www.samajalive.in
Saturday, December 6, 2025
23.1 C
Bhubaneswar

୨୦୦୬ ମୁମ୍ବଇ ଟ୍ରେନ ବିସ୍ଫୋରଣ: ଅନ୍ୟତମ ଦୋଷୀସାବ୍ୟସ୍ତର କରୋନାରେ ମୃତ୍ୟୁ

ନାଗପୁର: ମୁମ୍ବଇରେ ୨୦୦୬ ଜୁଲାଇ ୧୧ରେ ଘଟିଥିବା ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ଦୋଷୀସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡରେ ଦଣ୍ଡିତ କମଲ ଆନ୍‍ସାରୀଙ୍କର କୋଭିଡ ସଂକ୍ରମଣରେ ମୃତ୍ୟୁ ଘଟିଛି। ମୁମ୍ବଇର ମାଟୁଙ୍ଗା ଷ୍ଟେସନରେ ଏକ ଟ୍ରେନରେ ବୋମା ଖଞ୍ଜିବା ଘଟଣାରେ ତାଙ୍କୁ ୨୦୧୫ରେ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବା ପରେ ସେବେଠାରୁ ସେ ନାଗପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଭାବରେ ରହୁଥିଲେ। ବିହାର ମଧୁବନି ଅଞ୍ଚଳର ବାସିନ୍ଦା ଆନ୍‍ସାରୀଙ୍କ ସମେତ ଉକ୍ତ ଘଟଣାରେ ମୋଟ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ଗତ ୮ତାରିଖରେ ତାଙ୍କଠାରେ ଥଣ୍ଡା ଓ କଫ ଲକ୍ଷଣ ଦେଖାଯିବା ପରେ ୯ ତାରିଖରେ ତାଙ୍କର ଆରଟିପିସିଆର ପରୀକ୍ଷାରୁ ସେ କୋଭିଡ ପଜିଟିଭ ଥିବା ଜଣାପଡିଥିଲା। ସେହିଦିନ ତାଙ୍କୁ ଚିକିତ୍ସା ପାଇଁ ନାଗପୁର ସରକାରୀ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories