www.samajalive.in
Saturday, December 6, 2025
23.1 C
Bhubaneswar

ମୋଦୀଙ୍କୁ କେଜ୍ରିୱାଲଙ୍କ ନିବେଦନ: କଠୋର ପଦକ୍ଷେପ ନିଅନ୍ତୁ, ବିମାନରେ ଆଣନ୍ତୁ ଅକ୍ସିଜେନ୍‍, ପ୍ଲାଣ୍ଟରେ ନିୟୋଜିତ ହୁଅନ୍ତୁ ସେନା

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପରେ ଏବେ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ ଅନେକ ରାଜ୍ୟର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନର ଅଭାବ ଦେଖାଦେଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଶୁକ୍ରବାର ବୈଠକ କରିଛନ୍ତି। ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମିଲ ଥିଲେ।

ବୈଠକରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ଆପଣ ରାଜ୍ୟଗୁଡ଼ିକୁ କୁହନ୍ତୁ ସେମାନେ ଅକ୍ସିଜେନ୍‍ ଟ୍ରକ୍‍ଗୁଡ଼ିକୁ ଅଟକାଇବେ ନାହିଁ। ସେ ପୁନଶ୍ଚ କହିଛନ୍ତି, ସାର୍‍ ଯଦି ଆପଣ କହିବେ ତାହେଲେ ସେମାନେ ଅକ୍ସିଜେନ୍‍ ଯୋଗାଣ ବନ୍ଦ କରିବେ ନାହିଁ। ମୁଖମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଆମେ ଏମିତି ଲୋକଙ୍କୁ ମରିବା ପାଇଁ ଛାଡ଼ିପାରିବୁ ନାହିଁ। ଯଦି କଠୋର ପଦକ୍ଷେପ ନିଆ ନ ଯାଏ, ତାହେଲେ ଦିଲ୍ଲୀ ଅବସ୍ଥା ଶୋଚନୀୟ ହୋଇଯିବ।

- Advertisement -

କେଜ୍ରିୱାଲଙ୍କ କହିବାନୁଯାୟୀ, ୪୮୦ ଟନରୁ କେବଳ ୩୮୦ ଟନ୍‍ ଅକ୍ସିଜେନ୍‍ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ପହଞ୍ଚିଛି। ଦିଲ୍ଲୀ ଅବସ୍ଥା ବହୁତ ଖରାପ। ଅନ୍ୟ ରାଜ୍ୟଗୁଡ଼ିକ ଅକ୍ସିଜେନ୍‍ ଟ୍ରକକୁ ଦିଲ୍ଲୀ ଆସିବା ବେଳେ ଅଟକାଉଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି ଯେ, ଅକ୍ସିଜେନ୍‍ ଟ୍ରକ୍‍ଗୁଡ଼ିକୁ ସେନାଙ୍କ ତତ୍ତ୍ୱାବଧାନରେ ଆସୁ ଏବଂ ପ୍ଲାଣ୍ଟରେ ମଧ୍ୟ ସେନା ନିୟୋଜିତ କରାଯାଉ। ସେ ପ୍ରଶ୍ନ କରିଛନ୍ତି ଯେ, କ’ଣ ଦିଲ୍ଲୀର ୨ କୋଟି ଲୋକଙ୍କୁ ଅକ୍ସିଜେନ୍‍ ମିଳିବନାହିଁ? ଏହାସହିତ ସେ କହିଛନ୍ତି, ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ଯଥାଶୀଘ୍ର ଅକ୍ସିଜେନ୍‍ ଯୋଗାଣର ଆବଶ୍ୟକତା ଅଛି। ଏଭଳି ପରିସ୍ଥିତିରେ ବଙ୍ଗଳା ଏବଂ ଓଡ଼ିଶାରୁ ଆସୁଥିବା ଅକ୍ସିଜେନକୁ ବିମାନରେ ଆଣିବା ବ୍ୟବସ୍ଥା କରନ୍ତୁ, ଯଦ୍ୱାରା ଯଥାଶୀଘ୍ର ଆମେ ବହୁ ପରିମାଣର ଷ୍ଟକ୍‍ ପାଇପାରିବୁ।

କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ, କରୋନା ଲଢେଇ ପାଇଁ ଦେଶବ୍ୟାପୀ ଏକ ଆକ୍ସନ ପ୍ଲାନ୍‍ ପ୍ରସ୍ତୁତ କରିବା ଆବଶ୍ୟକ। ଯେପର୍ଯ୍ୟନ୍ତ ଏପରି କରା ନ ଯାଇଛି ସେପର୍ଯ୍ୟନ୍ତ ଆମ ଲଢେଇ ଅସମ୍ପୂର୍ଣ୍ଣ ରହିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories