www.samajalive.in
Thursday, December 11, 2025
16.1 C
Bhubaneswar

ମାରୁତିର ପୂର୍ବତନ ଏମଡି ଜଗଦୀଶ ଖଟ୍ଟରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ମାରୁତି ଉଦ୍ୟୋଗ ଲିମିଟେଡ୍‌ (ଏମୟୁଏଲ)ର ପୂର୍ବତନ ପରିଚାଳନା ନିର୍ଦେଶକ (ଏମଡି) ତଥା ଅଟୋମୋଟିଭ ସେଲ୍‌ସ ଆଣ୍ଡି ସର୍ଭିସ କମ୍ପାନୀ କାର୍ନେଶନ ଅଟୋ ଇଣ୍ଡିଆର ସଂସ୍ଥାପକ ଜଗଦୀଶ ଖଟ୍ଟରଙ୍କର ସୋମବାର ଦେହାନ୍ତ ହୋଇଯାଇଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କୁ ୭୮ ବର୍ଷ ହୋଇଥିଲା।

ମାରୁତି ସୁଜୁକିର ଅଧ୍ୟକ୍ଷ ଆରସି ଭାର୍ଗବ ଖଟ୍ଟରଙ୍କ ମୃତ୍ୟୁ ଖବର ବିଷୟରେ ସୂଚନା ଦେଇଛନ୍ତି। ଖଟ୍ଟରଙ୍କ ମୃତ୍ୟୁ ତାଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି ବୋଲି ଭାର୍ଗବ କହିଛନ୍ତି। ଭାର୍ଗବ କହିଛନ୍ତି ଯେ, ଆମେ ବହୁତ ବର୍ଷ ଧରି ଏକାଠି କାମ କରିଛୁ। ସେ ଏପରି ଜଣେ ବ୍ୟକ୍ତି ଥିଲେ, ଯିଏ ମାରୁତି ପାଇଁ ଅତି ଉତ୍ତମ କାର୍ଯ୍ୟ କରିଛନ୍ତି।

- Advertisement -

ସୂଚନା ଅନୁସାରେ, ଖଟ୍ଟର ୧୯୯୩ରୁ ୨୦୦୭ ପର୍ଯ୍ୟନ୍ତ ଏମୟୁଏଲରେ ସେବାରତ ଥିଲେ। ୧୯୯୩ରେ ସେ ମାରୁତିରେ ମାର୍କେଟିଂ ଡାଇରେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ୧୯୯୯ରେ ସରକାରଙ୍କ ନୋମିନି ଭାବେ ଏମଡି ହୋଇଥିଲେ। ଏହା ପରେ ୨୦୦୨ରେ ସେ ସୁଜୁକି ମୋଟର କର୍ପୋରେଶନର ଏକ ନୋମିନି ରୂପେ ଏମଡି ହୋଇଥିଲେ।

ମାରୁତିରେ କାର୍ଯ୍ୟ କରିବା ପୂର୍ବରୁ ଖଟ୍ଟର ଜଣେ ଆଇଏଏସ ଅଧିକାରୀ ଥିଲେ। ତାଙ୍କ ନିକଟରେ ୩୭ ବର୍ଷରୁ ଅଧିକ ଅନୁଭୂତି ରହିଥିଲା। ସେ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ ଏବଂ ଉତ୍ତର ପ୍ରଦେଶର ସରକାରରେ ପ୍ରମୁଖ ପ୍ରଶାସନିକ ପଦବୀରେ ମଧ୍ୟ ରହିଥିଲେ। ୨୦୦୭ରେ ସେ ମାରୁତିରୁ ଅବସର ନେଇଥିଲେ। ଏହା ପରେ ୨୦୦୮ ରେସ ମଲ୍ଟି-ବ୍ରାଣ୍ଡ ଅଟୋମୋଟିଭ ସେଲ୍‌ସ ଆଣ୍ଡ ସର୍ଭିତ କମ୍ପାନୀ କାର୍ନେଶନ ଅଟୋ ପ୍ରତିଷ୍ଠା କରିଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories