www.samajalive.in
Saturday, December 13, 2025
26.1 C
Bhubaneswar

ପରିବାରର ୨ଜଣ କରୋନା ଆକ୍ରାନ୍ତ, ପାତ୍ର ମେଡ଼ିକାଲ୍‌ ଷ୍ଟୋର୍‌ ବନ୍ଦ କଲା ପାପଡ଼ାହାଣ୍ଡି ବ୍ଲକ ପ୍ରଶାସନ

ନବରଙ୍ଗପୁର, ପାପଡାହାଣ୍ଡି: ପରିବାରର ଦୁଇଜଣ ସଦସ୍ୟ କରୋନା ସଂକ୍ରମଣ ରେ ସଂକ୍ରମିତ ପରେ ମଧ୍ୟ ମେଡିକାଲ ଷ୍ଟୋର ଖୋଲା ରଖିଥିବା ଅଭିଯୋଗ ପାଇ ବ୍ଲକ ପ୍ରଶାସନ ତରଫରୁ ମେଡିକାଲ ଷ୍ଟୋରକୁ ବନ୍ଦ କରାଯାଇଛି। ସୂଚନା ମୁତାବକ ପାପଡାହାଣ୍ଡି ଗ୍ରାମ ମୁଖ୍ୟରାସ୍ତା କଡରେ ଥିବା ପାତ୍ର ମେଡିକାଲ ଷ୍ଟୋର ମାଲିକଙ୍କ ସମ୍ପର୍କୀୟ ଭାଇ ଜଣକ କିଛି ଦିନ ପୂର୍ବେ ଦୁବାଇରୁ କୋଷାଗୁମୁଡା ଗ୍ରାମକୁ ଆସି ରହିବା ପରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ସେ ପାପଡାହାଣ୍ଡିକୁ ଆସି କୋଭିଡ ଟେଷ୍ଟ କରିବାପରେ ତାଙ୍କର ରିପୋର୍ଟ ପଜିଟିଭ୍‌ ବାହାରିଲା।

 

ଏହାପରେ ସେମାନଙ୍କୁ ନବରଙ୍ଗପୁର କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ପାତ୍ର ମେଡିକାଲ ଷ୍ଟୋର ଖୋଲି ବ୍ୟବସାୟ କରୁଥିବା ନେଇ ଅଭିଯୋଗ ଆସିଥିଲା। ଖବର ପାଇ ଆଜି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାପଡାହାଣ୍ଡି ତହସିଲଦାର ଅନନ୍ତ ପଣ୍ଡା, ବିଡ଼ିଓ ରଞ୍ଜିତା ମଲିକ, ପାପଡାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଦୁ ଶବର ପ୍ରମୁଖ ମେଡିକାଲ ଷ୍ଟୋର ପରିଦର୍ଶନରେ ଯାଇଥିଲେ। ପାତ୍ର ମେଡ଼ିକାଲ୍‌ ଷ୍ଟୋର ମାଲିକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ କୋଭିଡ ପରୀକ୍ଷା କରିବା ସହିତ ରିପୋର୍ଟ  ନେଗେଟିଭ ଆସିଲେ ମେଡ଼ିକାଲ୍‌ ଷ୍ଟୋର ଖୋଲିବବାକୁ ପରାମର୍ଶ ଦେଇଥିଲେ । ଏହାପରେ  ପାତ୍ର ମେଡ଼ିକାଲ୍‌ ଷ୍ଟୋର ମାଲିକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ତିନିଜଣ କୋଭିଡ ପରୀକ୍ଷା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣକ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ପାତ୍ର ମେଡ଼ିକାଲ୍‌ ଷ୍ଟୋରକୁ ପାପଡ଼ାହାଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories