www.samajalive.in
Friday, December 12, 2025
16.1 C
Bhubaneswar

କିରାସିନ ଢାଳି ଆତ୍ମହତ୍ୟା କଲେ ଝିଅ, ତା’ପରେ ମା’ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା

ଗୋପାଳପୁର: ରଗେଂଇଲୁଣ୍ଡା ବ୍ଲକ ଅନ୍ତର୍ଗତ ହଳଦିଆପଦର ଅଞ୍ଚଳରେ ବୁଧବାର ମଧ୍ୟରାତ୍ରରେ ଜଣେ ମହିଳା ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ ଗତ ସୋମବାର ଦିନ ଉକ୍ତ ମହିଳାଙ୍କ ନାବାଳିକା ତଥା ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଝିଅ ନିଜ ଘରର ବାରିପଟେ କିରାସିନ ଢାଳି ଆତ୍ମହତ୍ୟା କରିଥିବା ବେଳେ ମାତ୍ର ତିନି ଦିନ ଅନ୍ତରାଳରେ ମାଁ ର ଆତ୍ମହତ୍ୟା ଯୋଗୁଁ ଆଉ ଦୁଇ ଶିଶୁ ମାଁ ଛେଉଣ୍ଡ ହୋଇଯାଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଟ୍ରେନ ସମ୍ମୁଖ କୁ ଡେଇଁ ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ସନ୍ତୋଷିନୀ ସାହୁ ବୋଲି ବ୍ରହ୍ମପୁର ଜିଆରପି ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଗତ ସୋମବାର ଦିନ ହଳଦିଆ ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସ୍ବାତୀ ସାହୁ ଘରେ କେହି ନଥିବା ସମୟରେ ନିଜ ଘରର ବାରିପଟେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିଲେ।
 ବୁଧବାର ରାତିରେ ସନ୍ତୋଷିନୀ ମଧ୍ୟରାତ୍ରରେ ଘରେ ସମସ୍ତେ ଶୋଇଥିବା ବେଳେ ଘରଠାରୁ ଅଳ୍ପ ଦୂରରେ ଥିବା ରେଳ‌ଲାଇନରେ ଆତ୍ମହତ୍ୟା କରିଥିଲେ।ଆଜି ସକାଳେ ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପୂର୍ବକ ପରିବାର ବର୍ଗ କୁ ହସ୍ତାନ୍ତର କରିଛନ୍ତି। ମା’ର ମୃତ୍ୟୁ ପରେ ଘରେ ଏବେ ୫ ବର୍ଷ ର‌ପୁଅ ଓ ୭ ବର୍ଷର ଝିଅ ଏକୁଟିଆ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ସନ୍ତୋଷିନୀ ଗତ ୧୨ ବର୍ଷ ତଳେ ବିବାହ କରିଥିବା ବେଳେ ଗତ ଦୁଇବର୍ଷ ତଳେ ସ୍ବାମୀ ଙ୍କ ସହ ମତାନ୍ତର ଯୋଗୁଁ ନିଜ ବାପା ଘର ଗାଁ ହଳଦିଆପଦର ରେ ଆସି ଏକ ଭଡାଘରେ ନିଜ ଦୁଇ ଝିଅ ଓ ଗୋଟିଏ ପୁଅ ସହିତ ରହି ଆସୁଥିଲେ। ଏହା ମଧ୍ୟରେ ସନ୍ତୋଷିିିିନୀ ଅଟୋ ନଗରରେ ଥିବା ଏକ ଆଇସକ୍ରିମ ଫ୍ୟାକ୍ଟ୍ରି ରେ କାମ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ।ଝିଅର ମୃତ୍ୟୁ ପରେ ମାଁ ମାନସିକ ଅବସାଦରେ ରହି ଆସୁଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories