ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଦଳୁଆ ସାହିର ଜଣେ ବୃଦ୍ଧାଙ୍କ ସାପକାମୁଡ଼ାରେ ମୃତ୍ୟୁ ଘଟିଛି । ସେ ହେଲେ କୁଶଙ୍ଗ ଦଳୁଆ ସାହିର ଗୌରୀ ଜେନା(୬୨) । ସୂଚନା ଅନୁସାରେ ଗତକାଲି ରାତିରେ ବୃଦ୍ଧା ଜଣଙ୍କ ଘରେ ଶୋଇ ଥିବା ସମୟ ରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଥିଲା ।ତାଙ୍କୁ ରାତିରେ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ମେଡିକାଲ ଚିକିତ୍ସା ପାଇଁ ନିଆଯାଇଥିଲା ।ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।ବୃଦ୍ଧା ଙ୍କ ସ୍ୱାମୀ ,ପୁଅ କେହିନଥିବାରୁ ସେ ଝିଅ ଜ୍ବାଇଁ ପାଖରେ ରହୁଥିଲେ ।ମୃତଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହେଉଛି ।
Popular Categories



