www.samajalive.in
Saturday, December 13, 2025
23.1 C
Bhubaneswar

କରୋନା ପୀଡ଼ିତଙ୍କ ସହାୟତା ପାଇଁ ଗୌତମ ଗମ୍ଭୀର ଫାଉଣ୍ଡେସନକୁ ୧ କୋଟି ଟଙ୍କା ଦାନ କଲେ ଅକ୍ଷୟ

ମୁମ୍ବଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର କୋଭିଡ-୧୯ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନ(ଜିଜିଏଫ୍‌)କୁ ୧ କୋଟି ଟଙ୍କା ଦାନ କରିଛନ୍ତି। ପୂର୍ବତନ କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର ସାମାଜିକ ଗଣମାଧ୍ୟମ ଜରିଆରେ ଏନେଇ ସୂଚନା ଦେବା ସହ ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାମ୍ପ୍ରତିକ ପରିସ୍ଥିତି​‌ରେ ଅକ୍ଷୟଙ୍କୁ ସେ ‘ଆଶାର କିରଣ’ ବୋଲି ଅଭିହିତ କରିଛନ୍ତି। ଅକ୍ଷୟ ମଧ୍ୟ ଗମ୍ଭୀରଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାହାଯ୍ୟ କରିଥିବାରୁ ସେ ବହୁତ ଖୁସି ଅନୁଭବ କରୁଛନ୍ତି।

ସାମଜିକ ଗଣମାଧ୍ୟମରେ ଗମ୍ଭୀର ଲେଖିଛନ୍ତି, “ଏହି ସମୟରେ ପ୍ରତ୍ୟେକଟି ସାହାଯ୍ୟ ନିରାଶା ଭିତରେ ଆଶାର କିରଣ ସଦୃଶ। ଅଭାବୀ ଲୋକମାନଙ୍କ ପାଇଁ ଖାଦ୍ୟ, ଔଷଧ ଏବଂ ଅକ୍ସିଜେନ୍‌ ଯୋଗାଇବା ପାଇଁ ଜିଜିଏଫକୁ ୧ କୋଟି ଟଙ୍କା ଦାନ କରିଥିବାରୁ ବହୁତ ଧନ୍ୟବାଦ ଅକ୍ଷୟ କୁମାର। ଭଗବାନ ତୁମର ମଙ୍ଗଳ କରନ୍ତୁ।”

- Advertisement -

ଏହାର ଉତ୍ତରରେ ଅକ୍ଷୟ ଲେଖିଛନ୍ତି, “ଏହା ପ୍ରକୃତରେ କଠିନ ସମୟ। ଏହି ସମୟରେ ମୁଁ କିଛି ସାହାଯ୍ୟ କରିପାରିଛି ସେଥିପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି। ଆମେ ସମସ୍ତେ ଖୁବ୍‌ ଶୀଘ୍ର ଏହି ସଙ୍କଟରୁ ମୁକ୍ତି ପାଇବା ବୋଲି ମୋର ଆଶା। ସୁରକ୍ଷିତ ରୁହନ୍ତୁ।”

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories