www.samajalive.in
Tuesday, December 9, 2025
23.1 C
Bhubaneswar

ବଲାଙ୍ଗୀର ଜିଲାପାଳଙ୍କ ଟିଟିଲାଗଡ଼ ଗସ୍ତ

ଟିଟିଲାଗଡ଼: ଗୋଟିଏ ପଟରେ ଉତ୍ତପ୍ତ ସହର ଭାବରେ ପରିଗଣିତ ଟିଟିଲାଗଡରେ ପାନୀୟ ଜଳର ସଂକଟ ସାଙ୍ଗକୁ ବର୍ତ୍ତମାନ କରୋନା ତାତି। ଏନେଇ ଚଳିତ ମାସ ପଞ୍ଚମ ଥର ପାଇଁ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ଶୁକ୍ରବାର ଟିଟିଲାଗଡ ଗସ୍ତରେ ଆସି କରୋନା ସଂକ୍ରମଣ ସ୍ଥିତି ପରଖିଛନ୍ତି। କରୋନାରେ ପୀଡିତ ହୋଇ ସଙ୍ଗରୋଧ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଘରକୁ ଯାଇ ଦୀର୍ଘ ସମୟ ଧରି ଆଳୋଚନା ସହ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ସେହିପରି ଜନୈକ ବ୍ୟବସାୟୀଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ।

ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ ରୋଗୀ ସେବା ନେଇ ବିଭିନ୍ନ ୱାର୍ଡ ବୁଲି ତଦାରଖ କରିଥିଲେ। ରେଡକ୍ରସ ରକ୍ତ ଭଣ୍ଡାର ବୁଲି ଦେଖି କୋଭିଡ ନିୟମ ପାଳନ ତଥା ରକ୍ତର ମହଜୁଦ ନେଇ ପଚାରି ବୁଝିଥିଲେ। ଶଯ୍ୟା ଅଭାବରୁ ଜ୍ୱରାକ୍ରାନ୍ତ ରୋଗୀ ଡାକ୍ତରଖାନା ବାରଣ୍ଡାରେ ଶୋଇ ଚକିତ୍ସିତ ହେଉଥିବା ଭଳି ବିପଦ ସୃଷ୍ଟି ହୋଇଥିବା ଦେଖି ନ ଦେଖିଲା ପରି ଆଡ ଆଖିରେ ଚାଲିଯାଇଥିବା ଆଳୋଚନାର ବିଷୟ ହୋଇଛି। ଏନେଇ ଜିଲାପାଳ ଆଉ ଦୁଇ ବର୍ଷ ମଧ୍ୟରେ ଡାକ୍ତରଖାନାର ଉନ୍ନତ୍ତିକରଣ ପାଇଁ କାମ ଆରମ୍ଭ ହୋଇସାରିଥିବା କହିଥିଲେ। ସେହିପରି ଟିଟିଲାଗଡ ଏମସିଏଚରେ ପୁର୍ବ ବର୍ଷ ପରି ଏଥର ମଧ୍ୟ କରୋନା ରୋଗୀଙ୍କ ପାଇଁ କରୋନା କେୟାର ସେଣ୍ଟର ଖୋଲିବା ନେଇ ପ୍ରଶାସନ ନିଷ୍ପତି ନେଇଛି। ଜିଲାପାଲ ଏମସିଏଚ ବୁଲି ଦେଖିଥିଲେ। ଅନ୍ୟପକ୍ଷରେ ଟିଟିଲାଗଡ ଅଞ୍ଚଳରେ ରେ ନିରନ୍ତର ଭାବରେ ଦୈନନ୍ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କରୁ କମୁ ନାହିଁ। ବହୁ ଜ୍ୱରରେ ପୀଡିତ ରୋଗୀ ସୀମିତ ସଂଖ୍ୟାରେ ଟେଷ୍ଟିଙ୍ଗ ଯୋଗୁଁ ନିଜ କରୋନା ଟେଷ୍ଟ କରିପାରୁନାହାନ୍ତି। ୩୦ ଜଣଙ୍କ ଟେଷ୍ଟ ହୋଇ ଟେଷ୍ଟିଙ୍ଗ ସେଣ୍ଟର ବନ୍ଦ କରିଦିଆଯାଉଛି। ତେବେ ୫୦ ଜଣଙ୍କ ଟେଷ୍ଟ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

- Advertisement -

ଜିଲାପାଳଙ୍କ ଗସ୍ତ ସମୟରେ ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ ନାୟକ, ଡା. ଓମକାର ହୋତା, ବିପିଏମ ଦିପ୍ତିକାନ୍ତ ପ୍ରଧାନ, ପିଏଚ କଲ୍ୟାଣ ବୋଷ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଟିଟିଲାଗଡ ଅଞ୍ଚଳରେ ସରକାରୀ ଭାବରେ ଚିହ୍ନିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଡେଇଁଲାଣି। ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଧ୍ୟାପକ, ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୁର୍ବଥର କରୋନା ରୋଗୀଙ୍କ ଘରେ ପ୍ରଶାସନ ପକ୍ଷରୁ ନୋଟିସ ମରାଯିବା ନେଇ ଲୋକେ ସତର୍କ ହେଉଥିଲେ। ଏବେ ସେଭଳି ବ୍ୟବସ୍ଥା ନଥିବା ସୁଯୋଗ ନେଇ କରୋନା ଆକ୍ରାନ୍ତ ବଜାରରେ ଖୁଲମଖୁଲା ବୁଲୁଥିବା ଅଭିଯୋଗ ହୋଇଛି। ଏହା ସହ ନିଜ ଟେଷ୍ଟ କରାଉ ନ ଥିବା ଅନେକ ଲକ୍ଷଣବିହୀନ ବା ସାମାନ୍ୟ ଲକ୍ଷଣ ବିଶିଷ୍ଟ ରୋଗୀ ବିପଦ ସାଜିଛନ୍ତି। ଏନଇ ସଂକ୍ରମଣ ଆଶଙ୍କା ରହିଥିବା ନେଇ ପ୍ରଶାସନ ବିଶେଷ ପଦକ୍ଷେପ ନେବାକୁ ଦାବି ହୋଇଛି। ଗରିବ, ଖଟିଖିଆ ଶ୍ରମିକ ତଥା ଗରିବ ପରିବାରଙ୍କ ସୁରକ୍ଷା ପାଇଁ ସରକାର ମାଗଣାରେ ମାସ୍କ ବଣ୍ଟନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories