www.samajalive.in
Tuesday, December 9, 2025
16.1 C
Bhubaneswar

ବଦଳିବ ବ୍ୟାଙ୍କ ସମୟ; ଦିନ ୧୦ରୁ ୨ ଖୋଲିବ

ନୂଆଦିଲ୍ଲୀ: ଓଡ଼ିଶା ସମେତ ସମଗ୍ର ଦେଶରେ ବଦଳିବ ବ୍ୟାଙ୍କ ସମୟ। ଦ୍ରୁତ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସମୟରେ ପରିବର୍ତ୍ତନ କରିବାକୁ ଇଣ୍ଡିଆନ ବ୍ୟାଙ୍କ୍‍ସ ଆସୋସିଏସନ (ଆଇବିଏ) ପକ୍ଷରୁ ବ୍ୟାଙ୍କଗୁଡିକୁ ପରାମର୍ଶ ଦିଆଯାଇଛି। ବ୍ୟାଙ୍କ ସମୟ ଦିନ ୧୦ଟାରୁ ଅପରାହ୍ଣ ୨ଟା ମଧ୍ୟରେ ସୀମିତ ରଖିବାକୁ ଏହା କହିଛି। ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି (ଏସଏଲବିସି)ର ଆବାହକମାନଙ୍କ ନିକଟକୁ ପତ୍ର ଲେଖି ଆଇବିଏ କହିଛି ଯେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣ କାରଣରୁ ସମସ୍ତେ ଏକ ଆହ୍ୱାନମୂଳକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଅନେକ ରାଜ୍ୟରେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସେଥିପାଇଁ ଅର୍ଥନୈତିକ କାର୍ଯ୍ୟକଳାପକୁ ନେଇ ଗଭୀର ଆଶଙ୍କା ଦେଖାଦେଇଛି।
୨୧ ତାରିଖ ଦିନ ଆଇବିଏ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଆହ୍ୱାନ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ବିଭିନ୍ନ ରାଜ୍ୟ ସରକାର ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରୁଛନ୍ତି। ବ୍ୟାଙ୍କଗୁଡିକ ସେହିସବୁ ରାଜ୍ୟରେ ପରିସ୍ଥିତିର ଗମ୍ଭୀରତାକୁ ବିଚାରକୁ ନେଇ ଉକ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ହେବ। ଏସଏଲବିସି ନିକଟକୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ ବ୍ୟାଙ୍କଗୁଡିକ ଜମାରାଶି ଗ୍ରହଣ, ଟଙ୍କା ଉଠାଣ, ରେମିଟାନ୍ସ ଏବଂ ସରକାରୀ କାରବାର ଭଳି ଚାରିଟି ବାଧ୍ୟତାମୂଳକ ସେବା ଯୋଗାଇଦେବେ। ଏସଏଲବିସିଗୁଡିକ ସେମାନଙ୍କ ଅଞ୍ଚଳରେ ଆଉ କେଉଁ ସେବା ଆବଶ୍ୟକ, ତାହା ସ୍ଥିର କରିବେ। ବ୍ୟାଙ୍କର କର୍ମଚାରୀମାନେ ଅଦଳ ବଦଳ ଭିତ୍ତିରେ ବ୍ୟାଙ୍କକୁ ଆସିବେ ଏବଂ ଯେଉଁମାନଙ୍କର ଶାରୀରିକ ଉପସ୍ଥିତି ଅନାବଶ୍ୟକ ସେମାନେ ଘରେ ରହି କାମ କରିପାରିବେ। ୫୦% କର୍ମଚାରୀ ନେଇ କାମ କରିବାକୁ ଏହା ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଛି। ଇତିମଧ୍ୟରେ କେତେକ ଏସଏଲବିସି ସ୍ୱାଭାବିକ ଭାବେ ଦିନ ୧୦ରୁ ୪ଟା ପରିବର୍ତ୍ତେ ଦିନ ୧୦ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ସମୟ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ଇତିମଧ୍ୟରେ ବ୍ୟାଙ୍କ ୟୁନିୟନଗୁଡିକ ମଧ୍ୟ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକର କାର୍ଯ୍ୟ ସମୟ ହ୍ରାସ କରିବାକୁ ଆହ୍ୱାନ ଦେଇଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories