ଇମରାନ ଖାନଙ୍କ ଉପରକୁ ଜୋତା ମାଡ଼

0

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପରେ ପୂର୍ବତନ କ୍ରିକେଟର ତଥା ପାକିସ୍ତାନ ତେହରିକ ଏ ଇନ୍ସାଫ ପାର୍ଟି (ପିଟିଆଇ) ମୁଖ୍ୟ ଇମରାନ ଖାନଙ୍କ ଉପରକୁ ମଙ୍ଗଳବାର ଜୋତା ଫିଙ୍ଗାଯାଇଛି। ପଞ୍ଜାବ ପ୍ରଦେଶରେ ଏକ ରାଲିରେ ଇମରାନ ଖାନଙ୍କ ଉପରକୁ ଜଣେ ବ୍ୟକ୍ତି ଜୋତା ଫିଙ୍ଗିଥିଲେ । ଏହା ପୂର୍ବରୁ ରବିବାର ନୱାଜ ସରିଫଙ୍କ ଉପରକୁ ଜୋତା ଓ ଶନିବାର ବିଦେଶ ମନ୍ତ୍ରୀ ଖ୍ୱାଜା ମୋହମ୍ମଦ ଆସିଫଙ୍କ ଉପରକୁ କାଳୀ ଫିଙ୍ଗା ଯାଇଥିଲା । ସୂଚନା ଅନୁସାରେ ଇମରାନ ଗାଡ଼ି ଉପରେ ଚଢି ଲୋକଙ୍କୁ ଉଦ୍‌ବୋଧନ ଦେଉଥିଲେ । ସେହି ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ଜୋତା ଇମରାନଙ୍କ ଦେହରେ ବାଜି ପିଟିଆଇ ନେତା ଅଲିମ ଖାନଙ୍କ ଦେହରେ ବାଜିଥିଲା । ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ଜୋତା ଫିଙ୍ଗାଳିକୁ କାବୁ କରିନେଇ ପୁଲିସ୍‌ ଜିମା ଦେଇଛନ୍ତି । ଏହି ଘଟଣା ପରେ ଇମରାନ ନିଜ ରାଲିକୁ ଅଟକାଇ ଦେଇଥିଲେ ।

Leave A Reply