www.samajalive.in
Saturday, December 13, 2025
26.1 C
Bhubaneswar

ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଆଣିବା ପଥ ପରିଷ୍କାର

ଲଣ୍ଡନ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଦୁର୍ନୀତି ଓ କଳାଟଙ୍କା କାରବାରର ମୁଖ୍ୟ ଅଭିଯୁକ୍ତ, ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଆଣିବାର ରାସ୍ତା ପରିଷ୍କାର ହୋଇଛି। ବ୍ରିଟେନର ଗୃହ ମନ୍ତ୍ରଣାଳୟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଫେବ୍ରୁଆରୀ ୨୫ ତାରିଖରେ ବ୍ରିଟେନର ଏକ ଅଦାଲତ ନିରବ ମୋଦିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ସପକ୍ଷରେ ରାୟ ଦେଇଥିଲେ। ତାଙ୍କୁ ଭାରତ ଅଣାଯିବା ପରେ ମୁମ୍ବଇର ଆର୍ଥର ରୋଡ ଜେଲରେ ରଖାଯିବ। ସେଥିପାଇଁ ଜେଲରେ ଏକ ସ୍ୱତନ୍ତ୍ର ସେଲକୁ ପ୍ରସ୍ତୁତ ରଖାଯାଇଛି।
ଆର୍ଥର ରୋଡ ଜେଲ ଅଧକାରୀ କହିଛନ୍ତି ଯେ ନିରବ ମୋଦିଙ୍କୁ ମୁମ୍ବଇ ଅଣାଯିବା ପରେ ତାଙ୍କୁ ୧୨ ନମ୍ବର ବାରାକର ତିନିଟି ସେଲ ମଧ୍ୟରୁ ଗୋଟିଏ ସେଲରେ ରଖାଯିବ। ଏହି ୧୨ ନମ୍ବର ବାରାକ ଅତ୍ୟନ୍ତ କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି। ବ୍ରିଟେନର ୱେଷ୍ଟମିନିଷ୍ଟର ଅଦାଲତ ତାଙ୍କ ରାୟରେ କହିଥିଲେ ଯେ ମୋଦିଙ୍କ କ୍ଷେତ୍ରରେ ଭାରତରେ ନିରପେକ୍ଷ ଓ ଅବାଧ ବିଚାର କରାଯିବ ନାହିଁ ବୋଲି ଯୁକ୍ତି ଦର୍ଶାଇବାକୁ ତାଙ୍କ ନିକଟରେ ପ୍ରମାଣ ନାହିଁ। ଏହାପରେ ମୋଦି ଭାରତକୁ ପ୍ରତ୍ୟର୍ପଣ ନହେବା ପାଇଁ ଦୀର୍ଘ ଦୁଇବର୍ଷ ଧରି ଚଳାଇଥିବା ଆଇନଗତ ଲଢେଇରେ ହାରିଯାଇଥିଲେ।

 

- Advertisement -

ଜଣାଯାଇଛି ଯେ ମୋଦିଙ୍କ ବିରୁଦ୍ଧରେ ଦୁଇଟି ସଂଗୀନ ଅପରାଧିକ ମାମଲା ରହିଛି। ଗୋଟିଏରେ ସେ ଜାଲ ଋଣ ରାଜିନାମାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ବିପୁଳ ପରିମାଣର ଅର୍ଥ ଠକେଇ କରିବାରେ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ଏକ ମାମଲା ରହିଥିବାବେଳେ ସେହି ଜାଲିଆତିରୁ ମିଳିଥିବା କଳାଟଙ୍କା କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆଉ ଏକ ମାମଲା ରୁଜ୍ଜୁ କରାଯାଇଛି। ତାହାସହିତ ତଥ୍ୟ ପ୍ରମାଣ ଗାଏବ କରିବା ଏବଂ ସାକ୍ଷୀଙ୍କ ଉପରେ ଚାପ ପକାଇବା ଭଳି ଅନ୍ୟ ଦୁଇଟି ମାମଲା ସିବିଆଇ ପକ୍ଷରୁ ଦାଏର ହୋଇଛି। ୨୦୧୯ ମାର୍ଚ୍ଚ ୧୯ରେ ତାଙ୍କର ପ୍ରତ୍ୟର୍ପଣ ପାଇଁ ସ୍କଟଲାଣ୍ଡ ୟାର୍ଡ ପକ୍ଷରୁ ତାଙ୍କ ବିରୋଧରେ ୱାରାଣ୍ଟ ଜାରିହେବା ପରଠାରୁ ସେ ବ୍ରିଟେନ ଜେଲରେ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories