www.samajalive.in
Thursday, December 11, 2025
18.1 C
Bhubaneswar

ପାରା ନାଁରେ ଏଫ୍ଆଇଆର୍ : ସନ୍ଦେହଜନକ ଭାବେ ଅନ୍ତର୍ଜାତୀୟ ସୀମା ନିକଟରୁ ଧରାପଡିଲା

ଅମୃତସର :  ପଞ୍ଜାବର ଅନ୍ତର୍ଜାତୀୟ ସୀମା ନିକଟରେ ସନ୍ଦେହଜନକ ଭାବେ ଏକ  ପାରା ଧରାପଡିଛି। ​​ ବିପିଓ ରୋରାନୱାଲାରେ ଡ୍ୟୁଟିରେ ଥିବା ଜଣେ କନଷ୍ଟେବଳଙ୍କ ନିକଟକୁ ପକ୍ଷୀଟି ଉଡ଼ି ଆସୁଥିଲା। ତା’ ଗୋଡରେ ବନ୍ଧା ହୋଇଥିବା ଏକ କାଗଜ ଜବତ ହୋଇଛି ଏବଂ ପାରା ବିରୁଦ୍ଧରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ପାକିସ୍ତାନରୁ ପାରାଟି ଆସିଥିବା ସନ୍ଦେହ କରାଯାଉଛି ଏବଂ ଗୁପ୍ତଚର ବୃତ୍ତି ପାଇଁ ଏହାକୁ ନିୟୋଜିତ କରାଯାଇଥିବା ପୁଲିସ ଅନୁମାନ କରୁଛି।

ପାକିସ୍ତାନ ସୀମାଠାରୁ ୫୦୦ ମିଟର ଦୂରରେ ଥିବା ପୋଷ୍ଟରେ କ୍ୟାମ୍ପ ଗାର୍ଡ ଡ୍ୟୁଟିରେ ଥିବାବେଳେ କନଷ୍ଟେବଳ ନୀରଜ କୁମାରଙ୍କ କାନ୍ଧରେ ଏକ କଳା ଓ ଧଳା ମିଶା ରଙ୍ଗର ପାରାଟି ବସିଥିଲା। ଗତ ୧୭ ତାରିଖ ସନ୍ଧ୍ୟାରେ ଏହି ପାରାକୁ ଧରାଯାଇଥିଲା।

- Advertisement -

ଅଭିଯୋଗ ଅନୁଯାୟୀ, କନଷ୍ଟେବଳ ତୁରନ୍ତ ପାରାକୁ ଧରି ପୋଷ୍ଟ କମାଣ୍ଡର ଓମପାଲ ସିଂଙ୍କୁ ଜଣାଇଥିଲେ, ଯାହା ପରେ ସେ ପାରାକୁ ସ୍କାନ କରିଥିଲେ।

ପାରା ଗୋଡରେ ଏକ ଧଳା କାଗଜକୁ ଅଠା ଓ  ଟେପ୍ ସହିତ ଗୁଡ଼ାଯାଇଥିବା ଦେଖିବାକୁ ମିଳିଥିଲା, ​​ଯେଉଁଥିରେ ଏକ ନମ୍ବର ଲେଖାଯାଇଥିଲା। ଏହି ପାରା ବିରୋଧରେ ଅମୃତସରର କାହଗର ପୁଲିସ ଥାନାରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏହି କାଗଜକୁ ନେଇ ଅଧିକ ଖୋଳତାଡ ଜାରି ରହିଛି।

ସୂଚନାଯୋଗ୍ୟ, ଅନ୍ୟ ଏକ ଘଟଣାରେ, ଗୁପ୍ତଚର ପାଇଁ ପାକିସ୍ତାନରେ ତାଲିମ ପାଇଥିବା ନେଇ ସନ୍ଦେହ କରାଯାଉଥିବା ଅନ୍ୟ ଏକ ପାରା, ୨୦୨୦ ମେ’ ମାସରେ ଜାମ୍ମୁ କାଶ୍ମୀରର କାଠୁଆ ଜିଲ୍ଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମାରେ ଧରା ହୋଇଥିଲା।

ଅଧିକାରୀମାନେ କହିଛନ୍ତି ଯେ ଏହି ପାରାଟି ଏକ “କୋଡେଡ୍ ମେସେଜ୍” ନେଇ ଆସିଥିଲା ଏବଂ ପାକିସ୍ତାନରୁ ଏହି ପଟକୁ ଉଡ଼ିଆସିବା ପରେ ହିରାନଗର ସେକ୍ଟରର ମାନାରି ଗାଁର ବାସିନ୍ଦା ତାକୁ ଧରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories