ପାଟଣା: ପାଟଣା ଥାନା ଅନ୍ତର୍ଗତ କୁଣ୍ଡଳା ପଞ୍ଚାୟତ ଭାଲୁଘର ଗ୍ରାମର ଜଣେ ୧୬ ବର୍ଷୀୟା ବିବାହିତା ନାବାଳିକା ଏକ ଗଛରେ ଲୁଗା କାନି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ନିଜ ଘର ଠାରୁ ଦୂରରେ ନାବାଳିକାଟି ଦଉଡ଼ି ଦେଇ ଆତ୍ମହତ୍ୟା କରିବାର କାରଣ ସନ୍ଦେହ ଘେରରେ ରହିଛି। ତେବେ ଆଦିବାସୀ ସମ୍ପ୍ରଦାୟର ଏହି ବିବାହିତା ନାବାଳିକାଟିର ଆତ୍ମହତ୍ୟା ନେଇ ପାଟଣା ଥାନାରେ କୌଣସି ସୂଚନା ଦିଆଯାଇନଥିବା ଜଣାପଡିଛି। ପୁଲିସକୁ ସୂଚନା ନଦେଇ ଶବକୁ ଗଛରୁ ଓହ୍ଲାଇ ତାଙ୍କ ଘର ଲୋକେ ଶବକୁ ଅନ୍ତିମ ସଂସ୍କାର କରିଦେଇଥିବା ଶୁଣିବାକୁ ମିଳୁଛି।
Popular Categories



