www.samajalive.in
Thursday, December 11, 2025
16.1 C
Bhubaneswar

ହାଇକୋର୍ଟଙ୍କ ଚେତାବନୀ ପରେ ନିର୍ବାଚନ ଆୟୋଗଙ୍କ ତତ୍ପରତା; ଭୋଟଗଣତି ପରବର୍ତ୍ତୀ ବିଜୟ ଉତ୍ସବ ଉପରେ ଲଗାଇଲେ କଟକଣା

ନୂଆଦିଲ୍ଲୀ: କରୋନାର ୨ୟ ତରଙ୍ଗ ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦାୟୀ ବୋଲି ମାଡ୍ରାସ ହାଇକୋର୍ଟ ଗତକାଲି କହିଥିଲେ। ଏହାପରେ ଆୟୋଗ ଚେତିବା ସହିତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆସନ୍ତା ମେ ୨ ତାରିଖରେ ବିଭିନ୍ନ ରାଜ୍ୟରେ ଭୋଟ ଗଣତି ପରେ କୌଣସି ନେତା ବିଜୟ ଉତ୍ସବ ପାଳନ କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦେଶ ଜାରି କରିଛନ୍ତି। ଏହା ଉପରେ ଆୟୋଗ କଟକଣା ଲାଗୁ କରିଛନ୍ତି।

ସୂଚନାଯୋଗ୍ୟ, କରୋନା ଭୂତାଣୁର ୨ୟ ତରଙ୍ଗ ସଂକ୍ରମଣ ବୃଦ୍ଧି ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦାୟୀ ବୋଲି ଗତକାଲି ମାଡ୍ରାସ ହାଇକୋର୍ଟ କହିଥିଲେ। କାରଣ କରୋନା ସଙ୍କଟ ଆରମ୍ଭ ହୋଇଥିବା ସତ୍ବେ ନିର୍ବାଚନ ଆୟୋଗ ନିର୍ବାଚନୀ ରାଲିକୁ ବନ୍ଦ କରି ନ ଥିଲେ। ଯେଉଁଥିପାଇଁ ନିର୍ବାଚନ ଥିବା ରାଜ୍ୟଗୁଡ଼ିକରେ ଦ୍ରୁତଗତିରେ ସଂକ୍ରମଣ ବ୍ୟାପିଯାଇଥିଲା। ଏପରି କି ନିର୍ବାଚନ ଆୟୋଗର ଅଧିକାରୀମାନଙ୍କ ବିରୋଧରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ ହେଲେ ବି କିଛି ଭୁଲ ହେବ ନାହିଁ ବୋଲି ହାଇକୋର୍ଟ କହିଥିଲେ।

- Advertisement -

ଏହାବ୍ୟତୀତ ଅଦାଲତ ଆୟୋଗଙ୍କୁ କଡ଼ା ଚେତାବନୀ ମଧ୍ୟ ଦେଇଥିଲେ। ଯଦି ମେ ୨ ସୁଦ୍ଧା କୋଭିଡ ସମ୍ପର୍କିତ ଗାଇଡଲାଇନ ପାଳନ ନ ହୁଏ ଏବଂ ଏହାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ନ ହୁଏ, ତେବେ କୋର୍ଟ ଭୋଟଗଣତି ଉପରେ ରୋକ ଲଗାଇବେ ବୋଲି ଚେତାଇ ଦେଇ କହିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories