www.samajalive.in
Saturday, December 6, 2025
23.1 C
Bhubaneswar

ମଧ୍ୟପ୍ରଦେଶର ଏହି ସ୍ଥାନ : ଯାହାର ଗୋପନୀୟ ତଥ୍ୟ ଶୁଣି ଲୋକେ ହୋଇଥାଆନ୍ତି ଆଶ୍ଚର୍ଯ୍ୟ

ଭାରତର ଏପରି ବହୁ ସ୍ଥାନ ରହିଛି ଯାହାର ଗୋପନୀୟ ତଥ୍ୟ ଶୁଣି ଲୋକମାନେ ଆଶ୍ଚର୍ୟ୍ୟ ହୋଇଯାଆନ୍ତି। ମଧ୍ୟପ୍ରଦେଶର ଛତ୍ରପୁର ଠାରେ ଅବସ୍ଥିତ ଏହି ପ୍ରସିଦ୍ଧ ତୀର୍ଥ ସ୍ଥାନ ଭୀମକୁଣ୍ଡ। ଏହା ପାହାଡ଼ର ଏକ ଗୁମ୍ଫା ମଧ୍ୟରେ ଅବସ୍ଥିତ। ଏହାର ଓସାର ପ୍ରାୟ ୭୦ରୁ ୭୫ ମିଟର ଅଟେ। ଏହାର ରହସ୍ୟ ବିଷୟରେ ଜାଣି ସମସ୍ତେ ଚକିତ ହୋଇଥାଆନ୍ତି।
ଯେତେବେଳେ ପ୍ରାକୃତିକ ବିପର୍ୟ୍ୟୟ ଆସିବାକୁ ଥାଏ ତା’ର ପୂର୍ବ ସୂଚନା ଏଠାରେ ମିଳିଥାଏ। ସେହି ସମୟରେ ଏହି କୁଣ୍ଡର ଜଳସ୍ତର ବଢିଯାଏ। ନେପାଳ ଓ ଗୁଜୁରାଟରେ ହୋଇଥିବା ଭୂମିକମ୍ପ ସମୟରେ ଏହି କୁଣ୍ଡର ଜଳସ୍ତର ବଢିଯାଇଥିଲା। ୨୦୦୪ରେ ହୋଇଥିବା ସୁନାମୀ ସମୟରେ ମଧ୍ୟ ଏହାର ଜଳସ୍ତର ପ୍ରାୟ ୧୫ ଫୁଟ୍‍ ଉପରକୁ ଉଠିଥିଲା ବୋଲି କୁହାଯାଏ । ଏହାର କାରଣ ବିଷୟରେ ଜାଣିବା ନିମନ୍ତେ ବହୁ ଭୂବିଜ୍ଞାନୀ ପ୍ରଚେଷ୍ଟା କରିଥିଲେ ମଧ୍ୟ ଏହାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ତେବେ ଏହି କୁଣ୍ଡର ଜଳସ୍ତର ସହ ବିଭିନ୍ନ ଜଳ ଉତ୍ସ ଏବଂ ଗଭୀର ଭୂତଳ ସହିତ ସଂଯୁକ୍ତ ବୋଲି ଅନୁମାନ କରାଯାଉଛି। ଏହାର ପାଣି ଖୁବ ସ୍ୱଚ୍ଛ ଓ ନୀଳ ରଙ୍ଗର ତେଣୁ ଏହା ଦେଖିବାକୁ ଖୁବ ସୁନ୍ଦର ଲାଗେ। ଏହି ପବିତ୍ର ସ୍ଥାନକୁ ଦେଖିବା ନିମନ୍ତେ ଏଠାରେ ବହୁ ଜନସମାଗମ ହୋଇଥାଏ।
ମଧ୍ୟପ୍ରଦେଶର ଖଣ୍ଡବା ଜିଲାରେ ଏକ ବୃହତ ଶିବ ମନ୍ଦିର ଅଛି। ଏହାକୁ ଭୀମକୁଣ୍ଡ ଶିବ ମନ୍ଦିର ବୋଲି କୁହାଯାଇଥାଏ। ଏହି ମନ୍ଦିରରେ ଭୀମ ପ୍ରଭୁ ମହାଦେବଙ୍କୁ ପୂଜା କରିଥିଲେ ବୋଲି କୁହାଯାଏ। ଯେଉଁ ସମୟରେ ପାଣ୍ଡବମାନେ ଅଜ୍ଞାତବାସରେ ଯାଇଥିଲେ। ଏହା ସେହି ସମୟର କଥା ବୋଲି ଉଲ୍ଲେଖ ରହିଛି।
ଅଜ୍ଞାତବାସ ସମୟରେ ପାଣ୍ଡବମାନେ ଖଣ୍ଡବାକୁ ଆସିଥିଲେ। ଆସିବା ପରେ ସେ ଜାଣିଥିଲେ ଯେ ଏହି ସ୍ଥାନରେ ଜଳ ନାହିଁ। ଏହା ପରେ ଭୀମ ନିଜ ଗଦା ଦ୍ୱାରା ଭୂମି ଉପରେ ଜୋରରେ ପ୍ରହାର କରିଥିଲେ। ଫଳରେ ଜଳର ଧାରା ବହିବାକୁ ଲାଗିଥିଲା। ଏହା ସହ ଭୀମ ଏହି ସ୍ଥାନରେ ଏକ ଶିବ ଲିଙ୍ଗ ମଧ୍ୟ ସ୍ଥାପନ କରି ପୂଜା କରିଥିଲେ। ଏହା ପରେ ଏହି ସ୍ଥାନରେ ଏକ ଶିବ ମନ୍ଦିର ନିର୍ମାଣ କରାଯାଇଥିଲା।
ଭୀମକୁଣ୍ଡ ଶିବ ମନ୍ଦିର ଖଣ୍ଡବା ସହର ଠାରୁ ୪ ରୁ ୫ କିଲୋମିଟର ଦୂରରେ ଅବସ୍ଥିତ। ମନ୍ଦିରର ଚାରିପାଖରେ ପାଣି ରହିଛି। ମନ୍ଦିର ନିକଟକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ। ତେଣୁ ଭକ୍ତମାନେ ଭେଳା ଦ୍ୱାରା ମନ୍ଦିର ନିକଟକୁ ଯାଇଥାଆନ୍ତି। ମନ୍ଦିରର ଆଖପାଖ ଅଞ୍ଚଳ ଶସ୍ୟଶ୍ୟାମଳା ଭରା। ଏଠାକୁ ଆସିବା ପରେ ମନକୁ ଖୁବ ଶାନ୍ତି ମିଳିଥାଏ। ବିଭିନ୍ନ ପ୍ରକାରର ଗଛଲତା ରହିଛି। ଏହି ମନ୍ଦିରକୁ ଆସି ଭଗବାନଙ୍କ ଶିବକୁ ଦର୍ଶନ କରିବା ପରେ ମାନସିକ ଶାନ୍ତି ମିଳିଥାଏ। ଶିବରାତ୍ରି , ଶ୍ରାବଣ ମାସ ଆଦି ସମୟରେ ଏଠାରେ ବେଶ ଜନସମାଗମ ହୋଇଥାଏ। ଭଗବାନଙ୍କୁ ଜଳାଭିଷେକ କରିବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହେବା ସହ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories