www.samajalive.in
Sunday, December 14, 2025
15.1 C
Bhubaneswar

ଦେଶରେ ସଂକ୍ରମଣ ୧୨ ଦିନରେ ଦୁଇଗୁଣକୁ ବୃଦ୍ଧି : ଦୈନିକ ସଂକ୍ରମଣ ହାର ୧୬.୭%

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ମାଡିଚାଲିଛି କରୋନା ସଂକ୍ରମଣ। ପରିସ୍ଥିତି କ୍ରମଶଃ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ମାତ୍ର ୧୨ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ହାର ୮%ରୁ ୧୮.୭%କୁ ବୃଦ୍ଧିପାଇଛି। ଚଳିତ ମାସ ୧୨ ତାରିଖ ଠାରୁ ସଂକ୍ରମଣ ହାରରେ ଦ୍ରୁତ ବୃଦ୍ଧି ଘଟିଚାଲିଛି। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ କୋଭିଡ ପରୀକ୍ଷା ସେହି ଅନୁପାତରେ ବୃଦ୍ଧି ଘଟିନାହିଁ।
ଛତିଶଗଡରେ ସଂକ୍ରମଣ ହାର ସର୍ବାଧିକ ୩୦.୩% ରହିଛି। ଏହାବ୍ୟତୀତ ଗୋଆ, ରାଜସ୍ଥାନ, ମଧ୍ୟପ୍ରଦେଶ, ଲଦାଖରେ ମଧ୍ୟ ଚଳିତ ମାସ ୧୧ରୁ୧୭ ତାରିଖ ମଧ୍ୟରେ ଉଚ୍ଚ ସଂକ୍ରମଣ ହାର ଲକ୍ଷ୍ୟ କରାଯାଇଛି। ଏହି ସମୟ ମଧ୍ୟରେ ଗୋଆରେ ସଂକ୍ରମଣ ହାର ୨୪.୨%, ମହାରାଷ୍ଟ୍ର ୨୪.୧%, ରାଜସ୍ଥାନରେ ୨୩.୩% ହୋଇଛି। ଏଭଳି ପରିସ୍ଥିତିରେ ସମଗ୍ର ଦେଶରେ ଅଧିକରୁ ଅଧିକ ପରୀକ୍ଷା ଏବଂ କଣ୍ଟେନମେଣ୍ଟ କରାଯିବାର ଜରୁରୀ ଆବଶ୍ୟକତା ଦେଖାଦେଇଛି।
ଅଧିକାରୀମାନେ କହିଛନ୍ତି ଯେ ଦୈନିକ ସଂକ୍ରମଣ ହାର ବୃଦ୍ଧିପାଉଥିଲେ ମଧ୍ୟ କୋଭିଡ ସଂକ୍ରମଣ ଚିହ୍ନଯ କରିବାକୁ ସେହି ଅନୁପାତରେ ପରୀକ୍ଷା ଅଧିକାଂଶ ରାଜ୍ୟରେ ବୃଦ୍ଧି କରାଯାଇନାହିଁ। ଚିନ୍ତା ବଢାଉଥିବା ରାଜ୍ୟଗୁଡିକରେ ଆଟିପିସିଆର ପରୀକ୍ଷା ହାର ଏବେ ମଧ୍ୟ ନୈରାଶ୍ୟଜନକ ରହିଛି। ଗତ ୧୨ ଦିନ ମଧ୍ୟରେ ଦୈନିକ ପରୀକ୍ଷା ସଂଖ୍ୟା ୧୧.୭୩ ଲକ୍ଷରୁ ୧୫.୫୫ ଲକ୍ଷ ମଧ୍ୟରେ ରହିଛି।
ମହାରାଷ୍ଟ୍ରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬୭ ହଜାରରୁ ଅଧିକ ରହିଥିବାବେଳେ ଉତ୍ତର ପ୍ରଦେଶରେ ଚଳିତ ମାସ ୪ରୁ ୧୭ ତାରିଖ ମଧ୍ୟରେ ଦୈନିକ ନୂଆ ସଂକ୍ରମଣସଂଖ୍ୟା ୪୧୩୬ରୁ ୨୭,୩୩୪କୁ ବୃଦ୍ଧିଘଟିଛି। ଅନୁରୂପ ଭାବରେ ଦିଲ୍ଲୀରେ ସେହି ସମୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୪୦୩୩ରୁ ୨୪,୩୭୫କୁ ବୃଦ୍ଧିପାଇଛି। କର୍ଣ୍ଣାଟକ, ଛତିଶଗଡ, କେରଳ, ମଧ୍ୟପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ ରାଜସ୍ଥାନ ଆଦି ରାଜ୍ୟରେ ବହୁ ଅଧିକ ସଂଖ୍ୟାରେ ଲୋକ କୋଭିଡ ସଂକ୍ରମିତ ହେଉଛନ୍ତି। ଏହି କାରଣରୁ ଅଧିକାଂଶ ରାଜ୍ୟରେ ସଂପ୍ରତି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଚାପ ବଢିବାରେ ଲାଗିଛି। ସେଠାରେ ଅକ୍ସିଜେନ, ଭେଣ୍ଟିଲେଟର ଏବଂ ଆଇସିୟୁ ଶଯ୍ୟା ସଂଖ୍ୟାରେ ଘୋର ଅଭାବ ପରିଲକ୍ଷିତ ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories