www.samajalive.in
Tuesday, December 9, 2025
23.1 C
Bhubaneswar

କରୋନା ନେଲା ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଜୀବନ

ବଲାଙ୍ଗିର: ବଲାଙ୍ଗିର ଚିମନିଭାଟି ପଡାର ଅବସରପ୍ରାପ୍ତ ସେନା ଅଧିକାରୀ ମନୋଜ କୁମାର ଦାଶଙ୍କ ୪୩ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାରମୁଣ୍ଡା ଗାଁରେ ଜନ୍ମିତ ମନୋଜ କୁମାର ଦାଶ ଭାରତୀୟ ସେନାରେ ଜଣେ ସେନା ଅଧିକାରୀ ଭାବେ ୨୪ ବର୍ଷ ଧରି ଦେଶ ମାତ୍ରୁକାର ସେବା କଲାପରେ ଗତ ୨୦୨୦ ରେ ଜୁନିଅର୍ କମିସନଡ୍ ଅଫିସର୍ ଭାବେ ସେନାବାହିନୀରୁ ଅବସର ନେଇଥିଲେ। ଅବସର ପରେ ବଲାଙ୍ଗିର ସହର ଚିମନୀଭାଟି ପଡାରେ ନିଜ ପରିବାର ସହ ରହୁଥିଲେ। ଗତ ୧୨ ତାରିଖ ଦିନ ସେ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

 

- Advertisement -

ଆଣ୍ଟିଜେନ ପରୀକ୍ଷାରେ ସେ କରୋନା ସଂକ୍ରମଣର ଶୀକାର ହୋଇଥିବା ଜଣାପଡିଥିଲା। ତାଙ୍କୁ ପ୍ରଥମେ ବିବିଏମସିଏଚ କୋଭିଡ୍ ଆଇସିୟୁ ରେ ଭର୍ତ୍ତି କରାଯିବା ପରେ ଶରୀରରେ ଅକ୍ସିଜେନ୍ ମାତ୍ରା କମି ଯାଉଥିବାରୁ ବୁର୍ଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବୁର୍ଲାରୁ ୧୨ ତାରିଖ ସଂଧ୍ୟାରେ ସମ୍ବଲପୁରର ଏକ ଘରୋଇ ନର୍ସିଂହୋମ୍ ରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ୧୪ ତାରିଖ ରାତି ୧୦ ଟା ୪୫ ମିନିଟ୍ ସମୟରେ ଡାକ୍ତର ମନୋଜ ଙ୍କୁ ମୃତ ଘୋଷଣା କରିଥିଲେ। କୋଭିଡ ନିୟମ ଅନୁସାରେ ତାଙ୍କ ମ୍ରୁତଦେହକୁ ଆଜି ସକାଳେ ସମ୍ବଲପୁର ଶ୍ମଶାନ ଠାରେ ଦାହ ସଂସ୍କାର କରାଯାଇଥିଲା। ତାଙ୍କ ବିଧବା ପତ୍ନୀ ସହ ୨ ଛୋଟ ପୁଅ, ବାପା, ମାଁ ଓ ଭାଇ ଭଉଣୀ ରହିଛନ୍ତି ବଡଭାଇ ବିଜୟ ମୁଖାଗ୍ନି ଦେଇଥିଲେ। ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷଷରୁ ଶୋକ ପ୍ରକାଶ ପାଇଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories