www.samajalive.in
Friday, December 12, 2025
26.1 C
Bhubaneswar

ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତା : କୋହଲି ୫ମ ସ୍ଥାନରେ ସ୍ଥିର

ଦୁବାଇ : ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ୫ମ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଓପ୍‌ନର କେ.ଏଲ୍‌. ରାହୁଲ ପୂର୍ବପରି ୭ମ ସ୍ଥାନ ବଜାୟ ରଖିଛନ୍ତି। ତେବେ ପାକିସ୍ତାନର ୱିକେଟ ରକ୍ଷକ ତଥା ଓପ୍‌ନର ମହମ୍ମଦ ରିଜ୍‌ୱାନ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ୫ଟି ସ୍ଥାନର ଉନ୍ନତି ଘଟାଇ ଜୀବନରେ ପ୍ରଥମଥର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ନିକଟରେ ଘରୋଇ ଜିମ୍ବାୱେ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ରେ ୮୨ ଓ ୩ୟ ମ୍ୟାଚ୍‌ରେ ରିଜ୍‌ୱାନ ୯୧ ରନ୍‌ କରିବାରୁ ତାଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତା ତାଲିକାରେ ପାକିସ୍ତାନୀ ଭାବେ ୨ୟ ସର୍ବୋଚ୍ଚ ସ୍ଥାନରେ ରିଜ୍‌ୱାନ ଅଛନ୍ତି। ପାକ୍ ଅଧିନାୟକ ବାବର ଆଜମ୍‌ ୩ୟ ସ୍ଥାନରେ ରହିଛନ୍ତି।
ପ୍ରଥମ ୨ଟି ସ୍ଥାନରେ ଇଂଲଣ୍ଡର ଡାୱିଡ୍‌ ମାଲାନ୍ ଓ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ରହିଛନ୍ତି। ଆଜମ୍‌ ଓ କୋହିଲଙ୍କ ମଝିରେ ନ୍ୟୁଜିଲାଣ୍ଡର ବ୍ୟାଟ୍‌ସମ୍ୟାନ୍ ଡେଭନ୍ କନ୍‌ୱେ ରହିଛନ୍ତି। ଭାରତୀୟ ଓପ୍‌ନର ରୋହିତ ଶର୍ମା ୧୪ଶ ସ୍ଥାନକୁ ଖସି ଆସିଛନ୍ତି। ତେବେ ଟ୍ବେଣ୍ଟି୨୦ ବୋଲର କିମ୍ବା ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାର ଶୀର୍ଷ ୧୦ରେ କୌଣସି ଭାରତୀୟ ନାହାନ୍ତି। ଭାରତୀୟ ବୋଲର ଭାବେ ସର୍ବୋଚ୍ଚ (୧୩) ସ୍ଥାନରେ ଅଫ୍‌ସ୍ପିନର ୱାଶିଂଟନ ସୁନ୍ଦର ଥିବା ​ବେଳେ ଅଲ୍‌ରାଉଣ୍ଡର ତାଲିକାରେ ସର୍ବୋଚ୍ଚ ସ୍ଥାନରେ ଥିବା ଭାରତୀୟ ଭାବେ ୧୬ଶ ସ୍ଥାନରେ ହାର୍ଦିକ ପାଣ୍ଡ୍ୟା ରହିଛନ୍ତି। ଟି୨୦ ବୋଲର ତାଲିକା ଶୀର୍ଷରେ ଦକ୍ଷିଣ ଆଫ୍ରିକାର ସ୍ପିନର ତାବ୍ରେଜ୍ ସାମ୍‌ସି ଏବଂ ଅଲ୍‌ରାଉଣ୍ଡର ତାଲିକା ଶୀର୍ଷରେ ଆଫ୍‌ଗାନିସ୍ତାନର ମହମ୍ମଦ ନବି ରହିଛନ୍ତି। ଟେଷ୍ଟ ବ୍ୟାଟିଂ ମାନ୍ୟତା ତାଲିକା ଶୀର୍ଷରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍‌ସନ୍ ଅଛନ୍ତି। ବିରାଟ କୋହଲି ୫ମ ସ୍ଥାନରେ ରହିଛନ୍ତି। ଟେ​‌ଷ୍ଟ ବୋଲିଂ ମାନ୍ୟତା ଶୀର୍ଷରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ ଥିବା ବେଳେ ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ୨ୟ ସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲ୍‌ରାଉଣ୍ଡର ତାଲିକା ଶୀର୍ଷ​‌େ​‌ର ୱେଷ୍ଟଇଣ୍ଡିଜ୍‌ର ଅଧିନାୟକ ଜେସନ୍ ହୋଲ୍‌ଡର ଥିବା ବେଳେ ଭାରତର ରବୀନ୍ଦ୍ର ଜାଡ଼େଜା ୩ୟ ଓ ରବିଚନ୍ଦ୍ରନ୍ ଅଶ୍ବିନ୍ ୪ର୍ଥ ସ୍ଥାନ​‌େ​‌ର ରହିଛନ୍ତି। ନିକଟରେ ବିରାଟ କୋହଲିଙ୍କୁ ହଟାଇ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଆଇସିସି ଦିନିକିଅା ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛନ୍ତି। ରୋହିତ ଶର୍ମା ୩ୟ ସ୍ଥାନରେ ରହିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ଭାରତ ୧ନଂ ସ୍ଥାନରେ ଥିବା ବେଳେ ଦିନିକିଅା ଓ ଟ୍ବେଣ୍ଟି୨୦ରେ ୨ୟ ସ୍ଥାନରେ ରହିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories