www.samajalive.in
Saturday, December 6, 2025
15.1 C
Bhubaneswar

ମେ ୩୧ ପର୍ଯ୍ୟନ୍ତ ଯାତ୍ରୀ ଭଡ଼ା ବୃଦ୍ଧି କରିପାରିବେନି ବିମାନ କମ୍ପାନୀ

ନୂଆଦିଲ୍ଲୀ: ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ବିମାନ କମ୍ପାନୀଗୁଡ଼ିକ ଯାତ୍ରୀ ଭଡ଼ା ବୃଦ୍ଧି କରିପାରିବେ ନାହିଁ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ନେଇ ନିର୍ଦେଶ ଜାରି କରିଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ଅଧିକ ଭଡ଼ାରୁ ରକ୍ଷା କରିବା ଲାଗି ଘରୋଇ ବିମାନ ସେବା ଉପରେ କ୍ୟାପ୍‌ ଲାଗୁ କରିଛି।

ଏହା ବ୍ୟତୀତ ମନ୍ତ୍ରଣାଳୟ ଗତକାଲି ଜାରି କରିଥିବା ଏକ ବିବୃତିରେ ମଧ୍ୟ କହିଛି ଯେ ୮୦ ପ୍ରତିଶତ କ୍ଷମତା ବିଶିଷ୍ଟ ଏୟାରଲାଇନ୍ସର କ୍ୟାପ୍ ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ରଖାଯିବ। କୋଭିଡ-୧୯ ଯୋଗୁ ବୁକିଂ ହ୍ରାସ ପାଇଥିବାରୁ ବିମାନ କମ୍ପାନୀଗୁଡିକ କ୍ଷମତାକୁ ୬୦ ପ୍ରତିଶତ ହ୍ରାସ କରିବାକୁ ସରକାରଙ୍କୁ ନିବେଦନ କରିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି।

- Advertisement -

ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସଦ୍ୟତମ ବିବୃତିରେ କୁହାଯାଇଛି ଯେ, ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନୂତନ ପଦକ୍ଷେପ ନିଆଯାଇଛି। ଏହାପୂର୍ବରୁ ବିମାନ ଚଳାଚଳ ନିୟନ୍ତ୍ରକ ଗ୍ରୀଷ୍ମ କାର୍ଯ୍ୟସୂଚୀ ପାଇଁ ୧୦୮ ବିମାନବନ୍ଦରରୁ ସପ୍ତାହକୁ ୧୮ ହଜାର ୮୪୩ ବିମାନ ଉଡ଼ାଣ ଅନୁମୋଦନ କରିଥିଲେ, ଯାହା ମାର୍ଚ୍ଚର ଶେଷ ରବିବାରରୁ ଆରମ୍ଭ ହୋଇ ଅକ୍ଟୋବରର ଶେଷ ରବିବାରରେ ଶେଷ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories