www.samajalive.in
Sunday, December 14, 2025
26.1 C
Bhubaneswar

ଟିକା ଉତ୍ସବର କାଲି ଶେଷଦିନ, ଟିକା ନେବାକୁ ବଡୁଛି ଆଗ୍ରହ

ଚଳିତ ମାସ ୧୧ ତାରିଖରୁ ଆସନ୍ତାକାଲି ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଦୃଷ୍ଟିରୁ ଦେଶରେ କୋଭିଡ ଟିକାକରଣ ପ୍ରକ୍ରିୟା ଅତି ମାତ୍ରାରେ ତ୍ୱରାନ୍ୱିତ ହୋଇଛି। ଗତକାଲି ଦ୍ୱିତୀୟ ଦିନରେ ସନ୍ଧ୍ୟା ୮ଟା ସୁଦ୍ଧା ୪୦ ଲକ୍ଷ ଲୋକ ଟିକା ନେଇଛନ୍ତି। ଗତକାଲି ଟିକାଦାନ କେନ୍ଦ୍ର ସଂଖ୍ୟା ମଧ୍ୟ ୪୫ ହଜାରରୁ ୭୧ ହଜାରକୁ ବୃଦ୍ଧି ପାଇଥିଲା। ଗୋଟିଏ ଦିନରେ ୨୬ ହଜାର ଟିକାଦାନ କେନ୍ଦ୍ର ବୃଦ୍ଧି ପାଇବା ଏକ ଉଲ୍ଲେଖନୀୟ ଘଟଣା। ଅନେକ ସ୍ଥାନରେ କର୍ମସ୍ଥଳୀଗୁଡିକରେ ବହୁସଂଖ୍ୟକ ହିତାଧିକାରୀ ଟିକା ନେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ୧୦ କୋଟି ୮୫ ଲକ୍ଷ ୧୨ ହଜାର ୩୮୨ ଜଣ ଲୋକ ଟିକା ନେଇସାରିଲେଣି। ଚଳିତ ମାସ ପହିଲାରୁ ଟିକାଦାନ ପରିସର ବୃଦ୍ଧି କରାଯାଇ ୪୫ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦିଆଯାଉଛି। ମାତ୍ର ଏହି ଅଳ୍ପ ସମୟ ଭିତରେ ୪୫ ବର୍ଷରୁ ଊର୍ଦ୍ଧ୍ବ ୭ କୋଟି ୬୦ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ ୩୦ ଲକ୍ଷ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories