www.samajalive.in
Sunday, December 7, 2025
23.1 C
Bhubaneswar

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପରାମର୍ଶ ; ନିଜ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ

ନୂଆଦିଲ୍ଲୀ : ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ବୃଦ୍ଧି ପାଉଥିବାରୁ ବିଭିନ୍ନ ପ୍ରକାର ନିୟମାବଳୀ ଓ କଟକଣା ଜାରି କରାଯାଇଛି। ସାମାନ୍ୟ ଅସାବଧାନତା ନହେବାକୁ ପରାମର୍ଶ ଦିଅ।ଯାଉଛି। ବାରମ୍ବାର ହାତ ଧୋଇବା,ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ସହିତ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଏଭଳି ପରିସ୍ଥିତିରେ କେଉଁ ଖାଦ୍ୟ ଗ୍ରହଣ କରାଯିବା ଉଚିତ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏକ ଡାଇଟ ଚାର୍ଟ ପ୍ରସ୍ତୁତ କରାଯାଇଛି।
– ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଅନୁଯାୟୀ ନିଜ ଖାଦ୍ୟରେ ତାଜା ଫଳ,ସ୍ୱାସ୍ଥ୍ୟକର ଖାଦ୍ୟ ସାମିଲ କରିବା ଉଚିତ। ଭିଟାମିନ, ମିନେରାଲ୍ସ,ଫାଇବର, ପ୍ରୋଟିନ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥିବା ଖାଦ୍ୟ ଖାଇପାରିବେ।
– ପ୍ରଚୁର ପରିମାଣରେ ଫଳ, ପନିପରିବା, ଲେମ୍ବୁ, ବିନ୍ସ, ଡାଲି, ବାଦାମ, ଗଜାବୁଟ, ମକା, ଓଟ୍ସ, ଗହମ, ଉଷୁନା ଚାଉଳ, ଆଳୁ, ଖମ୍ବ ଆଳୁ, ପନିପରିବା ଖାଆନ୍ତୁ। ନିଜ ଖାଦ୍ୟରେ ମାଂସ, ମାଛ, ଅଣ୍ଡା, ଖିର ସାମିଲ କରନ୍ତୁ।
– ନିଜ ଖାଦ୍ୟରେ ନିୟମିତ ୨କପ ଫଳ, ୨.୫ କପ ପନିପରିବା, ୧୮୦ ଗ୍ରାମ ଶସ୍ୟ,୧୬୦ ଗ୍ରାମ ମାଂସ ଓ ବିନ୍ସ ଖାଆନ୍ତୁ। ଅଧିକ ଲୁଣ କିମ୍ବା ଚିନି ଖାଆନ୍ତୁ ନାହିଁ।
– ଶରୀର ପାଇଁ ପାଣି ନିତ୍ୟାନ୍ତ ଆବଶ୍ୟକ। ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହ ଶରୀରରୁ ଅଦରକାରୀ ପଦାର୍ଥ ନିର୍ଗତ କରିବାରେ ସାହାଯ୍ୟ କରେ। ପ୍ରତିଦିନ ୮ ରୁ ୧୦ ଗ୍ଲାସ ପାଣି ପିଅନ୍ତୁ। ଏହା ବ୍ୟତୀତ ଫଳ ରସ, ଲେମ୍ବୁ ପାଣି, କଫି କମ ପରିମାଣରେ ପିଇପାରିବେ।
– ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଅଧିକ ଫ୍ୟାଟ ଯୁକ୍ତ ମାଛ, ବଟର, କ୍ରିମକୁ କମ ପରିମାଣରେ ଖାଆନ୍ତୁ। ଅଲିଭ ଅଏଲ, ଚୁନା ମାଛ ଖାଇବା ଅଧିକ ଉତ୍ତମ।
କମ ପରିମାଣରେ ଲୁଣ ଖାଆନ୍ତୁ।
ନିୟମିତ ବ୍ୟାୟାମ କରନ୍ତୁ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories