www.samajalive.in
Monday, December 8, 2025
27.1 C
Bhubaneswar

ବାଜପେୟୀଙ୍କ ବିୟୋଗରେ ବିଦେଶରେ ଶୋକ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବିଦେଶରେ ମଧ୍ୟ ଶୋକ ପ୍ରକାଶ ପାଇଛି। ଆମେରିକା, ବ୍ରିଟେନ, ରଷିଆ, ଜାପାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭୁଟାନ୍‍ ଏବଂ ପାକିସ୍ତାନ ପକ୍ଷରୁ ବାଜପେୟୀଙ୍କ ବିୟୋଗରେ ଶୋକବାର୍ତ୍ତା ପ୍ରକାଶ ପାଇଛି। ଆମେରିକା ସ୍ୱରାଷ୍ଟ୍ରମନ୍ତ୍ରୀ ମାଇକେଲ ପୋମ୍ପିଓ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ଯୋଗୁଁ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ୍‍ ହୋଇଛି। ଏକ ଶୋକ ବାର୍ତ୍ତାରେ ପୋମ୍ପିଓ କହିଛନ୍ତି, ଭାରତକୁ ବିଶ୍ୱସ୍ତରୀୟ ମହାଶକ୍ତି କରିବା ଏବଂ ଅର୍ଥନୈତିକ ଭାବେ ସଶକ୍ତ କରିବାରେ ବାଜପେୟୀଙ୍କ ଅବଦାନକୁ ଭାରତବାସୀ ସର୍ବଦା ମନେ ରଖିବେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ବାଜପେୟୀ ଭାରତର ଅନ୍ୟତମ ପ୍ରମୁଖ ସନ୍ତାନ ଥିଲେ ବୋଲି କହିଛନ୍ତି। ସେ କହିଛନ୍ତି ବାଂଲାଦେଶର ପ୍ରତ୍ୟେକ ନାଗରିକ ବାଜପେୟୀଙ୍କୁ ବେଶ୍‍ ସମ୍ମାନ କରନ୍ତି ଏବଂ ତାଙ୍କ ପରାଲାକ ବାଂଲାଦେଶ ପାଇଁ ଏକ ଦୁଃଖଦ ଖବର। ସେହିପରି ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ ବାଜପେୟୀଙ୍କ ପରଲୋକରେ ଶୋକପ୍ରକାଶ କରି କହିଛନ୍ତି ଭାରତ-ପାକିସ୍ତାନ ସମ୍ପର୍କକୁ ମଜବୁତ କରିବା ପାଇଁ ବାଜପେୟୀଙ୍କ ପଦକ୍ଷେପ ଚିରସ୍ମରଣୀୟ ହୋଇ ରହିବ।

ଅନ୍ୟପକ୍ଷରେ ଆମେରିକାରେ ଥିବା ପ୍ରବାସୀ ଭାରତୀୟ କାର୍ଯ୍ୟାଳୟ ଗୁଡିକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୋକପାଳନ କରାଯାଇଛି।  ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେମାନେ ମର୍ମାହତ ବୋଲି ଆମେରିକାନ୍‍ ଇଣ୍ଡିଆ ଫାଉଣ୍ଡେସନ୍‍ ପକ୍ଷରୁ  କୁହାଯାଇଛି।  ଏଆଇଏଫ କହିଛି ବାଜପେୟୀଙ୍କର ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଏହି ସଂସ୍ଥା ପାଇଁ ପ୍ରେରଣାଦାୟୀ ଥିଲା ଏବଂ ଭାରତରେ ସଫଳ କାର୍ଯ୍ୟକ୍ରମମାନ ପରିଚାଳନା କରାଇବାରେ ସହାୟକ ହୋଇଥିଲା। ସେହିପରି ଆମେରିକା ସ୍ଥିତ ଦରିଆପାରି ବିଜେପି ବନ୍ଧୁ (ଓଭରସିଜ ଫ୍ରେଣ୍ଡସ ଅଫ ବିଜେପି) ବାଜପେୟୀଙ୍କ ପରଲୋକ ଦେଶ ପାଇଁ ବିରାଟ କ୍ଷତି ବୋଲି ବର୍ଣ୍ଣନା କରିଛି।

- Advertisement -

 

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories