www.samajalive.in
Thursday, December 11, 2025
18.1 C
Bhubaneswar

କରେନା ମୁକାବିଲା : କମିଲା କରୋନା ଔଷଧର ମୂଲ୍ୟ

ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କ ଚିକିତ୍ସାରେ ସର୍ବାଧିକ ଉପଯୋଗୀ ସାବ୍ୟସ୍ତ ରେମ୍‌ଡିସିଭିର୍‌ ଇଞ୍ଜେକସନ୍‌ର ମୂଲ୍ୟ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା। ଏମିତି କି ରେମଡିସିଭିରର କଳାବଜାରୀ ହେଉଥିବା ନେଇ ଅଭିଯୋଗ ଆସିଥିଲା। ସରକାରଙ୍କ ପକ୍ଷରୁ ଏହା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହୃତ ଅନ୍ୟ ଔଷଧଗୁଡ଼ିକର ମୂଲ୍ୟ ମଧ୍ୟ ସରକାର କମାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତି ଅନୁସାରେ ରେମଡିସିଭିରର ମୂଲ୍ୟ ୫୪୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ହ୍ରାସ କରାଯାଇଛି। ଏଥିସହିତ କ୍ୟାଡିଲା ହେଲ୍‌ଥକେୟାର ଲିମିଟେଡ୍‌ ଦ୍ବାରା ପ୍ରସ୍ତୁତ ରେମ୍‌ଡାକ୍‌ର ମୂଲ୍ୟ ୨୮୦୦ ଟଙ୍କାରୁ କମାଯାଇ ୮୯୯ ଟଙ୍କା ଧାର୍ଯ୍ୟ କରାଯାଇଛି। ସିଞ୍ଜେନ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ ପ୍ରସ୍ତୁତ ରେମ୍‌ୱିନ୍‌ର ମୂଲ୍ୟ ୩୯୫୦ ଟଙ୍କା ଥିଲାବେଳେ ଏହାକୁ ହ୍ରାସ କରାଯାଇ ୨୪୫୦ ଟଙ୍କା ରଖାଯାଇଛି। ସିପ୍ଲା ପ୍ରସ୍ତୁତ ସିପ୍ରେମି ଏଣିକି ୧୦୦୦ ଟଙ୍କା ହ୍ରାସପାଇ ୩୦୦୦ ଟଙ୍କାରେ ଉପଲବ୍ଧ ହେବ। ସେହିପରି କୋଭିଫର ମୂଲ୍ୟରେ ୧୯୦୦ ଟଙ୍କା ହ୍ରାସ କରାଯାଇ ୩୪୯୦ ଧାର୍ଯ୍ୟ ହୋଇଛି। ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ୧୧ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କହିଛନ୍ତି ଯେ ଦେଶରେ ଟିକାର ଅଭାବ ନାହିଁ। ବିଭିନ୍ନ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୧୪ କୋଟି ୧୫ ଲକ୍ଷ ଡୋଜ ଟିକା ପଠାଯାଇଛି। ସେଥିମଧ୍ୟରୁ ୧୨ କୋଟି ୫୭ ଲକ୍ଷ ୧୮ ହଜାର ଡୋଜ ବ୍ୟବହୃତ ହୋଇଥିଲାବେଳେ ଆହୁରି ୧ କୋଟି ୫୯ ଲକ୍ଷ ଟିକା ମହଜୁଦ ରହିଛି। ଆଉ ୧ କୋଟି ୧୬ ଲକ୍ଷ ୮୪ ହଜାର ଡୋଜ୍‌ ଟିକା ପଠାଇବାକୁ ବନ୍ଦୋବସ୍ତ ଚାଲିଛି ବୋଲି ସେ କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories