www.samajalive.in
Sunday, December 14, 2025
23.1 C
Bhubaneswar

ଜନ୍ ଙ୍କୁ ପଛରେ ପକାଇଲେ ଅକ୍ଷୟ

ନୂଆଦିଲ୍ଲୀ : ଅଗଷ୍ଟ ମାସ ୧୫ତାରିଖ ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିଥିଲା ଦୁଇଟି ବହୁ ପ୍ରତିକ୍ଷିତ ହିନ୍ଦୀ ସିନେମା। ଗୋଟିଏ ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ଏବଂ ଅନ୍ୟଟି ଜନ୍‍ ଆବ୍ରାହମଙ୍କ ‘ସତ୍ୟମେବ ଜୟତେ’। ଉଭୟ ଚଳଚ୍ଚିତ୍ର ପ୍ରଥମ ଦିନ ଭଲ ବ୍ୟାବସାୟ କରିଥିବାବେଳେ ଦ୍ୱିତୀୟ ଦିନ ବ୍ୟବସାୟରେ ହ୍ରାସ ଘଟିଛି। ‘ଗୋଲ୍ଡ’ ତୁଳନାରେ ଜନ୍‍ଙ୍କ ‘ସତ୍ୟମେବ ଜୟତେ’ କମ୍‍ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଗୋଲ୍ଡ ୩୦୦୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲାବେଳେ ସତ୍ୟମେବ ଜୟତେ ୨୫୦୦ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ତେବେ ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ପ୍ରଥମ ଦିନ ୨୫.୨୫କୋଟି ଏବଂ ଦ୍ୱିତୀୟ ଦିନ ୩୩.୨୫କୋଟି ଟଙ୍କା ବ୍ୟବସାୟ କରିଥିଲା। ସେହିପରି ଜନ୍‍ଙ୍କ ‘ସତ୍ୟମେବ ଜୟତେ’ ପ୍ରଥମ ଦିନ ୨୦.୫୨ କୋଟି ଏବଂ ଦ୍ୱିତୀୟ ଦିନ ୭.୯କୋଟି ଟଙ୍କା ବ୍ୟବସାୟ କରଥିଲା। ଉଭୟ ଚଳଚ୍ଚିତ୍ର ମନୋରଞ୍ଜନ ଧର୍ମୀ ହୋଇଥିଲେ ମଧ୍ୟ ଏକ ସତ୍ୟ ଘଟଣା ଉପରେ ଆଧାରିତ ‘ଗୋଲ୍ଡ’କୁ ଦର୍ଶକ ଅଧିକ ପସନ୍ଦ କରିଛନ୍ତି। ଆଗକୁ ମଧ୍ୟ ‘ଗୋଲ୍ଡ’ ଭଲ ବ୍ୟବସାୟ କରିବ ବୋଲି ଚଳଚ୍ଚିତ୍ର ସମୀକ୍ଷକ ମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଜନଙ୍କ ଆକ୍ସନ ପ୍ୟାକ୍‍ ‘ସତ୍ୟମେବ ଜୟତେ’ ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁ ପାରିନାହିଁ। ତେଣୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଜନଙ୍କ ସତ୍ୟମେବ ଜୟତେକୁ ପଛରେ ପକାଇଛି ଅକ୍ଷୟଙ୍କ ‘ଗୋଲ୍ଡ’।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories