www.samajalive.in
Thursday, December 11, 2025
15.1 C
Bhubaneswar

ଚିକିତ୍ସା ଅବହେଳାରୁ ନାବାଳିକା ମୃତ୍ୟୁ, ଏକ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

ଭଦ୍ରକ: ୩୨ ମାସ ତଳେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ନାବାଳିକାର ମୃତ୍ୟୁ ଅଭିଯୋଗ ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର ଆୟୋଗ ନାବାଳିକାର ପରିବାରକୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ଲାଗି ନିର୍ଦେଶ ଦେଇଛନ୍ତି। କ୍ଷତିପୂରଣ ଅର୍ଥ ରାଜ୍ୟ ସରକାର ନିଜେ ନାବାଳିକାର ବାପାଙ୍କୁ ପ୍ରଦାନ କରିବେ। ତେବେ ଏହି କ୍ଷତିପୂରଣ ଅର୍ଥ କାର୍ଯ୍ୟରେ ଅବହେଳା କରିଥିବା ଡାକ୍ତର, ନର୍ସ ଅଥବା ସହାୟକଙ୍କ ଠାରୁ ଆଦାୟ କରାଯିବ କି ନାହିଁ ସରକାର ସ୍ଥିର କରିବେ ବୋଲି ଆୟୋଗ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ; ଧାମନଗର ବ୍ଲକ ଚୂଡ଼ାକୁଟି ଦଇପୁର ଗ୍ରାମର ଅଭିମନ୍ୟୁ ମଲିକଙ୍କ ଝିଅ ଦେବସ୍ମିତା(୧୪) ୨୦୧୮ ଜୁଲାଇ ୨ ତାରିଖ ରାତିରେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ବର୍ହିବିଭାଗ ଦାୟିତ୍ୱରେ ଥିବା ଡାକ୍ତର ରୋଗୀକୁ ଦେଖିବା ପରେ ଇଞ୍ଜେକସନ ଓ ସାଲାଇନ ଲେଖି ଆଡମିଶନ ପାଇଁ ପରାମର୍ଶ ଦେଇଥିଲେ। ପରେ ରାତି ୧୨ଟା ବେଳକୁ ଶୁଭସ୍ମିତାର ଅବସ୍ଥା ଗୁରୁତର ହୋଇଥିଲା। ଦାୟିତ୍ୱରେ ଥିବା ନର୍ସଙ୍କୁ ଅଭିମନ୍ୟୁ ନିଜ ଝିଅର ଅବସ୍ଥା ଜଣାଇଥିଲେ। ହେଲେ ଶୋଇଥିବା ନର୍ସ ରୋଗୀ ନିକଟକୁ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଥିଲା। ରାତି ପ୍ରାୟ ୨ଟା ବେଳକୁ ଦେବସ୍ମିତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାକୁ ନେଇ ପରବର୍ତ୍ତୀ ଅବସ୍ଥାରେ ଉତ୍ତେଜନା ପ୍ରକାଶ ପାଇଥିଲା।

- Advertisement -

ଶବକୁ ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ରଖି ପ୍ରତିବାଦ କରାଯାଇଥିଲା। ସିଡିଏମଓଙ୍କ ନିର୍ଦେଶ ମତେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ପ୍ରଦୀପ କୁମାର ଖୁଣ୍ଟିଆ ଘଟଣାର ତଦନ୍ତ କରିଥିଲେ। କାର୍ଯ୍ୟରେ ଥିବା ଡାକ୍ତର, ନର୍ସଙ୍କ ସମେତ ପରିବାର ଲୋକଙ୍କ ବୟାନ ସଂଗ୍ରହ କରିଥିଲେ। ପରେ ତଦନ୍ତ ରିପୋର୍ଟ ସିଡିଏମଓଙ୍କୁ ପ୍ରଦାନ କରାଯାଇଥିଲା। ସିଡିଏମଓ ଡାକ୍ତର ଓ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି ସୂଚନା ଦିଆଯାଇଥିଲା। ଏପଟେ ବିଭାଗୀୟ ତଦନ୍ତ ଶୈଳୀ ନିରପେକ୍ଷ ନୁହେଁ ବୋଲି ଦର୍ଶାଇ ନୂଆପଡା ତରଭାର ମାନବାଧିକାର କର୍ମୀ ଶ୍ରୀକୁମାର ମହନ୍ତ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାନବାଧିକାର କମିଶନରେ ୨୫୯୫/୨୦୧୮ ମୂଳେ ଏକ ମାମଲା ଋଜୁ ହୋଇଥିଲା। ଉକ୍ତ ମାମଲାର ଶୁଣାଣି କରି କମିଶନ ଏହି ରାୟ ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories