www.samajalive.in
Sunday, December 14, 2025
15.1 C
Bhubaneswar

ରାଜଧାନୀରେ ହାୱାଲା କାରବାର : ହୋଟେଲ କୋଠରିରୁ ୧ କୋଟି ଜବତ

ଭୁବନେଶ୍ବର : ରାଜଧାନୀରେ ଚାଲିଥିଲା ହାୱାଲା କାରବାର। ହେଲେ ଏସମ୍ପର୍କରେ କାହା ପାଖରେ ଖବର ନଥିଲା। ଏୟାରପୋର୍ଟ ଥାନା ଅଧୀନ ଏକ ଓୟୋ ହୋଟେଲ୍‌କୁ ଭଡ଼ାରେ ନେଇ କିଛି ଲୋକ ଏହି ହାୱାଲା କାରବାର ଚଳାଉଥିଲେ। ଏହି ହାୱାଲା ନାମରେ ଚାଲିଥିବା ଠକେଇ କାରବାର ହାବୁଡ଼ରେ ପଡିଛନ୍ତି କରଞ୍ଜିଆର ସିମେଣ୍ଟ ବ୍ୟବସାୟୀ କମଲ ଶାହା। କମଲଙ୍କ ସହିତ ପୂର୍ବରୁ ଜଣାଶୁଣା ଥିବା ଜଣେ ବେସରକାରୀ ସଂଗଠନ ଚଳାଉଥିବା ପ୍ରଶାନ୍ତ ପଣ୍ଡା ଓରଫ୍ ହାପି ତାଙ୍କୁ ହାୱାଲା କାରବାର ସମ୍ପର୍କରେ ସୂଚନା ଦେଇଥିଲା। ହାପି କଥାରେ ଲୋଭରେ ପଡ଼ି କୋଟିଏ ଟଙ୍କା ଧରି କମଲ ରାଜଧାନୀକୁ ଚାଲି ଆସିଥିଲେ। ଏଠାରେ ତାଙ୍କ ଜମାଖାତାକୁ ଦେଢ଼ କୋଟି ଟଙ୍କା ପଠାଯିବା ଲାଗି ଦିଆଯାଇଥିବା ପ୍ରତିଶ୍ରୁତିରୁ ହାୱାଲା କାରବାରରେ ସମ୍ପୃକ୍ତ ବ୍ୟକ୍ତି ଓହରି ଯିବାରୁ ଘଟଣାଟି ପଦାକୁ ଆସିଥିଲା। କମଲଙ୍କ ବୟାନକୁ ଭିତ୍ତିକରି ଏକ ମାମଲା ରୁଜୁ କରି ଏୟାରପୋର୍ଟ ଥାନା ପୁଲିସ ୮ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ୩ ଜଣ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବାରୁ ଘଟଣାଟି ଅଧିକ ରୋଚକ ହୋଇପଡିଛି। ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ କମିସନରେଟ୍‌ ପୁଲିସ ଅଡୁଆରେ ପଡିଛି। ଗିରଫ ହୋଇଥିବା ହାବିଲ୍‌ଦାର ପିପିଲି ଲୋହାପୁରର ଦିଲୀପ ମଲ୍ଲିକ(୩୭) ଏବଂ ତାଙ୍କର ଦୁଇ ସହଯୋଗୀ କନଷ୍ଟେବଳ ବଡ଼ମ୍ବା ଶଙ୍ଖାମେରିର ସନ୍ଦୀପ ଓରଫ୍ ସନ୍ଦୀପ୍ତ କୁମାର ପୃଷ୍ଟି(୨୬) ଓ ଭଞ୍ଜନଗରର ପ୍ରଫୁଲ୍ଲ ଭୂୟାଁ(୩୮)। ସନ୍ଦୀପ ଓ ପ୍ରଫୁଲ୍ଲ ଦୁହେଁ କଟକ ସହରାଞ୍ଚଳ ଜିଲାର କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ବେଳେ ଦିଲୀପ ଭୁବନେଶ୍ବର ସହରାଞ୍ଚଳ ଜିଲାର ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ। ଗିରଫ ଅନ୍ୟମାନେ ହେଲେ ପୁରୀ ଜିଲା ଗୋପ ନୟାହାଟର ହାପି ଓରଫ୍ ପ୍ରଶାନ୍ତ କୁମାର ପଣ୍ଡା(୨୭), ସୁନ୍ଦରପଦାର ଅଭିଷେକ ସେଠୀ(୩୨), କଟକ ଚାଉଳିଆଗଞ୍ଜର ରାଜ ରାୟବାହଦୂର(୪୫), ରସୁଲଗଡ଼ ଶବରସାହିର ପ୍ରଶାନ୍ତ ପୃଷ୍ଟି(୪୫) ଓ କେନ୍ଦୁଝର ଢ଼ିଙ୍କିକୋଟର ମହେଶ୍ବର ସାହୁ(୫୨)। ତେବେ ଏହି ହାୱାଲାର ମୁଖ୍ୟ କାର୍ପଟଦାର ଫେରାର୍ ଥିବା କୁହାଯାଉଛି।
ଡିସିପି ଡ. ଉମାଶଙ୍କର ଦାସଙ୍କ କହିବା ଅନୁସାରେ ମୁଖ୍ୟ ଅଭିଯୁକ୍ତ ମହେଶ୍ବର, ଦୁଇ ପ୍ରଶାନ୍ତ, ଅଭିଷେକ ଓ ରାଜ ସହିତ ୩ ପୁଲିସ କର୍ମଚାରୀ ଏବଂ ଅନ୍ୟ ଜଣେ ମଧ୍ୟସ୍ଥି ସହିତ ମିଶି ଏକ ଯୋଜନା ଅନ୍ତର୍ଗତ ସିମେଣ୍ଟ ବ୍ୟବସାୟୀ କମଲଙ୍କୁ ଏୟାରପୋର୍ଟ ଥାନା ଅଧୀନ ବିଜୟା ଓୟୋ ହୋଟେଲ୍‌କୁ ଡକାଇଥିଲେ। ସେଠାରେ ତାଙ୍କୁ ନଗଦ ୧ କୋଟି ଟଙ୍କା ଦାଖଲ କରିବାକୁ କହିଥିଲେ। ତାଙ୍କୁ ହାୱାଲାର ଏକ ଅଗାଡିଆ ଯୋଜନା ସମ୍ପର୍କରେ ପୂର୍ବରୁ ବୁଝାଇ ଦିଆଯାଇଥିଲା। ତ ତାଙ୍କ ଜମାଖାତାକୁ ଏକାଧିକ ଜମାଖାତାରୁ ଦେଢ଼ କୋଟି ଟଙ୍କା ଚାଲି ଆସିବ ବୋଲି କୁହାଯାଇଥିଲା। ହେଲେ ଏହି ଯୋଜନାରେ ତାଙ୍କ ଜମାଖାତାକୁ ଟଙ୍କା ବିଳମ୍ବରେ ଆସିବ ବୋଲି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହାପି ଓରଫ୍ ପ୍ରଶାନ୍ତ ଏବଂ ମଧ୍ୟସ୍ଥତା କରୁଥିବା ଅନ୍ୟ ଜଣେ କହିଥିଲେ। ତେବେ ଏଥିରେ କମଲଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ଏହାର କିଛି ସମୟରେ ୩ ଜଣ ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ଥିଲେ। ଏଠାରେ ଜୁଆ(ବେଟିଂ) ଚାଲୁଥିବା ଖବର ପାଇ ଆସିଥିବା କହି ସମସ୍ତଙ୍କୁ ଧମକ ଚମକ ଦେଇଥିଲେ। ଏହି ଘଟଣାରେ ସମସ୍ତଙ୍କୁ ଗିରଫ କରିବା ଲାଗି ଧମକ ଦେଇଥିଲେ। ଶେଷରେ ୯ଟି ଟଙ୍କା ବିଡ଼ା ସେମାନେ ନେଲେ ସମସ୍ତଙ୍କୁ ଛାଡ଼ି ଦେବେ ବୋଲି ବୁଝାମଣା ହୋଇଥିଲା। ୯ଟି ଟଙ୍କା ବିଡ଼ାରେ ୨୨.୫୦ ଲକ୍ଷ ଟଙ୍କା ଥିଲା। ତେବେ ଏସବୁ ଘଟଣାଚକ୍ରକୁ ନେଇ କମଲଙ୍କ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ତେଣୁ ସେ ତାଙ୍କର ଜଣେ ବନ୍ଧୁଙ୍କ ମାଧ୍ୟମରେ ଏୟାରପୋର୍ଟ ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସଂଧ୍ୟାରେ ସେଠାରେ ଚଢ଼ଉ କରିଥିଳେ। ଘଟଣାସ୍ଥଳରେ ୮ ଜଣଙ୍କୁ ଠାବ କରାଯାଇଥିଲା। ମଧ୍ୟସ୍ଥି ଥିବା ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ଜଣାପଡିଛି। ଅନ୍ୟ କେହି ଏହି ଠକେଇ ଘଟଣାରେ ଥିବା ନେଇ ପୁଲିସ ସନ୍ଦେହ କରୁଛି। ୯୯.୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ମଧ୍ୟସ୍ଥି ଜଣକ ୫୦,୦୦୦ ଟଙ୍କା ନେଇ ଯାଇଥିବା ଅନୁମାନ କରାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories