯୋଗାଣ ଓ ଦିଲ୍ଲୀକୁ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀ ଯୋଗାଣ ସମ୍ପର୍କିତ ମାମଲାର ଶୁଣାଣି କରୁଥିବା ବେଳେ ଏଭଳି ତଥ୍ୟ ଜଣାପଡିଛି। ଦିଲ୍ଲୀ ସରକାରଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି ଯେ କେତେକ ଅମ୍ଳଜାନ ଯୋଗାଣକାରୀ ସଂସ୍ଥା ୪୦ ପ୍ରତିଶତ କାମ ଅମ୍ଳଜାନ ଯୋଗାଣ କରୁଥିବାରୁ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ ଜାରି କରାଯାଉ। ଏ ସମ୍ପର୍କରେ କୋର୍ଟ ଏମିକସ କ୍ୟୁରିଙ୍କ ଶହ ଆଲୋଚନା କରିବା ପାଇଁ କହିଛନ୍ତି। ଅନ୍ୟ ପକ୍ଷରେ, ଦିଲ୍ଲୀ ଆସୁଥିବା ୪ଟି ଅମ୍ଳଜାନ ବୋଝେଇ ଟ୍ୟାଙ୍କର ରାଜସ୍ଥାନରେ ଅଟକି ରହିଥିବାରୁ, ସେଗୁଡିକୁ ତୁରନ୍ତ ଦିଲ୍ଲୀକୁ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ଏ ନେଇ ରିପୋର୍ଟ ତଲବ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories