www.samajalive.in
Thursday, December 11, 2025
16.1 C
Bhubaneswar

୪୫ରୁ ଊର୍ଦ୍ଧ୍ବଙ୍କ ଟିକା ୧୮ରୁ ଊର୍ଦ୍ଧ୍ବଙ୍କୁ ଦିଅନି

ଭୁବନେଶ୍ବର: ରାଜ୍ୟରେ ମେ’ ପହିଲାରୁ ୧୮ରୁ ୪୪ ବର୍ଷ ପର୍ଯ୍ୟନ୍ତ ବୟସ୍କଙ୍କୁ ସରକାର ମାଗଣା ଟିକା ଦେବାପାଇଁ ଘୋଷଣା କରିଛନ୍ତି। ହେଲେ କରୋନା ଯୁଦ୍ଧରେ ସବୁଠାରୁ ପ୍ରାଧାନ୍ୟ ସ୍ବାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଟିକାକରଣ ବେଳେ ୪୫ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ପ୍ରାଥମିକତା ଦେବାକୁ ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ, ମହାନଗର କମିସନର ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ଶ୍ରୀ ମହାପାତ୍ର ଅବଗତ କରାଇଛନ୍ତି ଯେ ଭାରତ ସରକାରଙ୍କ ନିର୍ଦେଶନାମା ଅନୁଯାୟୀ ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗଙ୍କୁ ଟିକାକରଣ ବେଳେ ଗୁରୁତ୍ବ ଦିଆଯିବ। ସେମାନଙ୍କ ପାଇଁ ଯୋଗାଣ ହେଉଥିବା ଟିକାକୁ ୧୮ ବର୍ଷରୁ ୪୪ବର୍ଷ ବୟସ୍କଙ୍କୁ ଦିଆଯିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ସବୁ ଟିକା କେନ୍ଦ୍ରକୁ ଅନୁରୂପ ନିର୍ଦେଶନାମା ଜାରି କରିବାକୁ ସେ ପରାମର୍ଶ ଦେଇଛନ୍ତି।

- Advertisement -

ଏହି ଅବସରରେ ରାଜ୍ୟରେ ଟିକାକରଣ ୫୭ ଲକ୍ଷ ୪ହଜାର ୯୧୬ରେ ପହଞ୍ଚିଛି। ଆଜି ସୁଦ୍ଧା ୪୫ବର୍ଷରୁ ଊର୍ଦ୍ଧ୍ବ ୪୨ଲକ୍ଷ ୬୬ହଜାର ୮୪୮ ନାଗରିକଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବାବେଳେ ୪ଲକ୍ଷ ୭୩ହଜାର ୫୩୮ଜଣଙ୍କୁ ଦ୍ବିତୀୟ ପାନ ଦିଆଯାଇଛି। ଏହାବାଦ୍ ଅବଶିଷ୍ଟ ଟିକା ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଦିଆଯାଇଛି। ଆଜି ୬୧୭ଟି ଟିକାକରଣ କେନ୍ଦ୍ରରେ ୬୫ହଜାର ୭୬୬ ଜଣ ଟିକା ନେଇଥିଲେ। ସେଥିରୁ ୪୫ବର୍ଷରୁ ଊର୍ଦ୍ଧ୍ବ ୩୫ହଜାର ୫୦ଜଣ ପ୍ରଥମ ପାନ ଏବଂ ୨୭ହଜାର ୫୨୩ ଦ୍ବିତୀୟ ପାନ ଟିକା ନେଇଥିବାବେଳେ ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନେ ଅବଶିଷ୍ଟ ଟିକା ନେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories