www.samajalive.in
Monday, December 8, 2025
20.1 C
Bhubaneswar

ଇମ୍ରାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିର୍ବାଚିତ, ଶନିବାର ନେବେ ଶପଥ

ଇସଲାମାବାଦ : ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାଁ ଦେଶର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ପାକିସ୍ତାନ ପାର୍ଲାମେଣ୍ଟରେ ହୋଇଥିବା ନିର୍ବାଚନରେ ସଦସ୍ୟ (ସାଂସଦ)ମାନେ ଇମ୍ରାନକୁ ପ୍ରଧାନମନ୍ତ୍ରୀ ନିର୍ବାଚନ କରିଛନ୍ତି। ନିର୍ବାଚନ ପରେ ବାଚସ୍ପତି ଅସଦ କ୍ୱିସାର ଫଳ ଘୋଷଣା କରିଥିଲେ। ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ପାର୍ଲାମେଣ୍ଟର ୧୭୬ ସଦସ୍ୟ ଇମ୍ରାନଙ୍କ ସପକ୍ଷରେ ଭୋଟ ଦେଇଥିବାବେଳେ ବିରୋଧୀ ପାକିସ୍ତାନ ମୁସଲିମ୍‍ ଲିଗ୍‍ ନୱାଜ (ପିଏମ୍‍ଏଲ-ଏନ) ସଦସ୍ୟ ସେହବାଜ ସରିଫ ୯୬ଟି ଭୋଟ ପାଇଥିଲେ। ସେ ଆସନ୍ତା କାଲି ଶପଥର ଗ୍ରହଣ କରିବେ। ପାକିସ୍ତାନ ପାର୍ଲାମେଣ୍ଟର ତୃତୀୟ ବୃହତ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପ୍ରଧାନମନ୍ତ୍ରୀ ପାଇଁ ହୋଇଥିବା ନିର୍ବାଚନରୁ ଦୂରେଇ ଯାଇଥିଲା। ଫଳରେ ଇମ୍ରାନ ବିଜୟ ନିଶ୍ଚିତ ହୋଇଥିଲା। ପାର୍ଲାମେଣ୍ଟ ଦ୍ୱାରା ପ୍ରଧାନମନ୍ତ୍ରୀ ନିର୍ବାଚିତ ଇମ୍ରାନ ଶନିବାର ଶପଥ ଗ୍ରହଣ କରିବାର ଅଛି। ଜୁଲାଇ ୨୫ରେ ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ ଇମ୍ରାନଙ୍କ ଦଳ ଏକକ ବୃହତ ଦଳ ପାଇଁ ସର୍ବାଧିକ ଆସନ ପାଇଥିଲା। ପାର୍ଲାମଣ୍ଟର ୨୭୨ ଆସନ ପାଇଁ ହୋଇଥିବା ନିର୍ବାଚନରେ ଇମ୍ରାନ ଦଳ ୧୧୬ଟି ଆସନ ପାଇଥିଲା। ଇମ୍ରାନଙ୍କ ନେତୃତ୍ୱ ସରକାର ଆମେରିକା-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବୃଦ୍ଧି ପାଉଥିବା ତିକ୍ତତାକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦେବେ ବୋଲି ଜଣାଯାଇଛି। ନିର୍ବାଚନ ଫଳ ଘୋଷଣା ପରେ ଇମ୍ରାନ ନିଜ ସରକାରର ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ସୂଚନା ଦେଇଥିଲେ। ଇମ୍ରାନ କହିଥିଲେ ଯେ ତାଙ୍କ ସରକାର ପଡୋଶୀ ଭାରତ ସହିତ ସମ୍ପର୍କରେ ଉନ୍ନତି ଆଣିବାକୁ ସମସ୍ତ ପ୍ରକାର ପ୍ରୟାସ କରିବ। ସମ୍ପର୍କ ସୁଧାରିବା ପାଇଁ ଭାରତ ଯଦି ଗୋଟିଏ ପାଦ ଆଗକୁ ଆସେ ତେବେ ପାକିସ୍ତାନ ଦୁଇ ପାଦ ଆଗକୁ ବଢାଇବ। ସେହିପରି ଚୀନ ସହିତ ସମ୍ପର୍କକୁ ନିବିଡ କରିବା ଉପରେ ତାଙ୍କ ସରକାର ଗୁରୁତ୍ୱ ଦେବେ ବୋଲି ଇମ୍ରାନ କହିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories