www.samajalive.in
Thursday, December 11, 2025
18.1 C
Bhubaneswar

କରୋନା ସଂକ୍ରମଣ ବୃଦ୍ଧି : ବନ୍ଦ ହେଲା କୁମ୍ଭ ମେଳା

ନୂଆଦିଲ୍ଲୀ/ହରିଦ୍ବାର : କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ହରିଦ୍ବାର କୁମ୍ଭ ମେଳା ବନ୍ଦ କରାଯାଇଛି। ମେଳାର ଅନ୍ୟତମ ଆୟୋଜକ ଜୁନା ଆଖଡ଼ାର ମୁଖ୍ୟ ସ୍ବାମୀ ଅବଦେଶାନନ୍ଦ ଗିରି ମେଳା ବନ୍ଦ ସମ୍ପର୍କରେ ଶନିବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଳାରେ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟକରି ଏହାକୁ ବନ୍ଦ କରାଯିବା​ ସହ ପ୍ରତୀକାତ୍ମକ ଭାବେ ମେଳା ଆୟୋଜନ କରାଯିବା ଉଚିତ ବୋଲି ମତ ଦେବା ପରେ ଏହାକୁ ସମ୍ମାନ ଦେଇ ମେଳା ବନ୍ଦ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍ବାମୀ ଅବଧେଶାନନ୍ଦ। ପ୍ରଧାନମନ୍ତ୍ରୀ କୁମ୍ଭ ମେଳାକୁ ସମାପ୍ତ କରିବା ଲାଗି ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ପୂଜ୍ୟ ସ୍ବାମୀ ଅବଧେଶାନନ୍ଦ ଗିରିଙ୍କୁ ଫୋନ କରି ଅନୁରୋଧ କରିବା ସହ ଉପରୋକ୍ତ ମତ ଦେଇଥିଲେ।
ନିଜ ଟ୍ବିଟରରେ ପ୍ରଧାନମନ୍ତ୍ରୀ ଲେଖିଥିଲେ ଯେ ‘ସ୍ବାମୀ ଅବଧେଶାନନ୍ଦଙ୍କ ସହ ସେ ଫୋନରେ କଥା ହୋଇଛନ୍ତି। ସମସ୍ତ ସନ୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସନ୍ଥଗଣ ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରୁଥିବାରୁ ସେମାନଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହିତ କୁମ୍ଭ ମେଳା ସମାପ୍ତ ପାଇଁ ଅନୁରୋଧ କରିଛନ୍ତି। କରୋନା ସଙ୍କଟ ସମୟରେ ମେଳାକୁ ଅବଶିଷ୍ଟ ଅବଧି ପ୍ରତୀକାତ୍ମକ ଭାବେ ପାଳନ କରାଯାଉ; ଯାହାଫଳରେ ସଙ୍କଟ ସମୟରେ ଲଢ଼େଇକୁ ଅଧିକ ଶକ୍ତି ମିଳିବ’ ବୋଲି ପ୍ରଧାନମନ୍ତ୍ରୀ ଲେଖଥିଲେ। କୁମ୍ଭ ମେଳା ଇତିମଧ୍ୟରେ ୫ ଦିନ ଅତିକ୍ରମ କରିଥିଲା। ମେଳା ଏପ୍ରିଲ ୩୦ରେ ଶେଷ ହେବାର କାର୍ଯ୍ୟକ୍ରମ ଥିଲା। ଏହି ୫ ଦିନ ମଧ୍ୟରେ ମେଳାର ସବୁଠୁ ବଡ଼ ଆକର୍ଷଣ ଦୁଇଟି ସାହି ସ୍ନାନ ଶେଷ ହୋଇଛି। ଏହି ସମୟରେ ୧୭୦୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୭୧ଜଣ ସାଧୁ ଅଛନ୍ତି। ଜଣେ ସାଧୁ ଜଗତଗୁରୁ ସ୍ବାମୀ ଶ୍ୟାମ ଦେବାଚାର୍ଯ୍ୟ ମହାରାଜଙ୍କର ମୃତ୍ୟୁ ଘଟିଛି। ଗତ ୨୪ଘଣ୍ଟା ମଧ୍ୟରେ ମେଳାରେ ୫୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଲକ୍ଷ୍ୟରଖି ପ୍ରଶାସନ ପକ୍ଷରୁ ସମସ୍ତ ଆଖଡ଼ାରେ ବ୍ୟାପକ ପରୀକ୍ଷା କରାଯାଉଛି। ମେଳାରେ ସଂକ୍ରମଣ ବୃଦ୍ଧିକୁ ନେଇ ରାଜନୀତି ଜୋର୍‌ ଧରିଥିଲା। ବିଭିନ୍ନ ମହଲରୁ ଏହାକୁ ସମାଲୋଚନା କରାଯାଇଥିଲା।
ମୁମ୍ବଇ ମହାନଗରୀରର ମେୟର କିଶୋରୀ ପେଡ୍‌ନେକର କୁମ୍ଭ ମେଳା ଭକ୍ତଙ୍କୁ ପ୍ରସାଦ ବାଣ୍ଟିବା ଭଳି କାରୋନା ଭୂତାଣୁ ବାଣ୍ଟୁଛି ବୋଲି ଶନିବାର ମନ୍ତବ୍ୟ ଦେଇଥିଲେ। ମେଳାରୁ ଫେରୁଥିବା ଭକ୍ତଙ୍କ ମାଧ୍ୟମରେ ସଂକ୍ରମଣ ବୃଦ୍ଧି ପାଉଥିବା ସେ କହିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories