www.samajalive.in
Friday, December 12, 2025
26.1 C
Bhubaneswar

ଦେଶରେ ୧୦ କୋଟି ୮୬ ଲକ୍ଷ ୭୩ ହଜାର ୬୦୬ ଜଣ ନେଲେଣି କୋଭିଡ ଟିକା

ଦେଶରେ ଆଜି ଦିନ ୧୧ଟା ସୁଦ୍ଧା ୧୦ କୋଟି ୮୬ ଲକ୍ଷ ୭୩ ହଜାର ୬୦୬ ଜଣଙ୍କୁ କୋଭିଡ୍‍ ଟିକା ପ୍ରଦାନ କରାଯାଇଛି।ଆଜି ସୁଦ୍ଧା ଦେଶର ୬୬ ହଜାର ୯୨୪ଟି ଟିକାକରଣ କେନ୍ଦ୍ରରେ ଏହି ଟିକାକରଣ କରାଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୯ କୋଟି ୫୮ ଲକ୍ଷ ୯୦ ହଜାର ୭ ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧ କୋଟି ୨୭ ଲକ୍ଷ ୮୩ ହଜାର ୫୯୯ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ଆଜି ଦିନ ୧୧ଟା ସୁଦ୍ଧା ୩୪ ହଜାର ୧୩୧ ଜଣ ଏହି କରୋନା ପ୍ରତିଷେଧକ ଟିକା ନେଇଛନ୍ତି। ଦେଶବ୍ୟାପୀ ୬୦ ହଜାର ୫୧୨ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୬ ହଜାର ୪୧୨ଟି ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକା ଦିଆଯାଉଛି।

ସୂଚନା ଅନୁଯାୟୀ, କୋଭିଡ ପ୍ରତିଷେଧକ ଟିକା ପାଇଁ ଏ ପର୍ଯ୍ୟନ୍ତ ୧ କୋଟି ୨୩ ଲକ୍ଷ ୫୦ ହଜାର ୧୪୭ ଜଣ ଅନଲାଇନ ଜରିଆରେ ପୋର୍ଟାଲରେ ପଞ୍ଜିକରଣ କରିଥିବା ବେଳେ ୬ କୋଟି ୪୯ ଲକ୍ଷ ୫୮ ହଜାର ୫୯୯ ଜଣ ସିଧାସଳଖ ଟିକାକରଣ କେନ୍ଦ୍ରକୁ ଆସି ପଞ୍ଜିକରଣ କରି ତତ୍କାଳ ଟିକା ନେଇଛନ୍ତି। ସେହିପରି ଦେଶରେ ୨ କୋଟି ୩୨ ଲକ୍ଷ ୮୮ ହଜାର ୮୨ ଜଣ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ପାଇଁ ପଞ୍ଜିକରଣ କରିଛନ୍ତି। ଆଜି ହେଉଛି ଟିକା ଉତ୍ସବର ଅନ୍ତିମ ଦିବସ।

- Advertisement -

ମହାରାଷ୍ଟ୍ରରେ ସର୍ବାଧିକ ୧ କୋଟି ୭ ଲକ୍ଷ ୭୭ ହଜାର ୨୬୨ ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ, ରାଜସ୍ଥାନରେ ୧ କୋଟି ୯୨ ହଜାର ୯୯୮, ଗୁଜରାଟରେ ୯୭ ଲକ୍ଷ ୧୭ ହଜାର ୭୨୮, ଉତ୍ତର ପ୍ରଦେଶରେ ୯୭ ଲକ୍ଷ ୩୪ ହଜାର ୫୮୦, ପଶ୍ଚିମବଙ୍ଗରେ ୮୩ ଲକ୍ଷ ୪୮ ହଜାର ୨୯୩, କର୍ଣ୍ଣାଟକରେ ୬୪ ଲକ୍ଷ ୫୧ ହଜାର ୧୯୦, ମଧ୍ୟ ପ୍ରଦେଶରେ ୬୫ ଲକ୍ଷ ୭୩ ହଜାର ୧୯୬, କେରଳରେ ୫୨ ଲକ୍ଷ ୭୧ ହଜାର ୨୯୯, ବିହାରରେ ୫୦ ଲକ୍ଷ ୫୬ ହଜାର ୫୩୮, ଛତିଶଗଡ଼ରେ ୪୫ ଲକ୍ଷ ୬୩ ହଜାର ୩୮୭, ଓଡ଼ିଶାରେ ୪୪ ଲକ୍ଷ ୫୫ ହଜାର ୮୨୦, ଆନ୍ଧ୍ର ପ୍ରଦେଶରେ ୩୯ ଲକ୍ଷ ୮୨ ହଜାର ୫୮, ତାମିଲନାଡୁରେ ୪୦ ଲକ୍ଷ ୩୦ ହଜାର ୧୯୧, ହରିୟାଣାରେ ୨୬ ଲକ୍ଷ ୬୬ ହଜାର ୨୭୩, ଝାଡ଼ଖଣ୍ଡରେ ୨୫ ଲକ୍ଷ ୯ ହଜାର ୬୮୨, ତେଲେଙ୍ଗାନାରେ ୨୩ ଲକ୍ଷ ୨୧ ହଜାର ୩୭୪, ଦିଲ୍ଲୀରେ ୨୩ ଲକ୍ଷ ୧୫ ହଜାର ୧୬୬, ପଂଜାବରେ ୨୦ ଲକ୍ଷ ୬ ହଜାର ୯୪୪, ଆସାମରେ ୧୫ ଲକ୍ଷ ୫୦ ହଜାର ୩୮୫, ଉତ୍ତରାଖଣ୍ଡରେ ୧୪ ଲକ୍ଷ ୭ ହଜାର ୩୮୭, ଜାମ୍ମୁ କାଶ୍ମୀରରେ ୧୪ ଲକ୍ଷ ୨୧ ହଜାର ୨୧୪, ହିମାଚଳ ପ୍ରଦେଶରେ ୧୧ ଲକ୍ଷ ୧୪ ହଜାର ୨୦୩, ତ୍ରିପୁରାରେ ୮ ଲକ୍ଷ ୪୨ ହଜାର ୫୩୮, ଗୋଆରେ ୧ ଲକ୍ଷ ୯୩ ହଜାର ୨୨୨, ମେଘାଳୟରେ ୧ ଲକ୍ଷ ୫୩ ହଜାର ୮୦, ଅରୁଣାଚଳ ପ୍ରଦେଶରେ ୧ ଲକ୍ଷ ୫୨ ହଜାର ୬୭୫, ମଣିପୁରରେ ୧ ଲକ୍ଷ ୪୦ ହଜାର ୫୬, ଚଣ୍ଡିଗଡ଼ରେ ୧ ଲକ୍ଷ ୨୭ ହଜାର ୫୫୯, ସିକିମରେ ୧ ଲକ୍ଷ ୩୬ ହଜାର ୩୦୩, ନାଗାଲାଣ୍ଡରେ ୧ ଲକ୍ଷ ୨୧ ହଜାର ୪୫୩, ପୁଡୁଚେରୀରେ ୧ ଲକ୍ଷ ୩୦ ହଜାର ୮୩୦, ମିଜୋରାମରେ ୧ ଲକ୍ଷ ୧୩ ହଜାର ୪୨୪, ଲଦାଖରେ ୭୫ ହଜାର ୪୧୦, ଆଣ୍ଡାମାନ ନିକୋବରରେ ୪୯ ହଜାର ୭୪୭, ଦାଦ୍ରା ଓ ନଗର ହାବେଳୀରେ ୩୯ ହଜାର ୭୪୮, ଦାମନ ଡ଼ିଉରେ ୩୬ ହଜାର ୫୬୮ ଓ ଲାକ୍ଷାଦ୍ଵୀପରେ ୧୪ ହଜାର ୫୮୦ ଜଣ ଟିକା ନେଇଛନ୍ତି।

ଓଡ଼ିଶାରେ ଏପର୍ଯ୍ୟନ୍ତ ୩୯ ଲକ୍ଷ ୩୬ ହଜାର ୭୨୪ ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୫ ଲକ୍ଷ ୨୫ ହଜାର ୭୨୯ ଜଣଙ୍କୁ ଦ୍ଵିତୀୟ ଡୋଜ ଦିଆଯାଇଛି।

(ସୂଚନା: ଏହି ସମ୍ବାଦରେ ଦିଆଯାଇଥିବା ତଥ୍ୟ କେନ୍ଦ୍ର ସରକାରଙ୍କ ‘Co-Win’ ପୋର୍ଟାଲରୁ ଦିନ ୧୧ଟା ସୁଦ୍ଧା ସଂଗୃହିତ ହୋଇଛି।)

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories